ସମଗ୍ର ଭାରତ ବର୍ଷରେ କବିମାନଙ୍କ ମଧ୍ୟରେ ଓଡ଼ିଶା ମାଟିର ମହାନ କବି ଶ୍ରୀଜୟଦେବଙ୍କ ନାମ ସର୍ବାଗ୍ରେ । ତାଙ୍କ ରଚିତ ‘ଶ୍ରୀଗୀତଗୋବିନ୍ଦ’ କାବ୍ୟ କେବଳ ଏକ ଶୃଙ୍ଗାର ଭକ୍ତିକାବ୍ୟ ନୁହେଁ, ବରଂ ଭାରତୀୟ ସଂସ୍କୃତି ଓ ସାହିତ୍ୟର ଏକ ଅମୂଲ୍ୟ ରତ୍ନ । ଦ୍ଵାଦଶ ଶତାବ୍ଦୀରେ ରଚିତ ଏହି କାବ୍ୟଗ୍ରନ୍ଥରେ ରାଧାକୃଷ୍ଣଙ୍କ ଦିବ୍ୟଲୀଳାକୁ ଅତି ଚମତ୍କାର ଭାବେ ଦର୍ଶନା କରାଯାଇଛି।
ସୂଚନା ଓ ଲୋକସଂପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନ ଠାରେ ଆୟୋଜିତ ଏହି ଭବ୍ୟ ସମାରୋହରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଓଡ଼ିଶା ତଥା ବିଶିଷ୍ଟ ଗବେଷକ ଶ୍ରୀ ଅଜିତ ତ୍ରିପାଠୀ ଯୋଗଦେଇ କହିଲେ ଯେ ଜୟଦେବଙ୍କ ପରି ସଂସ୍କୃତ ବିହ୍ବାନ ଭାରତ ଇତିହାସରେ ବିରଳ ।
ବିଶିଷ୍ଟ ଅତିଥ୍ ଭାବେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ତଥା ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦେବପ୍ରସାଦ ଦାଶ କହିଲେ ଯେ ଯେତେ ଆନ୍ଦୋଳନର ସୂତ୍ରପାତ ହେଉଛି ସବୁରି ମୂଳରେ ଆମର ଆରାଧ ପ୍ରଭୁ ଶ୍ରୀ ଜଗନ୍ନାଥ । ଜଗନ୍ନାଥଙ୍କୁ ନେଇ ଯୁକ୍ତି ପରମ୍ପରାର ଆରମ୍ଭ । ଓଡ଼ିଶୀ ନୃତ୍ୟ ଏବଂ ଗୀତଗୋବିନ୍ଦ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ I ଓଡ଼ିଶୀ ନୃତ୍ୟର ଆଧାରଶିଳା ଗୀତଗୋବିନ୍ଦ କାବ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ସେହିପରି ଗୀତଗୋବିନ୍ଦ ବିନା ଓଡ଼ିଶୀ ନୃତ୍ୟ ଅଧୁରା ରହିଯିବ । ଶ୍ରୀକୃଷ୍ଣ ଓ ଶ୍ରୀରାଧାଙ୍କ ସ୍ୱର୍ଗୀୟ ପ୍ରେମ ଉପରେ ଆଧାରିତ ହୋଇଥିବା ଏହି ମଧୁର ସଂଗୀତ ସମ୍ବନ୍ଧିତ କାବ୍ୟ ଶ୍ରୀଜୟଦେବ କୃତ ଗୀତଗୋବିନ୍ଦ କେବଳ ସାରା ଭାରତରେ କାହିଁକି ସାରା ବିଶ୍ଵରେ ଚଳିତ ହୋଇ ଓଡ଼ିଆର ପରିଚୟକୁ ପୁନଃସ୍ଥାପିତ କରି ପାରିଛି ।
ପ୍ରାରମ୍ଭରେ ଅତିଥିମାନେ ଶ୍ରୀଜୟଦେବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିବାବେଳେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଶ୍ରୀଜୟଦେବ କୃତ ଗୀତଗୋବିନ୍ଦ ପରିବେଷଣ କରା ଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ବରିଷ୍ଠ ଅଧିକାରୀ, ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଜୟଦେବ ଫାଉଣ୍ଡେସନ ସମେତ ଅନ୍ୟ ବରିଷ୍ଠ ଅଧୁକାରୀ, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ ।
“କେନ୍ଦୁବିଲ୍ୱରେ” ଶ୍ରୀ ଜୟଦେବ ଜୟନ୍ତୀ।
କବି ଜୟଦେବ ଆମ ଓଡ଼ିଆ ଅସ୍ମିତାର ଅନ୍ୟତମ ମହାନାୟକ।
ଜୟଦେବଙ୍କ ଗୀତଗୋବିନ୍ଦ କାଳିଦାସଙ୍କ ମେଘଦୂତ ସହିତ ସମକକ୍ଷ।
ଜୟଦେବଙ୍କ ପୀଠକୁ ସାହିତ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକତାର ଏକ କେନ୍ଦ୍ରସ୍ଥଳ ଭାବେ ବିକଶିତ କରାଯିବ, ପୀଠକୁ ବିଶ୍ୱସ୍ତରୀୟ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚାରଣ ମାଝୀ କହିଛନ୍ତି।
ପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ୭ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତି ରଖିଲେ ମୁଖ୍ୟମନ୍ତ୍ରୀ।
ନୂଆ ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ କରିବାକୁ ସଂସ୍କୃତି, ପର୍ଯ୍ୟଟନ ଏବଂ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ ନିର୍ଦ୍ଦେଶ ଦେଲେ।
କେନ୍ଦୁଲି ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ବିକଶିତ କରିବାକୁ ସାଂସଦଙ୍କୁ ପରାମର୍ଶ ଦେଲେ।
କବି ଜୟଦେବ ଓ ‘ଗୀତଗୋବିନ୍ଦ’ ଆମ ସାଂସ୍କୃତିକ ପରିଚୟର ଏକ ଅବିଚ୍ଛେଦ୍ୟ ଅଙ୍ଗ । କବି ଜୟଦେବ ଆମ ଓଡ଼ିଆ ଅସ୍ମିତାର ଅନ୍ୟତମ ମହାନାୟକ।
ଜୟଦେବ ଜୟନ୍ତୀ ଅବସରରେ ଜନ୍ମପୀଠ କେନ୍ଦୁବିଲ୍ୱ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜୟଦେବଙ୍କ ପୀଠକୁ ସାହିତ୍ୟ, ସଂସ୍କୃତି ଓ ଆଧ୍ୟାତ୍ମିକତାର ଏକ କେନ୍ଦ୍ରସ୍ଥଳ ଭାବେ ବିକଶିତ କରିବା ପାଇଁ ଅନେକ ପ୍ରକଳ୍ପ ଘୋଷଣା କରିବା ସହିତ କେତେକ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ। ଜୟଦେବ ପୀଠକୁ ଏକ ଆଧ୍ୟାତ୍ମିକ ବିଶ୍ୱସ୍ତରୀୟ ପୀଠରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।
ଏହା ସହିତ ପୀଠର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଆହୁରି ଅନେକ ପ୍ରକଳ୍ପ ଘୋଷଣା କରିଥିଲେ। ଏଥିରେ ଏଣ୍ଟ୍ରାନ୍ସ ଗେଟ୍, ଦଶବତାର ପ୍ଲାଜା, ପଦ୍ମ ପୋଖରୀର ସୌନ୍ଦର୍ଯ୍ୟକରଣ, ବିଭିନ୍ନ କୁଞ୍ଜ’ର ବିକାଶ, କ୍ରାଫ୍ଟ ସପ୍, ଫୁଡ୍ କୋର୍ଟ ଆଦିର ବିକାଶ କରାଯିବ। ଏ ପୀଠକୁ ମହାପ୍ରଭୁ ଜଗନ୍ନାଥ ସ୍ୱୟଂ ଆସିଛନ୍ତି । ତେଣୁ ଏହାର ସୌନ୍ଦର୍ଯ୍ୟକରଣ ପାଇଁ ଯାହା ଅର୍ଥ ଆବଶ୍ୟକ ରାଜ୍ୟ ସରକାର ଯୋଗାଇ ଦେବେ।
କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ, ମହିଳା ଓ ଶିଶୁବିକାଶ ମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ଓ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର ଭୁବନେଶ୍ୱର ବିଧାୟକ ବାବୁ ସିଂହ, ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ପର୍ଯ୍ୟଟନ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ବଲବନ୍ତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ, ସଂଜୀବ କୁମାର ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟ ଧନ୍ୟବାଦ ଅର୍ପଣ କରିଥିଲେ।
ଭୁବନେଶ୍ବରରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ଗିରିଧାରୀ ଲାଲ ଷଡଙ୍ଗୀଙ୍କ ରିପୋର୍ଟ୍।