ଗଞ୍ଜେଇ ବେପାରୀଙ୍କ ପୋଲିସଙ୍କ ଉପରେ ଜୁଲମ୍ ଏକ ଭିନ୍ନ ମତ ସୃଷ୍ଟି କରୁଛି। ଯଦି ପୋଲିସ ମାନେ କଳା ବ୍ୟବସାୟୀଙ୍କ ସହ ଅନୈତିକ ସମ୍ପର୍କ ରଖିନଥାନ୍ତେ, ତାହେଲେ ପୋଲିସ ବିଭାଗକୁ ଏଭଳି ଅବସ୍ଥା ଭୋଗିବାକୁ ପଡ଼ିନଥାନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି। ଗଞ୍ଜେଇ ରେଡ କରିବାକୁ ଯାଇ ପୋଲିସ ଗ୍ରାମବାସୀ ମୁହାଁ ମୁହିଁ। ୨୬ ପୋଲିସ କର୍ମଚାରୀ ଆହତ, ୬ଟି ପୋଲିସ ଗାଡିକୁ ଭଙ୍ଗାରୁଜା କଲେ ଗଞ୍ଜେଇ ବ୍ୟବସାୟୀ।
ଗଞ୍ଜେଇ ରେଡ ବେଳେ ପୋଲିସ ଗ୍ରାମବାସୀ ମୁହାଁମୁହିଁ ହେଲେ l ଗ୍ରାମବାସୀଙ୍କ ଆକ୍ରମଣରେ ପୋଲିସ କର୍ମଚାରୀ ଲହୁଲୁହାଣ l ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ “ଯୁବ” ପଞ୍ଚାୟତର ପିଡ଼ିଏର ଗାଁରେ l ଗତ ବିଳମ୍ବିତ ରାତିରେ ଗଞ୍ଜେଇ ରେଡ କରିବାକୁ ଯାଇଥିଲେ ପୋଲିସ l ଏହି ସମୟରେ ପୋଲିସ କୁ ଅଟକାଇଥିଲେ ଗ୍ରାମବାସୀ l ଏହାପରେ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଆରମ୍ଭ ହେଲା ଧସ୍ତାଧସ୍ତି l ଲୋକଙ୍କ ଆକ୍ରମଣ ରେ ରା.ଉଦୟଗିରି ଏସଡିପିଓଙ୍କ ସମେତ ୨୬ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି l ଏଥିସହ ପୋଲିସର ୬ଟି ଗାଡିକୁ ମଧ୍ୟ ଭାଙ୍ଗିଦେଇଛନ୍ତି ଗ୍ରାମବାସୀ l ଘଟଣା ପରେ ଯୁବ ଗାଁ ନିକଟରେ ବିଳମ୍ବିତ ରାତି ଠାରୁ ପୋଲିସ କର୍ମଚାରୀଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ l ତେବେ ସ୍ଥାନୀୟ ଲୋକଙ୍କ ବୁଝା ସୁଝା ପରେ ଅଟକ କର୍ମଚାରୀଙ୍କୁ ଛାଡିଥିଲେ l ପିଡ଼ିଏର ଗାଁର ବିଭିନ୍ନ ଲୋକଙ୍କ ଘରେ ଚଢ଼ାଉ କରି ୨୦ କୁଇଣ୍ଟାଲ ଗଞ୍ଜେଉ ଜବତ କରିଛି ପୋଲିସ l ଆହତ କର୍ମଚାରୀଙ୍କୁ ଚନ୍ଦ୍ରଗିରି ମେଡିକାଲରେ ଚିକିତ୍ସା କରାଯାଇଛି l ଏହି ଘଟଣାକୁ ଗୁରୁତର ସହ ନେଇଛି ପୋଲିସ l ଖୁବଶୀଘ୍ର ଆକ୍ରମଣକାରୀଙ୍କ ବିରୋଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଜପତି ଏସ.ପି. ଯତୀନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି l
ମୋହନାରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ବିକାଶ ନାୟକଙ୍କ ରିପୋର୍ଟ୍।
ଗଞ୍ଜେଇ ବେପାରୀଙ୍କ ପୋଲିସଙ୍କ ଉପରେ ଜୁଲମ୍ ଏକ ଭିନ୍ନ ମତ ସୃଷ୍ଟି କରୁଛି।
