ଓଡିଶା ଆର୍ଥ୍ରାଇଟିସ୍ ଏବଂରିୟୁମାଟୋଲୋଜି ଫାଉଣ୍ଡେସନ୍ ଟ୍ରଷ୍ଟ (OARFT) ଦ୍ବାରା ଶୈଳଶ୍ରୀ ବିହାରରେ ବିଶ୍ବ ଏକିଲୋଜିଂ ସ୍ମୋଣ୍ଡିଲାଇଟିସ୍ ଦିବସ ପାଳିତ ହୋଇଅଛି।

ଓଡିଶା ଆର୍ଥ୍ରାଇଟିସ୍ ଏବଂରିୟୁମାଟୋଲୋଜି ଫାଉଣ୍ଡେସନ୍ ଟ୍ରଷ୍ଟ (OARFT) ଦ୍ବାରା ଶୈଳଶ୍ରୀ ବିହାରରେ ବିଶ୍ବ ଏକିଲୋଜିଂ ସ୍ମୋଣ୍ଡିଲାଇଟିସ୍ ଦିବସ ପାଳିତ ହୋଇଅଛି।(ଏ.ଏସ୍. )ଆକ୍ସିଆଲ୍ ସ୍ପଣ୍ଡିଲୋଆର୍ଥ୍ରାଇଟିସ୍ ରୋଗରେ ବିଶ୍ବର ଲକ୍ଷ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥାନ୍ତି। ଏହି ରୋଗ ଭାରତରେ ପ୍ରତି 100 ଜଣ ଯୁବ ବୟସ୍କଙ୍କ ମଧ୍ୟରୁ 1 ଜଣଙ୍କୁ ହୋଇଥାଏ। ଏହି ରୋଗ ସାଧାରଣତଃ ୨୦ରୁ ୩୦ବର୍ଷ ବୟସ ମଧ୍ୟରେ ଆରମ୍ଭ ହୁଏ ଏବଂ ଏହାର ଶାରୀରିକ, ଆର୍ଥିକ, ସାମାଜିକ ଏବଂ ମାନସିକ ପ୍ରଭାବ ଥାଏ। ଏହା ସବୁ ବୟସ ଓ ଲିଙ୍ଗର ଲୋକଙ୍କୁ ପ୍ରଭାବିତ କରିପାରେ। ଯଦି ଶୀଘ୍ର ଚିକିତ୍ସା ଆରମ୍ଭ ନ ହୁଏ, ତେବେ ଆର୍ଥ୍ରାଇଟିସ୍ରେ ପୀଡ଼ିତ ବ୍ୟକ୍ତିଙ୍କଠାରେ ବିକୃତି ଦେଖାଯାଇପାରେ ଓ ସେମାନେ ଭିନ୍ନକ୍ଷମ ହୋଇପାରନ୍ତି। ପ୍ରତିବର୍ଷ ମେ ମାସର ପ୍ରଥମ ଶନିବାରକୁ ବିଶ୍ବ ଆକ୍ସିଆଲ୍ ସ୍ପଣ୍ଡିଲୋଆର୍ଥ୍ରାଇଟିସ ଦିବସ ଭାବେ ପାଳନ କରି ଲୋକମାନଙ୍କ ମଧ୍ୟରେ ଏହି ଭିନ୍ନକ୍ଷମ


ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥାଏ। ଏଏସ୍ ରୋଗର ପ୍ରାଥମିକ ଚିକିତ୍ସା ପାଇଁ ସଚେତନତାର ଅଭାବ ସବୁଠାରୁ ବଡ଼ ବାଧକ ସାଜିଛି। ଏଏସ ରୋଗ ନିର୍ଣ୍ଣୟରେ ବିଶ୍ବସ୍ତରରେ ୭ ବର୍ଷ ବିଳମ୍ବ ହେବା ଫଳରେ ଅପରିବର୍ତ୍ତିତ ଓ ଜୀବନ ପ୍ରତି ବିପଦ ସୃଷ୍ଟି ହେଉଛି।ଆଶ୍ଚର୍ଯ୍ୟର କଥା ହେଉଛି, ମହିଳାମାନଙ୍କର ଏଏସ୍ ରୋଗ ନିର୍ଣ୍ଣୟ କରିବା ପାଇଁ 2 ବର୍ଷ ଅଧିକ ସମୟ ଲାଗିଥାଏ।ଏହାର କାରଣ ହେଉଛି ପୁରୁଣା ବିଶ୍ବାସ ଯେ ଏହି ରୋଗ ମୁଖ୍ୟତଃ ପୁରୁଷମାନଙ୍କୁ ପ୍ରଭାବିତ କରିଥାଏ। ଏଏସ୍ ରୋଗୀମାନଙ୍କ ମଧ୍ୟରୁ ୬୨% ପ୍ରତିଶତ ଲୋକଙ୍କ ପାଖରେ ମନସ୍ତାତ୍ତ୍ଵିକ ସମସ୍ୟାର ଆଶଙ୍କା ଥାଏ।ଓଡ଼ିଶା ଆର୍ଥ୍ରାଇଟିସ୍ ଓ ରିଉମାଟୋଲୋଜି ଫାଉଣ୍ଡେସନ୍ ଟ୍ରଷ୍ଟ (ଓଏଆଏଫ୍) ଏବଂ ଓଏଆର୍ସ(OARC) ମିଳିତଆନୁକୂଲ୍ୟରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଓଏଆର୍ସର ମେଡିକାଲ୍ ନିର୍ଦ୍ଦେଶକ ତଥା ରାଜ୍ୟର ଜଣେ ଖ୍ୟାତନାମା ରିଉମାଟୋଲୋଜିଷ୍ଟ ପ୍ରଫେସର ଡାକ୍ତର ଜ୍ୟୋତି ରଞ୍ଜନ ପରିଡା ଓ ଓଏଆସି ଶୈଳଶ୍ରୀ ବିହାର ଶାଖାର ମୁଖ୍ୟ ପରାମର୍ଶଦାତା, ରିଉମାଟୋଲୋଜିଷ୍ଟ ଡଃ ଦେବାଶିଷ ମେକପ ଏହି ରୋଗ ସମ୍ପର୍କରେ ଆଲୋଚନା କରିଥିଲେ।

ବ୍ୟୁରୋ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *