ଏଭଳି ଭିଜୁଆଲ ଏବଂ ସିନେମା ଦେଖି କିଛି ବୁଝିନଥିବା ଲୋକ ଗୁଣି ଗାରେଡି ସନ୍ଦେହରେ ମାରପିଟ କରୁଛନ୍ତି।

ଗୁଣି ଗାରେଡି ଏବଂ ଭୁତ ପ୍ରେତକୁ ନେଇ ବହୁତ ସିନେମା ହୋଇଅଛି। ୟୁଟୁବ ମାନଙ୍କରେ ମଧ୍ୟ ବହୁ ବ୍ୟକ୍ତି ବିଶେଷ ଟି.ଆର.ପି ଲୋଭରେ ଅବlସ୍ତାବ ଏବଂ ଅସମ୍ଭବ ଭିଜୁଆଲ ଛାଡ଼ୁଛନ୍ତି। ଏଭଳି ଭିଜୁଆଲ ଏବଂ ସିନେମା ଦେଖି କିଛି ବୁଝିନଥିବା ଲୋକ ଗୁଣି ଗାରେଡି ସନ୍ଦେହରେ ମାରପିଟ କରୁଛନ୍ତି। ଯାହାର ଫଳସ୍ୱରୂପ ଗୁଣିଆ ବୋଲି ଦର୍ଶାଉଥିବା ବ୍ୟକ୍ତିବିଶେଷ କୁ ମାଡ ମାରି ହତ୍ୟା କରୁଛନ୍ତି। ଯାହା ଫଳରେ ହତ୍ୟା କରିଥିବା ବ୍ୟକ୍ତି ମାନେ ନ୍ୟାୟିକ ବ୍ୟବସ୍ଥା ଅନୁଯାୟୀ ଦଣ୍ଡିତ ହେଉଛନ୍ତି। ଏଭଳି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ଅଞ୍ଚଳରେ। ରାତ୍ର ପ୍ରାୟ ଦଶ ଘଣ୍ଟା ସମୟରେ ପଦ୍ମପୁରର ହାଟପଦା ସାହିରେ ରହିଥିବା ଭୈରବ ସାହୁଙ୍କୁ ସେହି ସାହିର କିଛି ଲୋକ ନୃଶଂସ ଭାବେ ହତ୍ୟା କରିଛନ୍ତି।

ଭୈରବ ସାହୁଙ୍କୁ ଉଲଗ୍ନ କରି ୩ରୁ ୪ ଟି ସାହିରେ ତାଙ୍କୁ ବୁଲାଇ ବୁଲାଇ ମାଡ଼ ମାରିଥିଲେ । କୌଣସିମତେ ଖବର ପାଇ ପଦ୍ମପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ ଓ ଘଟଣାଟିକୁ ନିୟନ୍ତ୍ରଣ କରିବାପାଇଁ ଚେଷ୍ଟା କରିଥିଲେ। କିନ୍ତୁ ସେମାନେ ଶାନ୍ତ ହୋଇନଥିଲେ ବରଂ ଓଲଟା ପୋଲିସମାନଙ୍କୁ ମଧ୍ୟ ମାରପିଟ କରିଥିଲେ। ଯାହାଦ୍ୱାରା ପଦ୍ମପୁର ପୋଲିସ ଥାନା ବଡ଼ ବାବୁ ଧରଣିଧର ପ୍ରଧାନଙ୍କ ମୁଣ୍ଡରେ ଆଘାତ ହୋଇଛି ଏବଂ ମୁଣ୍ଡରେ ଚାରୋଟି ଷ୍ଟିଚ ପଡ଼ିଛି।

ଘଟଣାଟି ହେଲା ଭୈରବ ସାହୁ ଜଣେ ଗୁଣିଆ ଭାବି ତାକୁ ନୃସଂଶ ଭାବେ ମlରି ହତ୍ୟl କରିଛନ୍ତି। ଏହି ଘଟଣାରେ ପଦ୍ମପୁର ପୋଲିସ୍ ପ୍ରାୟ ୨୮ ଜଣଙ୍କ ନାମରେ ହତ୍ୟା ମାମଲାରେ କେସ ରୁଜୁ କରିଛନ୍ତି। ଏହି ହତ୍ୟାକାରୀ ମାନଙ୍କ ମଧ୍ୟରେ ୭ଜଣ ନାବାଳକ ଅଛନ୍ତି। ପଦ୍ମପୁର ପୋଲିସ ଭୈରବ ସାହୁଙ୍କ ଶବ ବ୍ୟବଚ୍ଛେଦ ପାଈଁ ଗୁଣପୁର ବଡ଼ ମେଡ଼ିକାଲ ପଠାଇଥିଲେ ଓ ହତ୍ୟାକାରୀମାନଙ୍କୁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା କରାଇ ସେମାନଙ୍କୁ କୋର୍ଟ ଚାଲାଣ କରିଛନ୍ତି।ବାସ୍ତବ ରେ ଯେଉଁ ସିନେମା ନିର୍ମାତା ମାନେ ଏବଂ ୟୁଟୁବରେ ଏଭଳି ଗୁଣି ଗାରେଡି ସମ୍ପର୍କିତ ଭିଜୁଆଲ ଦେଉଛନ୍ତି, ସେମାନେ କିନ୍ତୁ ଦଣ୍ଡିତ ହେଉ ନାହାନ୍ତି। ଏଥିପ୍ରତି ସରକାର ଦୃଷ୍ଟି ଦେବାକୁ ବୁଦ୍ଧିଜୀବି ମାନେ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *