କନ୍ଧମାଳ ଜିଲ୍ଲା ରେ କଂଗ୍ରେସ ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ। ଓଡ଼ିଶାରେ କଂଗ୍ରେସ ଦଳ ଏବେ “ଡୁ ଅର ଡାଏ” ମୁଡ଼ରେ ଉପାନ୍ତ ଅଞ୍ଚଳ ମାନଙ୍କରେ କାର୍ଯ୍ୟ ଆରମ୍ଭ କରୁଛି।
କନ୍ଧମାଳ ଜିଲ୍ଲାରେ ଆରମ୍ଭ ହେଲା ଜିଲ୍ଲା କଂଗ୍ରେସ ସଭାପତି ଖୋଜା ଅଭିଯାନ ବା ସଂଗଠନ ସୃଜନ ଅଭିଯାନ । ଆଜି ଏକ ପ୍ରେସ ମିଟ ଜରିଆରେ କଂଗ୍ରେସର କନ୍ଧମାଳ ପର୍ଯ୍ୟବେକ୍ଷକ ପ୍ରକାଶ ଯୋଶୀ ଏହି ବିଷୟ ଗଣମାଧ୍ୟମକୁ ଜଣାଇଛନ୍ତି। ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳ କିପରି ଭଲ ପ୍ରଦର୍ଶନ କରିବ ତେଣୁ ଏକ ଦକ୍ଷ ସଭାପତି ଚୟନ କରିବ। ତେଣୁ ଚଳିତ ବର୍ଷ ସଂଗଠନ ସୃଜନ ଅଭିଯାନ ଜରିଆରେ କନ୍ଧମାଳର ବାରଟି ବ୍ଲକର ତୃଣମୂଳ ସ୍ତରକୁ ଯାଇ ସାଧାରଣ କର୍ମୀ ମାନଙ୍କୁ ଭେଟି ସଭାପତି ଚୟନ କରିବ।ପର୍ଯ୍ୟବେକ୍ଷକଙ୍କ ସହ ଆସିଥିବା କମିଟି ଆଜି ଫୁଲବାଣୀର ପାରିଜାତ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାର ସମସ୍ତ କଂଗ୍ରେସ ର ବରିଷ୍ଠ ନେତା, ପଦାଧିକାରୀ ଓ କର୍ମୀଙ୍କ ସହ ଭେଟି ବର୍ତମାନର ଜିଲ୍ଲା ସଭାପତିଙ୍କୁ ବଦଳାଇବା ଦରକାର ଅଛି ନା ନାହିଁ ଆଲୋଚନା କରିଥିଲେ। ଆଗାମୀ ୮ ତାରିଖରେ ତାଙ୍କ ସର୍ଭେ କାର୍ଯ୍ୟ ସମାପ୍ତ କରି ଦୁଇ ତିନି ଜଣଙ୍କ ନାମ ଦିଲ୍ଲୀ ଅଫିସକୁ ସଭାପତି ଚୟନ ପାଇଁ ପଠେଇବେ। କନ୍ଧମାଳ ପର୍ଯ୍ୟବେକ୍ଷକଙ୍କ ସହିତ ଦୁଇ – ସହ ପର୍ଯ୍ୟବେକ୍ଷକ ବକଳ ସେଠି ଓ ପ୍ରଶାନ୍ତ ବିଶୋଇ। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା, ଜି. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ଆସିଥିବା ବେଳେ, ଜିଲ୍ଲା ସଂଯୋଜକ ଚନ୍ଦ୍ର ଶେଖର ପରିଡା,ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ନକୁଳ ନାୟକ, ପୂର୍ବତନ ବିଧାୟକ ଯାକବ ପ୍ରଧାନ, ଅମୀର ଚାନ୍ଦ ନାୟକ, ରଜତ ମହାନ୍ତି, ବରିଷ୍ଠ ଆଇନଜୀବି ବିଜୟ ମହାନ୍ତି, ଘନ ଶବର, ବସନ୍ତ ପାଢ଼ୀ, ବଳଦେବ ବେହେରା, ଗୌର ବେହେରା, ସଂସାର ଭୋଇ, ହେମନ୍ତ କର ପ୍ରମୁଖ ଉପସ୍ଥିତ ଥିଲେ।
ଫୁଲବାଣୀରୁ ଶିବାଜି ଜେନାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
କନ୍ଧମାଳ ଜିଲ୍ଲା ରେ କଂଗ୍ରେସ ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ।
