ଉଗ୍ରତାରାଙ୍କୁ ଆବାହନ। ଯା ଦେବୀ ସର୍ବ ଭୁତୋଷୁ ଶକ୍ତି ରୁପେଣ ସଂଶ୍ଳିତା

ଉଗ୍ରତାରାଙ୍କୁ ଆବାହନ। “ଯା ଦେବୀ ସର୍ବ ଭୁତୋଷୁ ଶକ୍ତି ରୁପେଣ ସଂଶ୍ଳିତା”, ଆସିଛି ପାର୍ବଣର ଋତୁ । ସେଥିପାଇଁ ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ଏବେ ଚଳଚଂଚଳ । ଖୋର୍ଦ୍ଧାରେ ଶାରଦୀୟ ପୂଜା ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଖୋର୍ଦ୍ଧାର ପ୍ରତିଷ୍ଠିତ ଦେବୀ ପୀଠ ବାଣପୁରର ମା’ ଭଗବତୀ ଓ ଭୁଷଣ୍ଡପୁର ମା’ ଉଗ୍ରତାରା ପୀଠରେ ଷୋଡ଼ଶ ଉପଚାର ପୂଜା ବିଦ୍ଧି ରୀତିନୀତିରେ ଆରମ୍ଭ ହୋଇଯାଇଛି । ତେବେ ଭୁଷଣ୍ଡପୁରର ଅଧିଷ୍ଠାତ୍ରୀ ଦେବୀ ମା’ ଉଗ୍ରତାରାଙ୍କ ପୀଠରେ ମଧ୍ୟ ଶୋଡ଼ଷ ପୂଜା ଓ ନବରାତ୍ର ପୂଜା ପାରମ୍ପରିକ ରୀତିନୀତିରେ ଆରମ୍ଭ ହୋଇଛି ।

 


ମା’ ଉଗ୍ରତାରାଙ୍କ ପୀଠରେ ପାରମ୍ପରିକ ରୀତିନୀତିରେ ଆରମ୍ଭ ହୋଇଛି ଶୋଡ଼ଷ ଉପଚାର ପୂଜା । ଉଗ୍ରତାରାଙ୍କ ପୀଠ ସାରା ଭାରତବର୍ଷ କାହିଁକି ସାରା ପୃଥିବୀରେ କୌଣସି ସ୍ଥାନରେ ନାହିଁ । ବିଭିନ୍ନ ସ୍ଥାନରେ ତାରା ପୀଠ ଅଛି, ହେଲେ ଖୋର୍ଦ୍ଧା ଜିଳ୍ଲା ଭୁଷଣ୍ଡପୁର ଠାରେ ମା’ ଉଗ୍ରତାରାଙ୍କ ପୀଠ ରହିଛି । କାହିଁ କେଉଁ କାଳରୁ ଏଠାରେ ମୂନୀଋଷିମାନେ ତନ୍ତ୍ର ସାଧାନ କରୁଥିବା କିମ୍ବନ୍ଦନ୍ତୀ ରହିଛି । ସେଥିପାଇଁ ଏହି ପୀଠକୁ ତନ୍ତ୍ରପୀଠ ବୋଲି କୁହାଯାଇଥାଏ । ପୌରାଣିକ ମତରୁ ଜଣାଯାଏ ଏହି ପୀଠଟି ବୁଦ୍ଧଦେବଙ୍କ ସମୟରୁ ହୋଇଛି । ଅକ୍ଷବ ଋଷି ତନ୍ତ୍ର ବିବ୍ୟା ସାଧାନ ପରେ ଏହି ସ୍ଥାନରେ ମା’ଙ୍କୁ ଆରାଧନା କରିବା ପରେ ସିଦ୍ଧିଲାଭ କରିଥିଲେ ।

ସେହି ଦିନଠାରୁ ଏଠାରେ ମା’ଙ୍କ ପୂଜା ହୋଇଆସୁଅଛି । ଶୋଡ଼ଷ ଉପଚାର ପୂଜା ଆରମ୍ଭ ହେବାମାତ୍ରେ ଦୂର ଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥାଏ ଏହି ପୀଠକୁ । ରୀତିନୀତି ଅନୁଯାୟୀ ବିଦ୍ଧି ମୁତାବକ ମା’ଙ୍କର ପୂଜା ଓ ଶ୍ରଦ୍ଧାଳୁଙ୍କ ମାନସିକ ପୂଜା କରାଯାଏ ବୋଲି ମନ୍ଦିର ଟ୍ରଷ୍ଟି ପକ୍ଷରୁ ସୂଚନା ଦିଆଯାଇଛି । ଏଠାରେ ଦଶମହାବିଦ୍ୟାଙ୍କ ପୂଜାର୍ଚ୍ଚନା କରାଯାଇଥାଏ । ଏମାନେ ହେଲେ କାଳୀ, ତାରା, ଷୋଡ଼ଶୀ, ଭୂବନେଶ୍ୱରୀ, ଭୈରବୀ, ଚିନ୍ନାବସ୍ଥା, ଧୂମାବତୀ, ବଗଲାମୁଖୀ, ମାତଙ୍ଗୀ, କମାଳା । ଏମାନଙ୍କ ମଧ୍ୟରୁ ୨ୟ ଅବତାର ହେଉଛନ୍ତି ତାରା । ଏ ହେଉଛନ୍ତି ବୃହସ୍ପତିଙ୍କ ରିଷ୍ଟ । ଏଠାରେ ଦୁଇ ପ୍ରକାର ଦଶହରା ପାଳନ କରାଯାଇଥାଏ ।

ଗୋଟିଏ ବାସନ୍ତିକ ଦୁର୍ଗା ପୂଜା ଓ ସାରଦୀୟ ଦୁର୍ଗାପୂଜା । ଦଶ ଦିନରେ ୯ ପ୍ରକାର ବେଶରେ ମା’ ପୂଜା ପାଇଥାନ୍ତି । ଏହି ପୀଠଟି ତନ୍ତ୍ରପୀଠ ହୋଇଥିବାରୁ ମା’ଙ୍କର ସନ୍ଧିପୂଜା, ଷୋଡ଼ଶ ଉପଚାରା ପୂଜା ଆଦି କରାଯାଇଥାଏ । ଉଗ୍ରତାରାଙ୍କ ପୀଠରେ ବଳିପ୍ରଥା ବନ୍ଦ ହୋଇଥିବା ବେଳେ, ବିଦ୍ଧି ଓ ପରମ୍ପରା ଅନୁୟାୟୀ କୁସପାଣ୍ଡ ବଳି ଦିଆଯାଇଥାଏ । ମା’ ଉଗ୍ରତାରାଙ୍କ ଅପାର ମହିମା ଥିବାରୁ ଭକ୍ତଟିଏ ଆପଣା ଛାଏଁ ଶୋଡ଼ଷ ପୂଜା ସମୟରେ ଚାଲିଆସିଥାଏ ଏଠାକୁ । ଆଉ କେହି କେହି ନିଜ ଅନୁଭୁତି ବଖାଣି ଭାବ ବିହୋଳ ହୋଇପଡ଼ନ୍ତି ମଧ୍ୟ । ମୂଳାଷ୍ଟମୀ ଠାରୁ ଶହସ୍ର କୁମ୍ଭ ବରଣ କରାଯାଇ ଆରମ୍ଭ ହୋଇଥିବା ଏହି ପୂଜା ଦଶହରା ପର୍ଯ୍ୟନ୍ତ ଚାଲିବ ।
ଖୋର୍ଦ୍ଧାରୁ ମନୋଜ କୁମାର ସାହୁଙ୍କ ରିପୋର୍ଟ ଫଟୋ ନିୟୁଜ ଟାଇମ୍ସ ।।

Leave a Reply

Your email address will not be published. Required fields are marked *