କିଷାନ ମୋର୍ଚା ଓ ମିଳିତ ଶ୍ରମିକ ସଂଗଠନ ତରଫରୁ ଦେଶ ବ୍ୟାପି ଧର୍ମଘଟ

ରାୟଗଡ଼ା ଜିଲ୍ଲା ଗୁଣପୁରରେ ସଂଯୁକ୍ତ କିଷାନ ମୋର୍ଚା ଓ ମିଳିତ ଶ୍ରମିକ ସଂଗଠନ ତରଫରୁ ଦେଶ ବ୍ୟାପି ଧର୍ମଘଟ ଓ ହରତାଲ କରିବା ଆହ୍ବାନରେ AICCTU, IFTU, AIKM, AIKMS ପୂର୍ଣ୍ଣ ସମର୍ଥନ କରି ଗୁଣପୁରରେ ତ୍ରୀପତି ଗମାଙ୍ଗଙ୍କ ନେତୃତ୍ବରେ ଗୁଣପୁର ବାଇପାସ୍ ଛକ ବା ନାଗଭୂଷଣ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଛକ ଠାରେ ଟାୟାର ପୋଡା ଯାଇ ରାସ୍ତା ଅବରୋଧ କରାଯାଇଛି। ଚାରୋଟି ଶ୍ରମ କୋର୍ଡ ବିଲ ବାତିଲ କରିବା , ଭିବି ଜି ରାମ ଜି ଆଇନ ବାତିଲ କରିବା ସହ mgnrega ଆଇନ ଲାଗୁ କରିବା, ବିଦ୍ୟୁତ ଓ ବିହନ ଆଇନ ରଦ୍ଧ କରିବା। ଶ୍ରମିକ ମାନଙ୍କୁ ମାସିକ 26 ହଜାର ଟଙ୍କା ଓ ପେନସନ ଲାଗୁ କରିବା। ରେଲୱେ ଓ ପ୍ରତିରକ୍ଷା ଓ ଶକ୍ତି ଭଳି ଲାଭଜନକ ରାଷ୍ଟ୍ରlୟତ ଉଦ୍ୟୋଗ କୁ ବିକ୍ରି ବଦଂ କରିବା ଦୈନିକ 600 ଟଙ୍କା ମଜୁରୀ ପ୍ରଦାନ କରିବା।ସମସ୍ତଙ୍କୁ ମାଗଣା 300 ୟୁନିଟ୍ ବିଦ୍ୟୁତ ଯୋଗାଇଦେବା।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ 5 ଲକ୍ଷ୍ୟ ଟଙ୍କା ଯୋଗାଇଦେବା। ସମସ୍ତ କ୍ଷେତ ମଜଦୁର ମାନଙ୍କୁ ରେସନ କାର୍ଡ ଧାରିକୁ 50 କେଜି ଚାଉଳ, ଯୋଗାଇ ଦେବା ପାଇଁ ଦାବି କରାଯାଇଛି । ଏହି ଆନ୍ଦୋଳନର
ଅନାସିମ ଶବର, ଅର୍ଜୁନ ଗମାଙ୍ଗ, ଗିରି ପଦକା, ନୀରାଜନଂ ନିମାଲା, ବୁଦ୍ଧ ଶବର, ମିନ ଶବର, ସଂଜୀବ ଶବର, ମେରି ଗମାଙ୍ଗ, ଚନ୍ଦ୍ରାବତୀ ଶବର, ଇଲାମି ଶବର, ସଂଜୀବ ଶବର ଉପସ୍ଥିତ ଥିଲେ।
ଗୁଣପୁର ରୁ ଗଣେଶ କୋଲାଙ୍କ ରିପୋର୍ଟ ଫୋଟୋ ନିୟୁଜ ଟାଇମ୍ସ।

Leave a Reply

Your email address will not be published. Required fields are marked *