ଅବକାରୀ ବିଭାଗ ଧ୍ୟାନ ଦିଅନ୍ତୁ

 

ସରକାରଙ୍କର ଅଧିକାରୀ ମାନଙ୍କ ସ୍ୱଛତା ଜଣାପଡ଼ିଯାଏ ଦୋକାନୀ ମାନଙ୍କର ଅନ୍ୟମିତତାରୁ। ଏଭଳି ଏକ ଘଟଣା ଘଟିଛି, ଚିକିଟି ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନୀ ଚଢ଼ା ଦରରେ ମଦ ବିକ୍ରି କରିବା ଯୋଗୁଁ ଗ୍ରାହକ ଅସନ୍ତୋଷ। ଗଞ୍ଜାମ ଜିଲ୍ଲାର ଚିକିଟି ବ୍ଲକ ରେ ରହିଥିବା ବିଦେଶୀ ମଦ ଦୋକାନ ସାଧାରଣ ଲୋକଙ୍କୁ ଲୁଟିବାରେ ଲାଗିଛି । ଆମେ କହୁଛୁ ବର୍ତମାନ ଚିକିଟି ପେଣ୍ଠ ଠାରେ ରହିଥିବା ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ର କଥା। ଆପଣ ମାନେ ଜାଣିଥିବେ ଓଡିଶା ସରକାର ମଦ ରୁ ଭଲ ମୁନଫା ପାଉଛନ୍ତି। ହେଲେ ସରକାର ଟେକ୍ସ ନିଅନ୍ତି ଭଲ କଥା, ଲାଇସେନ୍ସ ଦେଉଛନ୍ତି ଭଲ କଥା, ବର୍ତମାନ ସାଧାରଣ ଲୋକ ଠାରୁ ଚିକିଟି ବିଦେଶୀ ମଦ ଦୋକାନୀ ପ୍ରିଣ୍ଟ ରେଟ ଠାରୁ ଚଢ଼ା ଦରରେ ମଦ ବିକ୍ରି କରୁଛି। ଗୋଟେ ବିଅର ହେଉ କି ସେ ରମ ହେଉ, କି ଵାକାଡି ଲେମନ ହେଉ ସବୁଥିରେ ପ୍ରିଣ୍ଟ ରେଟ ଠାରୁ ଦଶ ଟଙ୍କା ଅଧିକ ନେବା ଚିକିଟି ବିଦେଶୀ ମଦ ଦୋକାନୀ ଙ୍କ ବଡ଼ ଫର୍ମୁଲା । ଯଦି ଗୋଟେ ବିଅର କୁ ପ୍ରିଣ୍ଟ ରେଟ ଠାରୁ ଦଶ ଟଙ୍କା ଅଧିକ ନେଲେ ଦୋକାନୀ ତାହେଲେ ଦିନକୁ ହଜାର ହଜାର ଟଙ୍କା ର ବିଅରେ ରେ ଏମାନେ ସାଧାରଣ ଲୋକଙ୍କୁ ଭକୁଆ ବନେଇ ଲୁଟି ଚାଲିଛନ୍ତି।
ଏହା କଣ ଅବକାରୀ ନିୟମର ଉଲଙ୍ଗନ ହେଉ ନାହିଁକି। ଖବର ପରିବେଷଣ ଆମେ ଏଇଥିପାଇଁ କରୁଛୁ ଯେ ଚିକିଟି ବିଦେଶୀ ମଦ ଦୋକାନୀ ଉପରେ ଚିକିଟି ଅବକାରୀ ବିଭାଗ, ଗଞ୍ଜାମ ଅବକାରୀ ବିଭାଗ, ଗଞ୍ଜାମ ଜିଲ୍ଲାପାଳ ମହୋଦୟ ଓ ମୋହନ ମାଝୀ ସରକାର କଣ ପଦକ୍ଷେପ ନେଉଛନ୍ତି। ଏହା ସାଧାରଣରେ ପ୍ରଶ୍ନବାଚୀ।
ଗଞ୍ଜାମ ଜିଲ୍ଲାରୁ ପପୁନ କୁମାର ଷଡ଼ଙ୍ଗୀଙ୍କ ରିପୋର୍ଟ ଫୋଟ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *