ଗୁଡ଼ାରୀ ବନାନଞ୍ଚ ତରଫରୁ ମାଁ ଙ୍କ ନାମରେ ଗଛ ଟିଏ

ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ୭୫ ଜନ୍ମ ଦିବସ ଉପଲକ୍ଷେ ଗୁଡ଼ାରୀ ବନାନଞ୍ଚ ତରଫରୁ ମାଁ ଙ୍କ ନାମରେ ଗଛ ଟିଏ କାର୍ଯ୍ୟକ୍ରମ।
ଗୁଡ଼ାରୀ ବନାଞ୍ଚଳ ତରଫରୁ ଭାରତର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିନ ଉପଲକ୍ଷେ ରାଜ୍ୟ ସରକାରଙ୍କ ଆହ୍ୱାନ ଏବଂ ଜିଲ୍ଲା ପ୍ରଶାସନର ନିର୍ଦ୍ଧେଶକ୍ରମେ ମାଁ ନାମରେ ଗଛ ଟିଏ କାର୍ଯ୍ୟକ୍ରମ ଅବସରରେ ଅଞ୍ଚଳର ୫ଟି ସ୍ଥାନରେ ୫୫୦୦ ଚାରା ରୋପଣ କରିଥିବା ବେଳେ ସ୍ଥାନୀୟ ଅର୍ବାନ ପ୍ଲାଣ୍ଟରେ ୩୫୦୦ ଚାରା ରୋପଣ କରାଯାଇଥିବା ବନାଞ୍ଚଳ ଅଧିକାରୀ ଦିଲୀପ କୁମାର ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି ।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାଢ଼ୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀମତି ସମର୍ପିତା ସ୍ୱାଇଁ,ସରପଞ୍ଚ, ୱାର୍ଡ ସଭ୍ୟାସଭ୍ୟ,ସ୍ୱୟଂ ସହାୟିକା ଗୋଷ୍ଠୀ,

ବନ ସୁରକ୍ଷା ସମିତି, ଶିକ୍ଷକ, ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି, ବନପାଳ ଅଧିନସ୍ଥ ବନପାଳ ଓ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।
ରାୟଗଡା ରୁ ପ୍ରସାଦ ଲିମାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *