ଆଦିତ୍ୟ ବିର୍ଲା କମ୍ପାନୀର ସିଇଓଙ୍କ ଆଲୋଚନା

 

ସ୍ଥାନୀୟ ବାସିନ୍ଦାଙ୍କୁ ଆଶ୍ୱାସନ ଦେଲେ ଆଦିତ୍ୟ ବିରଲା କମ୍ପାନୀ ସିଇଓ। ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ୍ ଅନ୍ତର୍ଗତ କଂଶରିଗୁଡ଼ା ଠାରେ ଆଦିତ୍ୟ ବିରଲା କମ୍ପାନୀ ପକ୍ଷରୁ ସ୍ଥାନୀୟ ବାସିନ୍ଦାଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଛି।


ଏହି ବୈଠକରେ କମ୍ପାନୀର ମୁଖ୍ୟ ସିଇଓ ସହିତ ସ୍ଥାନୀୟ ୧୫ରୁ ଅଧିକ ଗ୍ରାମର ଅଧିବାସୀମାନେ ଆଲୋଚନା କରି ମୌଳିକ ସମସ୍ୟାଗୁଡ଼ିକସମ୍ପର୍କରେ ଅବଗତ କରାଇଥିଲେ।
ଏହି ବୈଠକ ନିୟମଗିରି ଚ୍ୟାରୀ ଟେବୁଲ ଟ୍ରଷ୍ଟର ରାଜ୍ୟ ଉପ-ସମ୍ପାଦକ (ମାନବ ସମ୍ବଳ ଅଧିକାର)ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା।
ସ୍ଥାନୀୟ ଲୋକମାନେ ମୁଖ୍ୟତଃ ରୋଜଗାର ସମସ୍ୟାକୁ ନେଇ ନିଜ ଦାବି ରଖିଥିଲେ। ନିଜ ଗ୍ରାମ ପାଖରେ ହେଉଥିବା କମ୍ପାନୀରେ ନିଜ ଯୋଗ୍ୟତା ଅନୁସାରେ ସ୍ଥାୟୀ ଓ ଠିକା ଆଧାରିତ ଚାକିରି ସୁଯୋଗ ମିଳୁବୋଲି ସ୍ଥାନୀୟ ଅଧିବାସୀଙ୍କ ମୁଖ୍ୟ ଦାବିଥିଲା।


ବିଶେଷ କରି ମହିଳା ଓ ପୁରୁଷ, ଭିନ୍ନ ଭିନ୍ନ ବୟସ ଓ ଶିକ୍ଷାଗତ ଯୋଗ୍ୟତା ଥିବା ଲୋକମାନେ ନିଜ ଦକ୍ଷତା ଅନୁସାରେ ରୋଜଗାର ପାଇବାକୁ ଆଶା ବ୍ୟକ୍ତ କରିଥିଲେ।
ସ୍ଥାନୀୟ ଲୋକଙ୍କୁ ପ୍ରାଥମିକତା ଦେଇ ନିଯୁକ୍ତି କରିବା କମ୍ପାନୀର ମୂଳ ଉଦ୍ଦେଶ୍ୟ। ଯୋଗ୍ୟତା ଅନୁସାରେ ସମସ୍ତ ସମ୍ଭବ ସୁଯୋଗ ଦିଆଯିବା ନେଇ କମ୍ପାନୀ ଅଧିକାରୀ ନିଜ ବକ୍ତବ୍ୟ ରଖିଥିଲେ।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *