ଓଡ଼ିଶାର ପ୍ରଶାନ୍ତ କୁମାର ଶତପଥିଙ୍କ ପରିବାର ବର୍ଗଙ୍କ ସହ ସାକ୍ଷାତକରି ଦୁଃଖରେ ସାମିଲ ହୋଇଛନ୍ତି ଭୁବନେଶ୍ବର ସାଂସଦ।

ଆତଙ୍କବାଦୀ ଆକ୍ରମଣ ଏକ ନୀନ୍ଦନୀୟ ଘଟଣା। କେଉଁଠି ନା କେଉଁଠି ଏହା ସରକାରଙ୍କର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ। ସେ ଯାହାବି ହେଉ ଜାମ୍ମୁ କାଶ୍ମୀରର ପେହଲଗାମରେ ଓଡ଼ିଶାର ପ୍ରଶାନ୍ତ କୁମାର ଶତପଥୀଙ୍କର ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ହୋଇଛି।

ଜାମ୍ମୁ କାଶ୍ମୀର ଠାରେ ପେହଲଗାମରେ ଆତଙ୍କବାଦୀ ଆକ୍ରମଣରେ ଅକାଳ ନିଧନ ହୋଇଥିବା ନାଗରିକ ମାନଙ୍କୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ ପୁଷ୍ପାଞ୍ଜଳି ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି

ଏହି ଆକ୍ରମଣରେ ନିଧନ ଓଡ଼ିଶାର ପ୍ରଶାନ୍ତ କୁମାର ଶତପଥିଙ୍କ ପରିବାର ବର୍ଗଙ୍କ ସହ ସାକ୍ଷାତ କରି ସମବେଦନା ଜ୍ଞାପନ କରିବା ସହ ଦୁଃଖରେ ସାମିଲ ହୋଇଛନ୍ତି ଭୁବନେଶ୍ବର ସାଂସଦ।
ସେ କହିଛନ୍ତି ମହାପ୍ରଭୁ ଜଗନ୍ନାଥ ଅମର ଆତ୍ମାକୁ ସଦଗତି ଏବଂ ପରିବାର ବର୍ଗଙ୍କୁ ଶକ୍ତି ପ୍ରଦାନ କରନ୍ତୁ l
ବ୍ୟୁରୋ ରିପୋର୍ଟ୍ ଫଟୋ ନ୍ୟୁଜ ଟାଇମସ୍।

Leave a Reply

Your email address will not be published. Required fields are marked *