କୁମ୍ଭୀର ସରଂଖ୍ୟଣର ପଚାଶ ବର୍ଷ ପୂର୍ତ୍ତି ହୋଇଅଛି

କୁମ୍ଭୀର ସରଂଖ୍ୟଣର ପଚାଶ ବର୍ଷ ପୂର୍ତ୍ତି ହୋଇଅଛି। କୁମ୍ଭୀର ମାନଙ୍କର ବଂଶ ବୃଦ୍ଧି, ସରଂଖ୍ୟଣ ସଫଳ ପାହାଚରେ ପହଁଚିଛି ବୋଲି ଏ.ସି.ଏଫ. ସମ୍ବିତ ପଣ୍ଡା, ଏ.ସି.ଏଫ. ଅଶୋକ କୁମାର ବେହେରା ଏବଂ ଅନ୍ୟ ଜଙ୍ଘଲ ବିଭାଗ ଅଧିକାରୀ ମାନେ ମତ ରଖିଛନ୍ତି। ବାସ୍ତବରେ ଏହା ସତ୍ୟଅଟେ। ଆମର ଏହି ନ୍ୟୁଜ ସେଗମେଣ୍ଟ “ସରକାର ସଚେତନ ହୁଅ” ରେ ଆମେ ଏହି କୁମ୍ଭୀର ସଂରକ୍ଷଣର କିଛି ବିଫଳତାକୁ ଦର୍ଶାଉଅଛୁ।

କୁମ୍ଭୀର ମାନଙ୍କର ସଂରକ୍ଷଣ ସହିତ ଏମାନଙ୍କର ଚଳପ୍ରଚଳ ଅଞ୍ଚଳର ଜନ ଜୀବନ ରକ୍ଷା ସରକାରଙ୍କ କର୍ତବ୍ୟ। କିନ୍ତୁ ଏଥିରେ ସରକାର ବିଫଳ ହୋଇଛନ୍ତି। ଏହି ଅଞ୍ଚଳରେ ଗାଧୋଇବା ବ୍ୟାରିକେଟ ଆବଶ୍ୟକତା ମୁତାବକ ହେଇନାହିଁ। ବନକର୍ମଚାରୀମାନେ କୁମ୍ଭୀର ଗତିବିଧି ଉପରେ ଲକ୍ଷ୍ୟ ରଖିବାରେ ବିଫଳ ହୋଇଛନ୍ତି। ଶିକାରୀ କୁମ୍ଭୀର ମାନଙ୍କ ଉପସ୍ଥିତି ଜାଣିବା ପାଇଁ କୌଣସି ସେନ୍ସର ବ୍ୟବସ୍ଥା କରାଯାଇନାହିଁ। କୁମ୍ଭୀର ମାନଙ୍କ ଦ୍ୱାରା ଆହତ ଏବଂ ମୂର୍ତ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେଇ ବନବିଭାଗ ତାର କର୍ତ୍ତବ୍ୟ ଶେଷ କରିଦେଉଛି।


ପୁରୀରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଲକ୍ଷ୍ମଣ ପଣ୍ଡା ଏବଂ କେନ୍ଦ୍ରାପଡାରୁ ଲକ୍ଷ୍ମୀକାନ୍ତ ନାୟକଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *