କଣ୍ଟାମାଳ ବନାଞ୍ଚଳର କେନ୍ଦୁପତ୍ର ବିଭାଗ ଦ୍ଵାରା ମାଗଣା ସ୍ୱାସ୍ଥ୍ୟସେବା ଶିବିର ଆୟୋଜିତ।
ବୌଦ୍ଧ ଜିଲ୍ଲା କଣ୍ଟାମାଳ କେନ୍ଦୁପତ୍ର ବିଭାଗ ଓ ଏମଏଚୟୁ ମିଳିତ ସହଯୋଗରେ ରେଞ୍ଜର ଆର୍ତ୍ତତ୍ରାଣ ମିର୍ଦ୍ଧାଙ୍କ ତତ୍ତ୍ଵାବଧାନରେ କେନ୍ଦୁପତ୍ର ତୋଳାଳୀ ଓ ପତ୍ର ବନ୍ଧାଳୀ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଏକ ମାଗଣା ସ୍ବାସ୍ଥ୍ୟସେବା ଶିବିର ବଘାର୍ଡ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ ଶିବିରରେ ମୋଟ ୧୬୪ଜଣ ପତ୍ର ତୋଳାଳୀ ଓ ବନ୍ଧାଳୀ ଚିକିତ୍ସିତ ହୋଇଥିଲେ।କଣ୍ଟାମାଳ ରେଞ୍ଜର ଶ୍ରୀ ମିର୍ଦ୍ଧାଙ୍କ ସମେତ ଫରେଷ୍ଟର ସନ୍ତୋଷ ମଲିକ, ଫରେଷ୍ଟର ବିଜୟାନନ୍ଦ ବେହେରା, ଈଶ୍ୱର ସାହୁ, ଦୁଷ୍ମନ୍ତ ନାୟକ, ସନ୍ତୋଷ ମଲିକ, ଘନଶ୍ୟାମ ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।ଏମଏଚୟୁରୁ ଡ.ରୋଜାଲିନ ମିଶ୍ର ଓ ତାଙ୍କର ସହଯୋଗୀ ଏହି ଶିବିରରେ ଯୋଗଦାନ କରି ସମସ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବିତରଣ କରିଥିଲେ।

ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।
