ଏମାନଙ୍କ ରକ୍ତରେ ଅଛି ରାଜନୀତି

ଏମାନଙ୍କ ରକ୍ତରେ ଅଛି ରାଜନୀତି। ରକ୍ତ ସଂଗ୍ରହ ହେବ ଏହାର ମାଧ୍ୟମ। ଏହି ଟ୍ରେଣ୍ଡ ର ଆରମ୍ଭ ହେଉଛି କେନ୍ଦ୍ରାପଡ଼ାରୁ, କିନ୍ତୁ ଏହା ଵ୍ୟାପୀବ ସମଗ୍ର ଓଡିଶାକୁ, ଯଦି ବିଜେଡ଼ି ଦଳ ଏହାକୁ ରୋକିବାରେ ସକ୍ଷମ ନ ହୁଏ। କେନ୍ଦ୍ରାପଡା ଜନ୍ମ ଦେଇଛି ବିଜୁବାବୁଙ୍କ ଭଳି ମହାନ ନେତା ଓ ଜନନାୟକଙ୍କୁ। ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କର ସ୍ଵଛନୀୟ ପରାଜୟ ଯୋଗୁଁ ବିଜେଡ଼ି ଦଳ ଭିତରେ ଫାଟ ସୃଷ୍ଟି ହୋଇଛି। ପରାଜୟ ପାଇଁ ବିଜେଡ଼ି ଦଳରେ କଂଗ୍ରେସ ନେତାଙ୍କ ଏଣ୍ଟ୍ରି, ନେତା ବିଜୟ ମହାପାତ୍ରଙ୍କ ସୁପୁତ୍ର କୁ ସ୍ୱାଗତ, ନିପନ ଷ୍ଟିଲ ର ଅନୁପ୍ରବେଶ କାରୀ ବାଙ୍ଗଲାଦେଶୀ ମାନଙ୍କ ସ୍ୱାର୍ଥ ହାନୀକରିବା ଏବଂ ଅତନୁ ବାବୁଙ୍କ ଆଣ୍ଟି ଏଷ୍ଟାବ୍ଲିସମେଣ୍ଟ ଭୋଟ (ଅସନ୍ତୁଷ୍ଟ ବିଜେଡ଼ି କର୍ମୀ) ମାନଙ୍କ ଯୋଗୁଁ ତାଙ୍କର ସ୍ଵଛନୀୟ ପରାଜୟ ହେଲା। ଏବେ ସମାଜ ସେବା ନାମରେ ଦ୍ୱିତୀୟ ଧାଡିରେ ରହୁଥିବା ନେତା ମାନେ ଦଳ,ମତକୁ ପଛରେ ପକାଇ ଏକଜୁଟ ହେଇଛନ୍ତି ସମାଜ ସେବା ନାମରେ। ସମୟ କହିବ ଏମାନେ କେତେ ସଫଳ ହେବେ। କିନ୍ତୁ ଏହି ପ୍ରୟାସ କେନ୍ଦ୍ରାପଡା ସହିତ ଅନ୍ୟ ଜିଲ୍ଲା ମାନଙ୍କରେ ମଧ୍ୟ ବ୍ୟକ୍ତିବିଶେଷ ମାନଙ୍କ ଦ୍ୱାରା ସୃଷ୍ଟିହେଉ। ରାଜନୈତିକ ବ୍ୟକ୍ତିମାନଙ୍କର ରକ୍ତରେ ଅଛି ରାଜନୀତି। ରକ୍ତ ସଂଗ୍ରହ, ଔଷଧ ବଣ୍ଟନ ଏବଂ ଅନ୍ୟାନ୍ୟ ଜନହିତକର କାର୍ଯ୍ୟକୁ ନେଇ ଗଠନ କରାଯାଇଥିବା ଅନୁଷ୍ଠାନ ମାନଙ୍କରେ ରାଜନୀତି ବେଶୀ ହେବ ଏବଂ ଜନସେବା ନାମକୁ ମାତ୍ର।


କେନ୍ଦ୍ରାପଡ଼ାରେ ନୁତନ ସଂଗଠନ “ଶ୍ରୀ ବଳଦେବଜୀଉ ସେବା ଓ ସାମାଜିକ ନ୍ୟାୟ ଫୋରମ୍” ଗଠିତ ହୋଇଯାଇଛି। ଏହି ଅନୁଷ୍ଠାନର ସଭାପତି ଭାବେ ସଞ୍ଜୟ ଲେଙ୍କା ଓ ସଞ୍ଜୟ ବେହେରା ସଂଯୋଗକ ଭାବେ ମନୋନୀତ ହୋଇଛନ୍ତି।ଆଗାମୀ ଦିନରେ ବିଭିନ୍ନ ପଦ ପଦବୀର ନିଯୁକ୍ତି କରାଯିବ। କଂଗ୍ରେସ ନେତା ପ୍ରଫୁଲ୍ଲ ଦାସ,ବିଜେପି ନେତା ମିହିର ସାମଲ ଓ ବିଜେଡି ନେତା ଗଙ୍ଗାଧର ପରିଡ଼ା ମଞ୍ଚାସିନ ଅତିଥି ଭାବେ ସଂଗଠନ ରେ ଯୋଗଦେଇଛନ୍ତି।ଆଜି ଗୋପ ଛକରେ ଥିବା ଏକ ମଣ୍ଡପରେ ସବୁ ରାଜନୈତିକ ଦଳର ଲୋକଙ୍କୁ ନେଇ ଏକ ବୈଠକ ସଭାପତି ସଞ୍ଜୟ ଲେଙ୍କାଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ରାଜନୈତିକ ଉର୍ଦ୍ଧ୍ବରେ ରହି ସମାଜରେ ଦଳିତ ନିଷ୍ପେସିତ ସମାଜରେ ଅବହେଳିତ ହେଉଥିବା ଲୋକଙ୍କୁ ନ୍ୟାୟ ଦେବାପାଇଁ ସଂଗଠନ କାମ କରିବ ବୋଲି ସଭାପତି ବକ୍ତବ୍ୟରେ କହିଥିଲେ।ଅନ୍ୟ ଅତିଥି ମାନେ ମଧ୍ୟ ଅନୁରୂପ ଭାବେ କହିଛନ୍ତି ଯେ ରାଜନୀତି ପାଇଁ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିବା କ୍ଷେତ୍ରରେ ସଂଗଠନ କାର୍ଯ୍ୟ କରିବ।ମାର୍ଶାଘାଇ ଅଞ୍ଚଳର ଲୋକମାନଙ୍କୁ ନେଇ ଆରମ୍ଭ ହୋଇଥିଲେ ମଧ୍ୟ ଆଗାମୀ ଦିନରେ “ଶ୍ରୀ ବଳଦେବଜୀଉ ସେବା ଓ ସାମାଜିକ ନ୍ୟାୟ ଫୋରମ୍” ଜିଲ୍ଲା ସ୍ତରୀୟ କରାଯିବା ନେଇ ଆଲୋଚନା ମଧ୍ୟ କରିଯାଇଛି।ଏଭଳିଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟପାଇଁ ଏହି ବୈଠକରେ ୧୫୦ରୁ ଉର୍ଦ୍ଧ୍ବ କର୍ମକର୍ତ୍ତା ଯୋଗଦେଇ ସଂଗଠନର ନେତମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହିଭଳି ସଂଗଠନ ମାନ ପ୍ରାୟତଃ ପ୍ରତ୍ୟକ ଜିଲ୍ଲାରେ ଗଢିଉଠିବ ବୋଲି ଆମର ସର୍ବେରୁ ସ୍ପଷ୍ଟ ହେଉଛି। ଏହା ଆମର ନିଜସ୍ୱ ମତ। ଏହାଦ୍ୱାରା ବିଜେପି ଦଳର ସାଙ୍ଗଠନିକ ଦକ୍ଷତା ବଢିବ ଏବଂ ବିଜେଡ଼ି ଦଳ କ୍ଷତିଗ୍ରସ୍ତ ହେବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ।
ଏଠାରେ ପ୍ରକାଶ ଥାଉକି ସଞ୍ଜୟ ଲେଙ୍କା ଥିଲେ ଅତନୁ ବାବୁଙ୍କ ଜଣେ ବିଶ୍ୱସ୍ତ ସହଯୋଗୀ।
କେନ୍ଦ୍ରାପଡ଼ାରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଲଷ୍ମୀକାନ୍ତ ନାୟକଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *