କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ଚାଳିଶହଜାରକୋଟି ଟଙ୍କା ଅଟକଳରେ ମେଘାଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଚମ୍ପୁଆ ସ୍ଥିତ ଚନ୍ଦ୍ର ଶେଖର ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ବକ୍ତବ୍ୟ ରଖିଛନ୍ତି। ଏହାପରେ ଏହି ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାୟକ ସ୍ଵାଗତ କରିଛନ୍ତି। ସେ କହିଛନ୍ତି ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାହୁଁଛନ୍ତି କେନ୍ଦୁଝରରେ ଷ୍ଟିଲପ୍ଲାଣ୍ଟ ହେଉ। ବର୍ତ୍ତମାନ ସର୍ବେ କାମ ଚାଲିଛି। ସର୍ବେ ସରିଲେ, ଲ୍ୟାଣ୍ଡ ଆକ୍ୟୁଯେସନ ହେବ।
ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତ, ପୂର୍ବତନ ଜିଲ୍ଲା ଭାଜପା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ଶିଳ୍ପପତି , ବିବେକାନନ୍ଦ ଦାସ, ମଦନ ମୋହନ ଦ୍ବିବେଦୀ, ମମତା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
କେନ୍ଦୁଝରରୁ ଫଟୋ ନ୍ୟୁଜ ଟାଇମସ୍ ର ରିପୋର୍ଟର ମନୋରଞ୍ଜନ ରାଉତଙ୍କ ରିପୋର୍ଟ୍।
କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ଚାଳିଶହଜାରକୋଟି ଟଙ୍କା ଅଟକଳରେ ମେଘାଷ୍ଟିଲ ପ୍ଲାଣ୍ଟ ନିର୍ମାଣ ହେବ
