ବିଜେଡି ସରକାର ବଦଳିଛି। ସରକାରୀ ଅଫିସ ଏବଂ ବିଦ୍ୟାଳୟମାନଙ୍କର ରଙ୍ଗ ମଧ୍ୟ ବଦଳିଛି। କିନ୍ତୁ ଖଣି ମାଫିଆ, ଦଲାଲ୍ ଓ ଅଫିସର ମାନଙ୍କର ଚାଟୁକାର ମାନେ ବଦଳି ନାହାନ୍ତି। ଖଣି ଦଲାଲ୍ ମାନଙ୍କ କବଜାରେ ଏବେ ରାୟଗଡ଼ା ଜିଲା ଖଣିଖାଦାନ। ମାଇନିଂ ଅଫିସର ମାନେ କର୍ମଚାରୀ ଅଭାବରୁ ସେମାନଙ୍କୁ ଅସହାୟ ମନେ କରୁଛନ୍ତି। ବେଧଡ଼କ ଚାଲିଛି ଜିଲ୍ଲାରେ ପଥର ଖାଦାନ ଲୁଟ। ଖଣି ଖାଦାନ ଭରା ରାୟଗଡା ଜିଲ୍ଲା ପାଲଟିଛି ପଥର ମାଫିଆଙ୍କ ଚରାଭୂମି । ଖଣି ବିଭାଗକୁ ହାତଗୁଞ୍ଜା ଦେଇ ଲୁଟି ନେଉଛନ୍ତି କୋଟି କୋଟି ଟଙ୍କାର ରାଜସ୍ୱ । ନିଲାମ ଅବଧି ସରିବା ପରେ ମଧ୍ୟ ବେଧଡକ ଭାବେ ପଥର ଖାଦାନରୁ ପଥର ଲୁଟି ନେଉଛନ୍ତି ମାଫିଆ । ବର୍ଷ ବର୍ଷ ଧରି ନିଲାମ ଆବଧି ସରିଥିଲେ ମଧ୍ୟ ଲୁଟତରାଜକୁ ବ୍ରେକ ଲଗାଇବାରେ ଅସମର୍ଥ ବିଭାଗ । ଖଣି ମାଫିଆ ମାଲାମାଲ ହଉଥିବା ବେଳେ କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ସରକାର । ରାୟଗଡା ବ୍ଳକରେ ସର୍ବାଧିକ ପଥର ଖାଦାନ ରହିଛି । ସରକାରଙ୍କ ସବୁ ନିୟମକୁ ଫୁ କରିଦେଇ ଟିପ୍ପର ବୋଝେଇ ହୋଇ ଗାଡି ଗାଡି ପଥର ଚୋରା ଚାଲାଣ ହଉଛି । ବନ୍ଦ ପଡିଥିବା ୨୮ଟି ପଥର ଖାଦାନରୁ ବେନିୟମ ଭାବେ ପଥର ଲୁଟିଚାଲିଛନ୍ତି ପଥର ମାଫିଆ । ଅନେକ ପଥର ଖାଦାନର କିନ୍ତୁ ସମୟସୀମା ସରି ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ଏହାକୁ ପୂନର୍ବାର ନିଲାମ ନକରି ନିଲାମକାରୀଙ୍କ ସହିତ ମିଳିମିଶି ପଥର ଲୂଟ କରୁଛନ୍ତି ବିଭାଗୀୟ ଅଧିକାରୀ । ଗୋଟିଏ ପଥର କୁଆଁରୀ ଚାଲିବା ନିମନ୍ତେ ମାଇନିଂପ୍ଲାନ ସହିତ ସିଟିୟୁ, ଷ୍ଟେଚୁଟାରୀ କାଗଜପତ୍ର, ଇସି ଏବଂ ବ୍ଲାଷ୍ଟିଙ୍ଗ ପାଇଁ ପରମିଶନ ଭଳି ଅନେକ କାଗଜପତ୍ରର ଆବଶ୍ୟକ ରହିଛି । କିନ୍ତୁ ଏସବୁ ନଥିବା ସତ୍ୱେ ମଧ୍ୟ କିପରି କୁଆଁରିରୁ ପଥର ଲୂଟ ହଉଛି ତାକୁ ନେଇ ଉଠିଛି ପ୍ରଶ୍ନ । ପଥର ବ୍ଳାଷ୍ଟିଙ୍ଗ ଯୋଗୁଁ ନିରୀହ ହରିଜନ ଓ ଆଦିବାସୀ ମାନଙ୍କ ଜୀବନ ପ୍ରତି ସରକାରୀ ଅଫିସର ମାନଙ୍କ କିମ୍ବା ନିର୍ବାଚିତ ନେତା ମାନଙ୍କର ଧ୍ୟାନ ନାହିଁ। ଅନେକ କୁଆଁରିରେ ଦିନବେଳା ଅପେକ୍ଷା ରାତ୍ରୀ ସମୟରେ ବ୍ଲାଷ୍ଟିଙ୍ଗ କରି ଟିପ୍ପର ଯୋଗେ ଚୋରା ଚାଲାଣ କରାଯାଉଥିବାର ଦେଖିବାକୁ ମିଳିଛି । ଏନେଇ ରାୟଗଡା ଖଣି ଅଧିକାରୀ ପର୍ଶୁରାମ ପ୍ରଧାନ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନଥିବାରୁ ଆମେ ସମସ୍ତ ପଥର ଖାଦାନରେ ଚଡାଉ କରିପାରୁନୁ ବୋଲି କହୁଛନ୍ତି ତ ଆଉ କେତେବେଳେ ଆମ ଅଧୀନରେ ଥିବା ସମସ୍ତ କୁଆଁରୀ ଅବଧି ସରିନଥିବା କହୁଛନ୍ତି। ଯାହାକି ଅଧିକାରୀଙ୍କ ସୂଚନାରେ ତାଳ ମେଳ ରହୁନଥିବାରୁ ମିଳି ଭଗତରେ ଲୁଟ ହେଉଥିବା ସ୍ପଷ୍ଟ ହୋଇଛି। କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଶାରେ ରାୟଗଡା ଜିଲ୍ଲାରେ ସମୁଦାୟ ୮୮ଟି ପଥର ଖାଦାନ ରହିଥିବା ବେଳେ ସେଥି ମଧ୍ୟରୁ ୬୦ଟି ପଥର ଖାଦାନ ଚାଲୁଥିବା ବେଳେ ବାକି ୨୮ଟି ବନ୍ଦ ରହିଛି । ବିଷମକଟକ ବ୍ଳକରେ ସମୁଦାୟ ୩ଟି ପଥର ଖାଦାନ ଥିବା ବେଳେ ସେଥିରୁ ୨ଟି ଚାଲୁଥିବା ବେଳେ ଗୋଟିଏର ଆବଶ୍ୟକ କାଗଜପତ୍ର ନଥିବାରୁ ବନ୍ଦ ରହିଛି । ଠିକସେହିପରି ଚନ୍ଦ୍ରପୁର ବ୍ଳକରେ ୨ଟିରୁ ୨ଟି ଆବଶ୍ୟକ କାଗଜପତ୍ର ନଥିବାରୁ ବନ୍ଦ ରହିଛି, ଗୁଡାରୀ ବ୍ଳକରେ ଗୋଟିଏ ଥିବା ବେଳେ ତାହା ବର୍ତମାନ ପର୍ଯ୍ୟନ୍ତ ନୀଲାମ ହୋଇପାରିନଥିବାରୁ ତାହା ବନ୍ଦ ରହିଛି, ଗୁଣୁପୁର ବ୍ଳକରେ ୭ଟିରୁ ୩ଟା ଚାଲିଥିବା ବେଳେ ୨ଟାର ଆବଶ୍ୟକ କାଗଜପତ୍ର ନଥିବାରୁ ବନ୍ଦ ରହିଥିବା ବେଳେ ଗୋଟିଏ ପଥର ଖାଦାନର ବର୍ତମାନ ପର୍ଯ୍ୟନ୍ତ ନୀଲାମ ହୋଇନାହିଁ, କଲ୍ୟାଣସିଂହପୁର ବ୍ଳକରେ ୨ଟା ଥିବା ବେଳେ ସେଥିରୁ ଗୋଟିଏ ଚାଲିଥିବା ବେଳେ ଅନ୍ୟ ଗୋଟିଏର ଆବଶ୍ୟକ କାଗଜପତ୍ର ନଥିବାରୁ ବନ୍ଦ ରହିଛି, କାଶୀପୁର ବ୍ଳକରେ ୨ଟି ରହିଥିବା ବେଳେ ୨ଟି ଯାକ ଚାଲିଛି, କୋଲନରା ବ୍ଳକରେ ୧୬ଟି ପଥର ଖାଦାନ ଥିବା ବେଳେ ସେଥିରୁ ୫ଟି ଚାଲୁଥିବା ବେଳେ ୮ଟିର ଆବଶ୍ୟକ କାଗଜପତ୍ର ନଥିବାରୁ ତାହା ବନ୍ଦ ରହିଥିବା ବେଳେ ୩ଟିର ବର୍ତମାନ ପର୍ଯ୍ୟନ୍ତ ନୀଲାମ ହୋଇନାହିଁ, ମୁନିଗୁଡା ବ୍ଳକରେ ୯ଟି ଥିବା ବେଳେ ସେଥିରୁ ୪ଟି ଚାଲୁଥିବା ବେଳେ ୩ଟିର ଆବଶ୍ୟକ କାଗଜପତ୍ର ନଥିବାରୁ ବନ୍ଦ ରହିଥିବା ବେଳେ ୨ଟାର ବର୍ତମାନ ପର୍ଯ୍ୟନ୍ତ ନୀଲାମ ହୋଇନାହିଁ, ଠିକସେହିପରି ପଦ୍ମପୁର ବ୍ଳକରେ ୫ଟି ପଥର ଖାଦାନ ଥବା ବେଳେ ସେଥିରୁ ୩ଟି ଚାଲିଥିବା ବେଳେ ଅନ୍ୟ ୨ଟିର ଆବଶ୍ୟକ କାଗଜପତ୍ର ନଥିବାରୁ ତାହା ବନ୍ଦ ରହିଛି, ରାମନାଗୁଡା ବ୍ଳକରେ ଗୋଟିଏ ଥିବା ବେଳେ ତାହା ଆବଶ୍ୟକ କାଗଜପତ୍ର ନଥିବାରୁ ବନ୍ଦ ରହିଛି ଏବଂ ରାୟଗଡା ବ୍ଳକରେ ସମୁଦାୟ ୨୧ଟି ପଥର ଖାଦାନ ରହିଥିବା ବେଳେ ସେଥିରୁ ୧୩ଟି ଚାଲୁଥିବା ବେଳେ ଅନ୍ୟ ୮ଟି ପଥର ଖାଦାନର ଆବଶ୍ୟକ କାଗଜପତ୍ର ନଥିବାରୁ ତାହା ବନ୍ଦ ରହିଛି । ଏହି ପଥର ଖାଦାନ ଯେତେବେଳେ ତହସିଲ ଅଧିନରେ ଥିଲା ସେତେବେଳେ ଅଧିକ ପରିମାଣର ରାଜସ୍ୱ ଆଦାୟ ହୋଇଥିଲା । ତହସିଲ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ୨୦୨୧-୨୨ରେ ୫ କୋଟି ୨୨ ଲକ୍ଷ ୧୯ ହଜାର ୯୩୪ ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ବେଳେ ୨୦୨୨-୨୩ରେ ୩ କୋଟି ୫୩ ଲକ୍ଷ ୭୯ ହଜାର ୪୧୫ଟଙ୍କା ଓ ୨୦୨୩-୨୪ରେ ୪ କୋଟି ୪୭ ଲକ୍ଷ ୯୦ ହଜାର ୬୮ ଟଙ୍କା ରାଜସ୍ୱ ଆଦାୟ କରିଥିଲା ତହସିଲ କାର୍ଯ୍ୟାଳୟ । କିନ୍ତୁ ୨୦୨୩-୨୪ ମସୀହା ଜୁନ ମାସରେ ପଥର ଖାଦାନ ଗୁଡିକ ତହସିଲ କାର୍ଯ୍ୟାଳୟ ଅଧିନରୁ ଖଣି ଅଧିକାରୀଙ୍କ ଅଧିନକୁ ଆସିବା ପରେ ଏହି ରାଜସ୍ୱ ପରିମାଣ କମିଯାଇଛି । ୨୦୨୩-୨୪ରେ ୧ କୋଟି ୪ ଲକ୍ଷ ୨୯ ହଜାର ୮୨୩ ଟଙ୍କା ରାଜସ୍ୱ ଆଦାୟ ହୋଇଥିବା ବେଳେ ୨୦୨୪-୨୫ରେ ୩ କୋଟି ୧ ଲକ୍ଷ ୭୨ ହଜାର ୧୩୫ ଟଙ୍କା ରାଜସ୍ୱ ପଥର ଖାଦାନରୁ ଆଦାୟ ହୋଇଛି ବୋଲି ଖଣି ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି । ନିଲାମୀ ଆବଧି ସରିବା ପରେ ଓ ବନ୍ଦ ଥିବା ପଥର ଖାଦାନରୁ ଖୁଲମଖୁଲା ଓ ବେଧଡକ ଭାବେ ପଥର ଚୋରାଚାଲାଣ ହଉଥିବା ବେଳେ ବିଭାଗିୟ ଅଧିକାରି ଆମ ଅଧୀନକୁ ଆସିଥିବା ଅବଧି ସରିଥିବା ଖାଦାନ ବନ୍ଦ ରହିଛି। ଯେଉଁ ଖାଦାନର ଅବଧି ସରିନି ତାହା ଚାଲିଛି।ଅଭିଯୋଗ ଆସିଲେ ବା ଆମ ଭିଜିଟ ସମୟରେ ଚାଲୁଥିଲେ ନିୟମ ଅନୁସାରେ କାର୍ଯ୍ୟନୁଷ୍ଠାନ ନିଆଯିବା ବୋଲି କହି ଚୁପ ବସିବା ସନ୍ଦେହ ଶୃଷ୍ଟି କରୁଛି।ରାୟଗଡ଼ାରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ସନ୍ତୋଷ ସାହୁଙ୍କ ରିପୋର୍ଟ।
ଖଣି ମାଫିଆ, ଦଲାଲ୍ ଓ ଅଫିସର ମାନଙ୍କର ଚାଟୁକାର ମାନେ ବଦଳି ନାହାନ୍ତି
