ଆମର ଓଡ଼ିଶା ବାଲୁକା କଳା ଏବଂ କଳାକାର ଏବେ ବିଶ୍ୱରେ ପ୍ରଶଂସା ର ପାତ୍ର

ଋଷିଆର ମସ୍କୋରେ ଭାରତ ଉତ୍ସବରେ ସାମିଲ ହେଲେ, ସୁଦାମ ପ୍ରଧାନ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ।

ଚଳିତ ମାସ ୫ ରୁ ୧୩ ତାରିଖ ପର୍ଯ୍ୟନ୍ତ ଋଷିଆର ମସ୍କୋରେ ଆୟୋଜିତ ଭାରତ ଉତ୍ସବ-୨୦୨୫ରେ ଓଡ଼ିଆ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ ସାମିଲି ହୋଇଛନ୍ତି। ଏହି ଅବସରରେ ଭାରତୀୟ ଦୂତାବାସ ଦ୍ୱାରା ନିଷ୍ପତ୍ତି ଅନୁଯାୟୀ, ଶ୍ରୀ ପ୍ରଧାନ ବାଲୁକା କଳା ଜରିଆରେ ଭାରତର ବିବିଧତା ଉପସ୍ଥାପନ କରିଥିଲେ। ବାଲି ରେ ମହୀସୂରୁ ଏବଂ କେରଳର ପ୍ରସିଦ୍ଧ ହାତୀ ମହୋତ୍ସବ, ପଶ୍ଚିମବଙ୍ଗର ମହାବଳ ବାଘ, ରୁଷିଆ ର ପ୍ରସିଦ୍ଧ କାରିଗରୀ, ଜାତୀୟ ପକ୍ଷୀ ମୟୂର ଏବଂ ଜଙ୍ଗଲର ପ୍ରାକୃତିକ ସୌନ୍ଦର୍ଯ୍ୟ ନିର୍ମାଣ କରିଥିଲେ। ଉତ୍ସବରେ ଯୋଗ ଦେଇଥିବା ସମସ୍ତ ଅତିଥିମାନେ ବାଲୁକା କଳାକୁ ପ୍ରଶଂସା କରିଥିଲେ। ସେହିଭଳି


ଦ୍ୱିତୀୟ ଦିନରେ, ବାଲି ଉପରେ କୋଣାର୍କ ଚକ୍ର ମାଧ୍ୟମରେ ଓଡ଼ିଶାର କଳା ଓ ସଂସ୍କୃତି କୁ ପ୍ରଦର୍ଶିତ କରିଥିଲେ। ତତ୍ ସହିତ ସେଠାକାର ବ୍ରାଉନ ବିୟର(ପଶୁ)ର ଚିତ୍ର ବାଲିରେ ନିର୍ମିତ ହୋଇଥିଲା। ଏଥିରେ ପଖାପାଖି 60 ଟନ୍ ବାଲି ଓ 20 ଘଣ୍ଟା ଲାଗିଥିବା ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି। ଉକ୍ତ ମହୋତ୍ସବରେ ମସ୍କୋର ମାନେଝନାୟା ସ୍କୋୟାର ରେ ରାଷ୍ଟ୍ରଦୂତ ଏବଂ ମସ୍କୋ ସହର ପର୍ଯ୍ୟଟନ କମିଟିର ଉପାଧ୍ୟକ୍ଷ ବୁଲାଟ ନୁରମୁଖାନୋଭ,ଡେପୁଟି ଚିଫ କମିଶନର ନିଖିଲେଶ ଗିରି, ସାଂସଦ ସୁଜିତ କୁମାର (ଓଡ଼ିଶା);
ଏବଂ ନିହାରିକା ରାୟ, ସଚିବ, ପର୍ଯ୍ୟଟନବିଭାଗ ଦିଲ୍ଲୀ ଉପସ୍ଥିତ ଥିଲେ।


ଆମର ଓଡ଼ିଶା ବାଲୁକା କଳା ଏବଂ କଳାକାର ଏବେ ବିଶ୍ୱରେ ପ୍ରଶଂସା ର ପାତ୍ର ।
ପୁରୀ ରୁ ଫଟୋ ନ୍ୟୁଜ ଟାଇମ୍ସ ର ସାମ୍ବାଦିକ ପ୍ରସନ୍ନ କୁମାର ଲେଙ୍କା ଏବଂ ଲକ୍ଷ୍ମଣ ପଣ୍ଡା ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *