କନେଷ୍ଟ ବଳଙ୍କ ମୃତୁ ସନ୍ଦେହ ଘେରରେ

 

ରାୟାଗଡା ଥାନା ର ଓଡ଼ିଶା ଷ୍ଟେଟ ପ୍ରୋଟେକ୍ସନ ଫୋର୍ସ ର କାର୍ଯ୍ୟରତ କନଷ୍ଟେବଳ ଗୌରୀ ତାଡୀଙ୍ଗି ଙ୍କ ମୃତ ଦେହ ପିତମହଲ ନିକଟସ୍ତ ଏକ କପା ବାଡ ରୁ ଉଦ୍ଧାର କରାଯାଇଛି। ସେ ରାୟଗଡ଼ା ରୁ ତାଙ୍କ ଘର ତୁଳସୀବାଲାସା କୁ ଫେରୁଥିଲେ ସେ କିଛିଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ପରିବାର ବର୍ଗ କହିବା ଅନୁଯାୟୀ ମୃତ କନେଷ୍ଟବଳ ଗୌରୀ ତାଡୀଙ୍ଗି ଓ ତାଙ୍କ ଅନ୍ୟ ଏକ ସାଥୀଙ୍କ ସହ ଭୋର ସକାଳ ସମୟରେ ବାଇକ୍ ରେ  ତାଙ୍କ ଘର କୁ ଯାଉଥିଲେ  ସେ ହାଠତ ପିତମହଲ ସ୍ଥିତ କପାବାଡ ନିକଟରେ କିଛି କ୍ଷଣ ରଖିବା ପାଇଁ କହି ଥିଲେ ପରବର୍ତୀ ସମୟରେ ସେ କପାବାଡ ରେ ମୃତ୍ୟୁ ଅବସ୍ଥାରେ ପାଇ ଥିଲେ। ତାଙ୍କ  ଆକସ୍ମିକ ମୁତ୍ୟୁ ସଂଦେହ ଘେରା ରେ ରହିଛି।  ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏକ ମାମଲା ରୁଜୁ କରି ଶବ କୁ ଉଦ୍ଧାର କରିଛି। ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି। ଶବ ବ୍ୟବଚ୍ଛେଦ ହେବା ପରେ ତାଙ୍କ ପରିବାର  ଲୋକଙ୍କୁ  ହସ୍ତାନ୍ତର କରାଯିବ ବୋଲି ପୋଲିସ ପ୍ରକାଶ କରିଛନ୍ତି। ରାୟଗଡ଼ାରୁ ମନୋ ରଞ୍ଜନ ଶତପଥି ଙ୍କ ରିପୋର୍ଟ ଫୋଟ ନିଉଜ ଟାଇମସ।

Leave a Reply

Your email address will not be published. Required fields are marked *