ଖଣି ପାଇଁ ରାଜ୍ୟ ସରକାରଙ୍କ କୋହଳ ନୀତି

 ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧକ୍ଷତାରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ  ଗୁଡିକର ରାଜ୍ୟସ୍ତରୀୟ କମିଟି ବୈଠକ ଆଜି ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାରଙ୍କ ସମେତ କମିଟିର ସଦସ୍ୟ ଥିବା ସଂପୃକ୍ତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବମାନେ ଉପସ୍ଥିତ ଥିଲେ । ଭାରତ  ସରକାରଙ୍କ ଖଣି ବିଭାଗ ପ୍ରତିନିଧି  ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ ।  ବୈଠକରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନର କାର୍ଯ୍ୟକାରିତା ଓ ଅଦ୍ୟାବଧି କାର୍ଯ୍ୟ ଅଗ୍ରଗତି   ସଂପର୍କରେ ଉନ୍ନୟନ କମିଶନର ସର୍ବଶେଷ ସୂଚନା ପ୍ରଦାନ କରିଥିଲେ । ବୈଠକର ଆଲୋଚନା ଅନୁସାରେ ସଂପୃକ୍ତ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଜିଲ୍ଲା ଗୁଡ଼ିକରେ ୧୬ ଟି.ଡି.ଏମ୍.ଏଫ୍. ଟ୍ରଷ୍ଟବୋର୍ଡ ଗଠିତ ହୋଇଛି । ଡିଏମ୍ଏଫ୍ ନିୟମ-୨୦୧୫ କୁ ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ମାର୍ଗଦର୍ଶିକା ଅନୁସାରେ ୨୦୨୫ ରେ ସଂଶୋଧନ କରାଯାଇଛି । ଡିଏମ୍ଏଫ୍ ଅଡିଟ୍ ପାଇଁ ଭାରତର ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଆଣ୍ଡଏଜି) କୁ ଦାୟିତ୍ୱ ଦିଆଯାଇଛି ଓ  କାର୍ଯ୍ୟ  ଜାରି ରହିଛି ।
ସବିସ୍ତୃତ ଡି.ଏମ୍.ଏଫ୍.  ପୋର୍ଟାଲକୁ ଓ୍ୱାମିସ୍, “ଆଇ-ଥ୍ରୀ” ଏମ୍.ଏସ୍., “ଆଇ- ଫୋର” ଏମ୍ ଏସ୍, ଏଚ.ଆର.ଏମ.ଏସ.  ଆଦି ସହିତ ସମନ୍ୱିତ  କରାଯାଇଛି । ଖଣି ପ୍ରଭାବିତ ଗ୍ରାମ ଗୁଡ଼ିକରେ ମୌଳିକ ସୁବିଧା ପ୍ରଦାନ ପାଇଁ ସିଏମ୍ ‘‘ସମ୍ପଦା’’ ପୋର୍ଟାଲ ବିକଶିତ କରାଯାଉଛି । ଅନୁଗୋଳ, ଯାଜପୁର ଓ ଝାରସୁଗୁଡ଼ା ଜିଲ୍ଲା ପାଇଁ ସମକାଳୀନ ମୂଲ୍ୟାଙ୍କନ କରାଯାଇ ଏହାର ଫଳାଫଳ ସଂପୃକ୍ତ ଜିଲ୍ଲାପାଳ ଓ ସହଭାଗୀ ବିଭାଗମାନଙ୍କୁ ଅବଗତ କରାଯାଇଛି । ଡିଏମ୍ଏଫ୍ର ଦକ୍ଷତା ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇଥିବା ଉନ୍ନୟନ କମିଶନର ସୂଚନା ଦେଇଥିଲେ ।
ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ଓ ଅର୍ଥନୈତିକ ପ୍ରକଳ୍ପ କାର୍ଯ୍ୟକାରିତା ପାଇଁ ରହୁଥିବା ପ୍ରତିବନ୍ଧକକୁ ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କ ସ୍ୱତନ୍ତ୍ର ଅନୁମତି ନେଇ କାର୍ଯ୍ୟକାରୀ କରାଯିବା ସଂପର୍କରେ ପ୍ରସ୍ତାବ ଆଗତ ପୂର୍ବକ ସେ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏଥିସହିତ ଡିଏମ୍ଏଫ୍ ପାଣ୍ଠି ଉପଯୋଗ ସଂପର୍କରେ ରହୁଥିବା ବିଭିନ୍ନ ସମସ୍ୟା ଓ ସମାଧାନ ନେଇ  ସବିଶେଷ  ଆଲୋଚନା କରାଯାଇଥିଲା । ଡିଏମ୍ଏଫ୍ ପାଣ୍ଠି ଉପଯୋଗିତା ଓ ସଂପର୍କିତ ଉଚ୍ଚ ନ୍ୟାୟାଳୟରେ ବିଚାରାଧିନ  ମାମଲାଗୁଡ଼ିକ ରାଜ୍ୟସ୍ତରୀୟ କମିଟି ଅନୁଧ୍ୟାନ କରି ପଦକ୍ଷେପ ନିଆଯିବା ସଂପର୍କରେ ଆଲୋଚନା କରାଯାଇଛି ।
ବିଭିନ୍ନ ଡିଏମ୍ଏଫ୍ ଜିଲ୍ଲାରେ  ପ୍ରାୟ ୧୧୫୦ ଟି ଗ୍ରାମ ୫ କି.ମି. ପରିଧି ମଧ୍ୟରେ ଅବସ୍ଥିତ ଏବଂ ସେମାନଙ୍କର  ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା  ଆଦି ମୌଳିକ ସ୍ଥିତି ସଂପର୍କରେ ସର୍ବେକ୍ଷଣ କରାଯାଇଛି, ଯାହାକି ଡିଏମ୍ଏ୍ଫ୍ ପୋର୍ଟାଲରେ ସ୍ଥାନିତ ହେବ, ଏବଂ  ଗ୍ରାମଗୁଡ଼ିକରେ  ମୌଳିକ ସୁବିଧା ପ୍ରଦାନକୁ ଅଧିକ ସହଜ ଓ ତ୍ୱରାନ୍ୱିତ କରିବ ।
ଗୋଟିଏ ଜିଲ୍ଲାରେ ଖଣି ଥାଇ  ଏହା ଦ୍ୱାରା ପ୍ରଭାବିତ ହେଉଥିବା  ଜିଲ୍ଲା ଏବଂ ଅନ୍ୟ ପଡୋଶୀ ବା ପାଖ  ଜିଲ୍ଲାର ଗ୍ରାମଗୁଡ଼ିକରେ ପ୍ରସ୍ତାବିତ ପ୍ରକଳ୍ପ କ୍ଷେତ୍ରରେ ଡିଏମ୍ଏଫ ପାଣ୍ଠିର ଭାଗିଦାରିତା ତଥା ଉପଯୋଗିତା  ପ୍ରକ୍ରିୟା ସଂପର୍କରେ ସବିଶେଷ ଆଲୋଚନା କରାଯାଇଥିଲା ।
ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥାନ ଏବଂ ବିଶ୍ୱ ବିଦ୍ୟାଳୟମାନଙ୍କ ଦ୍ୱାରା  ୫ ବର୍ଷିଆ ଦୀର୍ଘମିଆଦୀ ଭିତ୍ତିରେ ଖଣି ପ୍ରଭାବିତ ଅଂଚଳରେ ସୁବିଧା ଉପଲବ୍ଧ ସଂପର୍କିତ ସର୍ବେକ୍ଷଣ(ବେସ୍ ଲାଇନ୍ ସର୍ଭେ) କରାଯିବା ନେଇ ଆଲୋଚନା କରାଯାଇଥିଲା ।
ବୈଠକରୁ ଜଣାପଡିଛି ଯେ, ଡିଏମଏଫରେ ଅଦ୍ୟାବଧି ୩୩,୨୦,୪୮୭ କୋଟି ଟଙ୍କା ସଂଗୃହିତ ହୋଇଛି, ସେଥିରୁ ୨୬,୭୮,୮୫୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି  ଏବଂ ୧୮,୩୮,୨୨୪ କୋଟି  ଟଙ୍କା ଖର୍ଚ୍ଚ  ହୋଇଛି । ଅନୁମୋଦିତ  ପ୍ରକଳ୍ପ ଅନୁସାରେ ୮୦.୬୭ ପ୍ରତିଶତ  ପାଣ୍ଠି ପ୍ରଦାନ କରାଯାଇଛି । ୨୦୧୭-୧୮ ରୁ ବର୍ଷ ୱାରୀ ପାଣ୍ଠି ସଂଗ୍ରହ, ଆବଣ୍ଟନ ଓ ବିନିଯୋଗ ସଂପର୍କରେ ଅନୁଧ୍ୟାନ  କରାଯାଇଥିଲା ।  ଡିଏମଏଫ କାର୍ଯ୍ୟ ଆକାଂକ୍ଷୀ ଜିଲ୍ଲା ଓ  ଆକାଂକ୍ଷୀ ବ୍ଲକର ବିକାଶମୂଳକ କାର୍ଯ୍ୟ, କେନ୍ଦ୍ର ଓ  ରାଜ୍ୟର ବିଭିନ୍ନ ଜନକଲ୍ୟାଣକାରୀ ଓ ଉନ୍ନୟନମୂଳକ  ଯୋଜନା ସହିତ ସଂଯୋଜିତ ହେଉଛି ।  ରାଜ୍ୟସ୍ତରୀୟ କମିଟିକୁ ସଂପୃକ୍ତ ବିଭିନ୍ନ ବିଭାଗମାନଙ୍କର  ସଂଯୋଜନ(କନଭରଜେନ୍ସ)  ପାଇଁ  ସୁବିଧା କରାଯିବା ସଂପର୍କରେ  ଆଲୋଚନା କରାଯାଇଥଇଲା ।   ଜିଲ୍ଲାପାଳମାନେ ମଧ୍ୟ ଜିଲ୍ଲାସ୍ତରରେ  ଏହାର ପରିଚାଳନା  କରୁଛନ୍ତି ।  ଡିଏମ୍ଏଫର ବାର୍ଷିକ କାର୍ଯ୍ୟ  ଯୋଜନାରେ ଏ.ଡି.ପି., ଏ.ବି.ପି. ଏବଂ  ପ୍ରଭାବିତ ଜିଲ୍ଲାରେ ସମସ୍ତଙ୍କୁ ମୌଳିକ ସୁବିଧା ଲକ୍ଷ୍ୟ ସହିତ ସଂଯୋଜିତ କରି ପ୍ରସ୍ତୁତି ଉପରେ ଗୁରୁତ୍ୱ     ଦିଆଯାଇଥିଲା ।
ଡିଏମ୍ଏଫ ପାଣ୍ଠି ଯେପରି ଖଣି ପ୍ରଭାବିତ ଅଂଚଳରେ ଜନସାଧାରଣଙ୍କର ମୌଳିକ ସୁବିଧା ପ୍ରଦାନ କରି ସେମାନଙ୍କର ଜୀବନଧାରଣମାନରେ ଆଖିଦୃଶିଆ ପରିବର୍ତ୍ତନ ଆଣିବ,                            ତାହାକୁ ଦୃଷ୍ଟିଦେଇ ଯୋଜନା ଓ କାର୍ଯ୍ୟକ୍ରମ ପ୍ରସ୍ତୁତି ସହ ପାଣ୍ଠିର ଉପଯୋଗ ଓ ତଦାରଖ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ମୁଖ୍ୟ ଶାସନ ସଚିବ  ଗୁରୁତ୍ୱାରୋପ କରିଥିଲେ।
ଭୁବନେଶ୍ୱରରୁ ପଠାଣି ରାଉତ ଏବଂ  ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *