ଗଣପର୍ବ ଚଇତି

 

ରାୟଗଡ଼ା ଜିଲ୍ଲା ଗୁଣପୁରରେ ଆଜି ଉପଖଣ୍ଡ ସ୍ତରିୟ ଇଡିଚାଲ ବା ଚଇତି ପର୍ବ ଆଜିଠୁ ଆରମ୍ଭ ହୋଇଯାଇଛି। ଗୁଣପୁର ପୌରାଞ୍ଚଳରେ ଉପସ୍ଥିତ ପୁରୁଣା ଗୁଣପୁର ଶ୍ରୀଜଗନ୍ନାଥ ମନ୍ଦିରରେ ଚଇତି ଉପଲକ୍ଷେ ପୁରୋହିତ ଶ୍ରୀ ତିରୁପତି ମହାନ୍ତିଙ୍କ କର କମଳରେ ପୁଜର୍ଚ୍ଚନା ସାରି ଆଜ୍ଞାମାଳ ନେଇ ଏକ ବିରାଟ କଳଶ ଶୋଭାଯାତ୍ରା ପ୍ରାରମ୍ଭ ହୋଇଥିଲା । ଶ୍ରୀଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ କରି ପୁରୁଣା ଗୁଣପୁର ଛକ, ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିକୁ ସଂଲଗ୍ନ କରୁଥିବା ବାଇପାସ୍ ଛକ , ନୂଆ ବସଷ୍ଟାଣ୍ଡ , ପୂରୂଣା ବସଷ୍ଟାଣ୍ଡ , ଓ ଗୁଣପୁର ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଛକ ଦେଇ ସରକାରୀ ଉଚ୍ଚ ବାଳକ ବିଦ୍ୟାଳୟ ପଡ଼ିଆରେ ପ୍ରସ୍ତୁତି ଥିବା ଚଇତି ମଣ୍ଡପ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ହୋଇଥିଲା । ଏହି ଉତ୍ସବରେ ଗୁଣପୁରର ଆଖପାଖରେ ଥିବା ପ୍ରାୟ ଶହେ ଖଣ୍ଡ ଅର୍ଥାତ୍ ଗୁଣପୁର ସବ୍ ଡିଭିଜନର ପାଞ୍ଚଟି ବ୍ଳକରୁ ହଜାର ହଜାର ଜନ ସମାଗମ ହୋଇଥିଲା ।

ଏହି ଉତ୍ସବଟି ଆମ ଦକ୍ଷିଣ ଓଡ଼ିଶାର ଆଦିବାସୀ ବହୁଳ ଅଞ୍ଚଳର ପାରମ୍ପରିକ ଉତ୍ସବ। ପରମ୍ପରା, ସଂସ୍କୃତି , କଳା , ଗୀତନାଟ୍ୟ ଓ ଇତିହାସକୁ ଜୀବିତ ରଖାବ ହେଉଛି ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ ।

ପ୍ରତିବର୍ଷ ଗୁଣପୁର ପ୍ରଶାସନ ତରଫରୁ ଏହି ଉତ୍ସବ ବା ଶୋଭାଯାତ୍ରାଟିକୁ ବହୁତ ଦାୟୀତ୍ବପୂର୍ଣ୍ଣ ଓ ଶାନ୍ତି ଶୃଙ୍ଖଳାରେ ତୁଲାଇଥାନ୍ତି। ଏହି କାର୍ଯ୍ୟକ୍ରମଟି ଗୁଣପୁର ପ୍ରଶାସନ ତରଫରୁ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଦୀଲିପ ଅଭିଷେକ ଦୁଧାଲ , ଗୁଣପୁରରେ ଅବସ୍ଥିତ ଗାନ୍ଧୀ ବୀଶ୍ୱ ବିଦ୍ୟାଳୟର ଜ୍ୱଇଣ୍ଟ ସେକ୍ରେଟାରୀ ଚନ୍ଦ୍ର ଧ୍ଵଜ ପଣ୍ଡା, ଗୁଣପୁର ବିଧାୟକ ସତ୍ୟଜିତ ଗମାଙ୍ଗ ଉପସ୍ଥିତ ଥିଲେ।ଗୁଣପୁର ପୌରପାଳିକାର ପୌରାଦକ୍ଷା ମମତା ଗୌଡ , ଗୁଣପୁର ବ୍ଳକ୍ ଚୈର ପେରସନ ଝିଲି ଶବର , ଗୁଣପୁର ଉପ ପୌରାଦକ୍ଷ ଶିବପ୍ରସାଦ ଗୌଡ , ପୋଲିସ ପ୍ରଶାସନ , ରାଜସ୍ଵ ବିଭାଗ ତରଫରୁ ଏହ କାର୍ଯ୍ୟକ୍ରମ ଚାଲିଥାଏ ଏବଂ ଏହି ଶୋଭାଯାତ୍ରାରେ ଗୁଣପୁର ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନର ନେସନାଲ କ୍ରେଡିଟ କ୍ରପସ ଅର୍ଥାତ୍ ଏନ୍ ସି ସି ଛାତ୍ର ଓ ଛାତ୍ରୀମନଙ୍କ ସହଯୋଗ ଯୋଗୁଁ ଏହି କାର୍ଯ୍ୟକ୍ରମ ସଫଳ ହୋଇଛି।
ଗୁଣପୁରରୁ ଗଣେଶ କୋଲାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *