ଓଡ଼ିଶାରେ କପ ସିରାପ ନିଶା କାରବାର

ରୋଗୀ ମାନଙ୍କ ପାଇଁ ଔଷଧ ହେଉଛି କପ ସିରାପ। କିନ୍ତୁ କିଛି ଅସାଧୁ ବ୍ୟକ୍ତି ଏହାକୁ ନିଶାଦ୍ରବ୍ୟ ରୂପେ ବିକ୍ରିକରି ସମାଜକୁ କଳୁଷିତ କରୁଛନ୍ତି ଏବଂ ଅସାଧୁ ଉପାୟରେ ଭଲ ରୋଜଗାର କରିପାରୁଛନ୍ତି। ଆମେ ଯାହା ପ୍ରସାର କରୁଅଛୁ ଏହା ଏକ ଉଦାହରଣ ମାତ୍ର। ଓଡ଼ିଶାରେ କପ ସିରାପ ନିଶା କାରବାର ଯୋଗୁଁ ଯୁବପିଢ଼ି ପଥଭ୍ରଷ୍ଟ ହେଉଛନ୍ତି। ଏହି ବ୍ୟବସାୟ ପ୍ରାୟତଃ ନବେ ଭାଗ ମେଡିସିନେ ଦୋକାନୀଙ୍କର ଏକ ପ୍ରମୁଖ ବ୍ୟବସାୟ ପାଲଟିଛି। ସରକାର ଏକ ଟିମ ପ୍ରସ୍ତୁତ କରି ଏହି ନିଶା କାରବାରରେ ଲିପ୍ତ ଥିବା ବ୍ୟକ୍ତି ମାନଙ୍କୁ ଗିରଫ କରନ୍ତୁ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି। ବିଗତ ତିନିଦିନ ତଳେ ଅବକାରୀ ବିଭାଗର ଖୋର୍ଦ୍ଧା ଜିଲ୍ଲା ମୋବାଇଲ ଟିମ ସୁଜିତ କୁମାର ନାୟକଙ୍କ ତତ୍ତ୍ୱ ବଧାନରେ ବିଶ୍ୱ ରଞ୍ଜନ ଖୁଣ୍ଟିୟାଙ୍କୁ (45 ବର୍ଷ) ପଲାହାଟ ଅଞ୍ଚଳରୁ ଗିରଫ କରିଛନ୍ତି। ଏଥିସହିତ ଦଳେଇ ପୁଟ ଅଞ୍ଚଳରୁ ଦେବରଞ୍ଜନ ଦାସଙ୍କୁ ଗିରଫ କରିଛନ୍ତି। କେଶ ନମ୍ବର ୨୫୬/ ୨୫-୨୬ ୠଜୁକରି ନବେ ଲିଟର କପ ସିରାପ, ଗୋଟିଏ ମାରୁତି ସୁଜିକି ୱାଗନର(OD33-AR-7513) ଜବତ କରିଛନ୍ତି। ଏହି ଚଡାଉ ସମୟରେ ତପସ୍ୱିନୀ ବରାଳ (IIc)ସୁଜିତ କୁମାର ନାଗ, ସଞ୍ଜୟ କୁମାର ରାଉତ, ଜିତେନ୍ଦ୍ର ହେମ୍ବ୍ରଏମ, ସତ୍ୟବ୍ରତ ମାଝୀ, ଟିଟୁ ସାହୁ, ପ୍ରଣବ କୁମାର ବେହେରା ଏବଂ ସ୍ଵାପନା ରାଣୀ ବେହେରା ସକ୍ରିୟ ରୂପେ କାର୍ଯ୍ୟ କରିଥିଲେ।
ଖୋର୍ଦ୍ଧାରୁ ସୂର୍ଯ୍ୟ ନାରାୟଣ ମହାନ୍ତିଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *