କନ୍ଧମାଳ ଜିଲ୍ଲା ବାଲିଗୁଡାରେ ପାଟ୍ରୋଲିଂ ସମୟରେ ଗଞ୍ଜେଇ, ବ୍ରାଉନ ସୁଗାର, ବାଇକ, ମୋବାଇଲ ଫୋନ ଜବତ।

କନ୍ଧମାଳ ଜିଲ୍ଲା ବାଲିଗୁଡାରେ ପାଟ୍ରୋଲିଂ ସମୟରେ ଗଞ୍ଜେଇ, ବ୍ରାଉନ ସୁଗାର, ବାଇକ, ମୋବାଇଲ ଫୋନ ଜବତ।ତିନି ଅଭିଯୁକ୍ତ ଗିରଫ।
ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି ଟ୍ରାଫିକ ପୋଷ୍ଟ। ଏହା ଅପରାଧ ନିୟନ୍ତ୍ରଣ କରିବାର ଏକ ପ୍ରୟାସ ମାତ୍ର। କନ୍ଧମାଳ ଜିଲ୍ଲା ବାଲିଗୁଡା ପୋଲିସ କୁ ମିଳିଛି ଆଉ ଏକ ସଫଳତା, ପାଟ୍ରୋଲିଂ କରୁଥିବା ସମୟରେ ଗଞ୍ଜେଇ, ବ୍ରାଉନ ସୁଗାର, ବାଇକ, ମୋବାଇଲ ଫୋନ ଜବତ ସହ ଘଟଣା ରେ ସଂଶିଷ୍ଟ ଥିବା ତିନି ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ କୁ ନେଇ ଉପଖଣ୍ଡ ଆରକ୍ଷୀ ଅଧିକାରୀ ରାମେନ୍ଦ୍ର ପ୍ରସାଦ ଏକ ଖବର ଦାତା ସମ୍ମିଳନୀ ରେ ପ୍ରକାଶ କରିଛନ୍ତି l

ସୂଚନାରୁ ପ୍ରକାଶ ଯେ, ଚଳିତ ମାସ ୦୧ ତାରିଖ ସନ୍ଧ୍ୟାରେ ବାଲିଗୁଡା ପୋଲିସ ଏସଆଇ କିଶୋର ଚନ୍ଦ୍ର ପ୍ରଧାନ ଓ଼ ଅନ୍ୟ ପୋଲିସ କର୍ମଚାରୀ ମାନେ ପାଟ୍ରୋଲିଂ କରୁଥିବା ସମୟରେ କୌଣସି ଏକ ବିଶ୍ୱସ୍ତ ସୂତ୍ରରୁ ଗଞ୍ଜେଇ ଓ ବ୍ରାଉନ ସୁଗାର ଚାଲାଣ ହେଉଥିବା ଖବର ପାଇବା ପରେ ପାଟ୍ରୋଲିଂ ବ୍ୟବସ୍ଥା କୁ କଡାକଡି କରି କ.ନୂଆଗାଁ ଅଞ୍ଚଳ ରେ ଏକ ପଲସର ମୋଟର ସାଇକେଲରେ ଦୁଇଜଣ ବ୍ୟକ୍ତିଙ୍କୁ ତନଖିବା ସମୟରେ ସେମାନେ ବାଲିଗୁଡ଼ା ଥାନା ଗୁଳିମରାପଦା ସାହିର ଦିପକ କୁମାର ଦିଗାଲଙ୍କ ଠାରୁ ଗଞ୍ଜେଇ ଏବଂ ବ୍ରାଉନସୁଗାର ନେଉଥିବା ସ୍ୱୀକାର କଲେ। ଏହି ଘଟଣା ରେ ଦୀପକ ର ସହଯୋଗୀ ବାଲିଗୁଡା ଥାନା ଅନ୍ତର୍ଗତ ପାଟଖଣ୍ଡା ସାହିର ମହେନ୍ଦ୍ର ମଲ୍ଲିକ ଓ଼ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ସିମନବାଡ଼ି ଅଞ୍ଚଳର କେ. ଶିବ ପ୍ରସାଦ ଆଚାରୀ ଙ୍କୁ ଯାଞ୍ଚ କରିବା ସମୟରେ ସେମାନଙ୍କ ଠାରୁ ୨୨ କିଲୋଗ୍ରାମ ଗଞ୍ଜେଇ, ୦୬ (ଛଅ) ଗ୍ରାମ ବ୍ରାଉନସୁଗାର, ଦୁଇଟି ମୋଟରସାଇକେଲ, ଦଶଟି ମୋବାଇଲ ଫୋନ୍ ଜବତ କରି ବାଲିଗୁଡ଼ା ପିଏସ୍ କେଶ ନଂ.-୧୯୬/୨୫- ୟୁ/ଏସ୍-୨୦ (ବି)(ଆଇ)(ସି)/୨୧(ବି) ଏନଡିପିଏସ୍ ଆକ୍ଟ ରେ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ବାଲିଗୁଡା ଥାନା ର ଅନୁସନ୍ଧାନ କାରୀ ଅଧିକାରୀ ଏସ.ଆଇ.ପ୍ରମୋଦ କୁମାର ଜେନା ଏହି ଘଟଣା ରେ ଆଉ କିଏ କିଏ ସଂଶ୍ଲିଷ୍ଟ ଅଛନ୍ତି, ସେ ନେଇ ତଦନ୍ତ ଅବ୍ୟାହତ ରଖିଛନ୍ତି। କନ୍ଧମାଳ ଜିଲ୍ଲାରେ କ୍ୟାଶ କ୍ରପ ହେଉଛି ଗଞ୍ଜେଇ ଚାଷ।

ରାଜନୈତିକ ବ୍ୟକ୍ତି, ପୋଲିସ ଏବଂ ଆବକାରୀ ବିଭାଗର ଜାଣତରେ ଏହା ହେଉଛି ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଏଠାରେ କିନ୍ତୁ ପ୍ରକାଶ ଯୋଗ୍ୟ ଯେ ବିଭାଗୀୟ ଅଧିକାରୀ ମାନେ ଅପରାଧର ମୂଳକୁ ନ ଯାଇ ଉପର ଠାଉରିଆ ଭାବେ ଅପରାଧ ନିୟନ୍ତ୍ରଣ କରୁଛୁ ବୋଲି ନାରା ଦେଉଛନ୍ତି। ସରକାରୀ ବ୍ୟବସ୍ଥାକୁ ଖୁସି କରିବାକୁ ଯାଇ ଏଭଳି ଚଢ଼ଉ କରାଯାଇ କେଶ ରୁଜୁ କରୁଛନ୍ତି ବୋଲି ସାଧାରଣ ବାସିନ୍ଦା ଏବଂ ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି।
କନ୍ଧମାଳ ଜିଲ୍ଲାରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *