ଆମ ଭାରତ ବର୍ଷରେ 3% ବ୍ୟକ୍ତିବିଶେଷ ସରକାରୀ ଚାକିରୀ ପାଇଥାନ୍ତି।

ଆମ ଭାରତ ବର୍ଷରେ 3% ବ୍ୟକ୍ତିବିଶେଷ ସରକାରୀ ଚାକିରୀ ପାଇଥାନ୍ତି। ଆଇଏନ୍ଏସ୍ ଚିଲିକା ଭଳି ସଂସ୍ଥାରେ କାମକରୁଥିବା ବ୍ୟକ୍ତିବିଶେଷ ନିଜର ଚାକିରୀ ଆରମ୍ଭ କରିବା ପୂର୍ବରୁ ନେଇଥିବା ସପଥକୁ ଭୁଲିଯାଉଛନ୍ତି। ଆଇଏନ୍ଏସ୍ ଚିଲିକା ହେଉଛି ନୌସେନା ବିଭାଗର ଏକ ଅଂଶବିଶେଷ। ପ୍ରାପ୍ତ ଖବର ଅନୁଯାୟୀ ଅଗ୍ନିବିରରେ ଚାକିରୀ କରେଇଦେବା ନାଁରେ ଅର୍ଥ କାରବାର ହୋଇଛି ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି।


ବଡ଼ ରାକେଟକୁ ଧରିଲା ଖୋର୍ଦ୍ଧା ପୋଲିସ । ଆଇଏନ୍ଏସ୍ ଚିଲିକାର ଟ୍ରେନିଙ୍ଗ କରେଶପଣ୍ଡେଟ ଗତ ୧୯ ତାରିଖରେ ବାଲୁଗାଁ ଥାନାରେ ଏକ ଏତଲା ଦେଇଥିଲେ । ଏତଲା ଆଧାରରେ ଖୋର୍ଦ୍ଧା ପୋଲିସ ତନାଘନା କରିବାବେଳେ ଏଥିରେ ନୌସେନା ଅଧିକାରୀମାନଙ୍କ ସମ୍ପୃତି ମିଳିଥିଲା । ପରେ ଏମାନଙ୍କୁ ଧରିବାକୁ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିଲା ବ୍ଲୁ ପ୍ରିଣ୍ଟ । ଏଥିରେ INS ଚିଲିକାର ଜଣେ କାର୍ଯ୍ୟରତ ଅଧିକାରୀ ଗିରଫ ହୋଇଥିବାବେଳେ ୟୁପିର ପୂର୍ବତନ ନୌସେନା ଅଧିକାରୀ ଚିଲିକାରେ ରହି ଏହି ରାକେଟକୁ ଚଳାଉ ଥିବାବେଳେ ସେ ମଧ୍ୟ ଗିରଫ ହୋଇଛନ୍ତି । ଏମାନଙ୍କ ଠାରୁ ୪ଟି ମୋବାଇଲ ଜବତ ହେବା ସହିତ ୩ଟି ବ୍ୟାଙ୍କ ଆକାଉଣ୍ଟ ସିଜ କରାଯାଇଛି । ଆଉ ଜଣକୁ ଗିରଫ କରିବାକୁ ଅଣ୍ଡାମାନ ନିକୋବରରେ ଥିବା “INS କେଶରୀ”ଙ୍କୁ ଯିବ ଖୋର୍ଦ୍ଧା ପୋଲିସ। ଏହି ସୂଚନା ଏସ.ପି ସାଗରିକା ନାଥ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବାସ୍ତବରେ ଏଥିସହିତ ସମ୍ପୃକ୍ତ ଟାଉଟର ଓ ଦଲାଲ୍ ମାନଙ୍କୁ ମଧ୍ୟ ପୋଲିସ ଜେରା କରି ସତ୍ୟତା ବାହାର କରିବା ଉଚିତ୍ ବୋଲି ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଉଛି।
ଖୋର୍ଦ୍ଧାରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ସୂର୍ଯ୍ୟନାରାୟଣ ମହାନ୍ତିଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *