କେନ୍ଦ୍ରାପଡା ପାଲଟିଛି କୁମ୍ଭୀର ସହର।
କେନ୍ଦ୍ରାପଡାର ବନ୍ୟା ଅଂଚଳରେ କୁମ୍ଭୀର ଆତଙ୍କ l ପଟ୍ଟାମୁଣ୍ଡାଇ ବ୍ଳକର ଚଉଦକୁଲାଟ ଠାରେ ବ୍ରାହ୍ମଣୀ ନଦୀରେ କୁମ୍ଭୀରମାନେ ଦେଖାଯାଉଛନ୍ତି l ବନ୍ୟାଞ୍ଚଳର ଲୋକେ ଭୟଭୀତ ହୋଇପଡିଛନ୍ତି l ବ୍ରାହ୍ମଣୀ ନଦୀ କୂଳର ଗାଁ ଘାଗରା, ଅଳପୁଆ, ବଲୁରିଆ, ଦାଣ୍ଡିସାହି, ପେଣ୍ଠପାଳ, ତରଡିପାଳ, ଚଉଦକୁଲାଟ, କୂଳସାହି ପ୍ରଭୃତି ଗାଁରେ ଏବେ କୁମ୍ଭିର କୁ ନେଇ ଲୋକେ ଭୟଭୀତ l ଗାଁରେ ବନ୍ୟାଜଳ ପ୍ରବେଶ କରିବା ଯୋଗୁ କୁମ୍ବୀର ଗାଁ ଭିତରକୁ ପଶିଯିବା ର ଆଶଙ୍କା ସ୍ରୁଷ୍ଟି ହୋଇଛି l

ବିଶେଷ କରି ଲୋକେ ରାତି ସମୟରେ ଅଧିକ ଭୟଭୀତ ହୋଇ ପଡୁଛନ୍ତି।
ପଟ୍ଟାମୁଣ୍ଡାଇରେ ବନ୍ୟା ଯୋଗୁଁ ଯାତାୟାତ, ବିଦ୍ୟୁତ ପାନୀୟଜଳ ବିପର୍ଯ୍ୟସ୍ତ।ଏବେବି ବହୁ ଅଂଚଳ ବାହ୍ୟଜଗତରୁ ବିଛିନ୍ନ। ପୌରାଞ୍ଚଳ ବୁଲି ବନ୍ୟା ସ୍ଥିତି ଦେଖିଲେ ବିଧାୟକ ଧ୍ରୁବ ସାହୁ।
ଦୀର୍ଘ ଏକ ସପ୍ତାହରୁ ଅଧିକ ସମୟ ହେବ ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବନ୍ୟା ପରିସ୍ଥିତି ଲାଗି ରହିଛି I ଗତ ୨/୩ ଦିନ ହେବ ବ୍ରାହ୍ମଣୀ, ବୈତରଣୀ ଓ କାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି I ସମ୍ପ୍ରତି ବନ୍ୟା ସ୍ଥିତି ଅପରିବର୍ତ୍ତିତ ରହିଥିଲେ ମଧ୍ୟ ଯାତାୟାତ, ବିଦ୍ୟୁତ ଓ ପାନୀୟ ଜଳ ବିପର୍ଯ୍ୟସ୍ତ ହୋଇ ପଡିଥିବାରୁ ଲୋକମାନଙ୍କ ଦୁର୍ଦଶା ବୃଦ୍ଧି ପାଇଛି I ଚଳିତ ବନ୍ୟାରେ ପଟ୍ଟାମୁଣ୍ଡାଇ ପୌର ପରିଷଦର ୯ଟି ୱାର୍ଡ ପ୍ରଭାବିତ ହୋଇଥିବାବେଳେ ୧୧ହଜାର ଲୋକ ବିପନ୍ନ ହୋଇଛନ୍ତି I

ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ବନ୍ୟା ଘେରରେ ରହି ଦୁର୍ଦଶା ଭୋଗ କରୁଥିବା ବିପନ୍ନ ଲୋକମାନଙ୍କ ଅବସ୍ଥା ଅନୁଧ୍ୟାନ କରିବା ପାଇଁ ରାଜନଗର ବିଧାୟକ ଧ୍ରୁବ ସାହୁ ବନ୍ୟା ବିପନ୍ନ ନନ୍ଦିନୀନଗର, ତଳବାଲିପଡ଼ା, ବଳଦେବନଗର, ସିଦ୍ଧପାଟଣା,କଷଣଅଣ୍ଟା, ବାଲିପଡ଼ା, ନୂଆଗାଁ କଉଡ଼ିପଲ୍ଲୀ ସମେତ ବ୍ଲକର ବାଛରା ପଂଚାୟତର ମଣ୍ଡପଡା ବାଛରା ଗ୍ରାମକୁ ବୋଟ ଯୋଗେ ଯାଇ ବନ୍ୟା ସ୍ଥିତି ଓ ବିପନ୍ନ ଲୋକ ମାନଙ୍କ ଅବସ୍ଥା ଅନୁଧ୍ୟାନ କରିଥିଲେ I

ବିଧାୟକଙ୍କ ସହିତ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, ନଗର ବିଜେଡି ସଭାପତି ବୁଢ଼ା ଲେଙ୍କା, ଯୁବନେତା ଦିଲ୍ଲୀପ ସେଠୀ, କାଉନସିଲର ପ୍ରଶାନ୍ତ ବାରିକ, ପ୍ରିୟଙ୍କା ସେଠୀ, ମଧୁସ୍ମିତା ମଳିକ, ସୁଧାମୟ ମଳିକ ପ୍ରମୁଖ ବନ୍ୟାବିପନ୍ନ ବିଭିନ୍ନ ୱାର୍ଡ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ।

ପ୍ରାୟ ୧୫ ହଜାରରୁ ଉର୍ଦ୍ଧ ଗୃହପାଳିତ ପଶୁ ଗୋ ଖାଦ୍ୟ ନ ପାଇ ଉପାସରେ ଅଛନ୍ତି। ପ୍ରାୟ ୬୫ ହଜାରରୁ ଉର୍ଦ୍ଧ ଲୋକ ପଟାମୁଣ୍ଡାଇ ନିର୍ବାଚନ ମଣ୍ଡଳୀରେ ପ୍ରଭାଭିତ ହେଇଛନ୍ତି। ସରକାର କୁମ୍ଭୀର ପରିଚାଳନାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି ବୋଲି ପଟାମୁଣ୍ଡାଇ ବାସି ମତ ଦେଉଛନ୍ତି।
କେନ୍ଦ୍ରାପଡ଼ାରୁ ଫଟୋ ନ୍ୟୁଜ ଟାଇମସର ସାମ୍ବାଦିକ ଲକ୍ଷ୍ମୀକାନ୍ତ ନାୟକଙ୍କ ରିପୋର୍ଟ।
