ଏବେବି ପଶୁ ବଳିପ୍ରାଥ ଚାଲିଛି

 

ଖେମୁଣ୍ଡିଗଡ଼ ଗ୍ରାମରେ ଶୁଲିଆ ଯାତ୍ରା ଅନୁଷ୍ଠିତ l ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ନାରାୟଣ ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଖେମୁଣ୍ଡିଗଡ଼ ଗ୍ରାମରେ ଶୁଲିଆ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ସୋମବାର ରାତିରେ ଦେବା ଦେବୀ ଙ୍କୁ ବରଣ କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା l

ମଙ୍ଗଳବାର ପୂଜକ ଅନନ୍ତରାମ ମାଝୀ ପୂଜାର୍ଚ୍ଚନା କଲାପରେ ବରୁଆ ଦୂତୀଆ ବିଶିଙ୍କ ଦେହରେ ଠାକୁର ସବାର ହୋଇ ଥିଲେ l ଏହା ପରେ ପାରମ୍ପରିକ ଘଣ୍ଟ,ବାଦ୍ୟ, ଛତି ଛତ୍ର ଧରି ଯାତ୍ରା ପୀଠକୁ ଯାଇଥିଲେ l

ଯାତ୍ରା ପୀଠରେ ଶୁଲିଆ ଠାକୁରଙ୍କ ସହ ପାର୍ଶ୍ଵ ଦେବାଦେବୀଙ୍କୁ ଅରୁଆ ଚାଉଳ, ମନ୍ଦାର ଫୁଳ, ଧୂପ, ଦୀପ, ଜୁଗାର ସମର୍ପଣ କରି ଭୋଗ ଲଗାଯିବା ସହ କୁକୁଡ଼ା, ବୋଦା ଓ ପୋଢ଼ ବଳି ଅର୍ପଣ କରାଯାଇଥିଲା l ତୁର୍କା ଓ କୁଦୂର୍କା ପ୍ରଗଣାର ବିଭିନ୍ନ ଗ୍ରାମରୁ ଝଙ୍କାର ଓ ଦେହୁରୀ ପୂଜାରେ ଯୋଗ ଦେଇଥିଲେ l ତୁର୍କା ପ୍ରଗଣାର ଏହା ଏକ ପ୍ରମୁଖ ଆଦିବାସୀ ପର୍ବ ହୋଇଥିଲେ ହେଁ ଜାତି ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଅଞ୍ଚଳ ବାସୀ ଭାଇଚାରାରଖି ଏହି ପର୍ବ ପାଳନ କରିଥାନ୍ତି l

ମନୋରଞ୍ଜନ ପାଇଁ ରାତିରେ ଖରଝୁରା ଗ୍ରାମର ମାତୃଶକ୍ତି ମହିଳା ଦଣ୍ଡ ନୃତ୍ୟ ପରିବେଷଣ ହୋଇଥିଲା l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

Leave a Reply

Your email address will not be published. Required fields are marked *