ରାୟଗଡା ଜିଲ୍ଲା ଗୁଡ଼ାରୀ ସଦରରେ ଗୁଡ଼ାରୀ ବାସୀ ଓ ପ୍ରଶାସନର ମିଳିତ ଉଦ୍ୟମରେ ମାଁ ଠାକୁରାଣୀ ଟାଉନ ପୂଜା କମିଟି ଗୁଡ଼ାରୀ ତରଫରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଥିବା ମାଁ ଠାକୁରାଣୀ ଘଟପର୍ବ ଉପଲକ୍ଷେ ଆଜି ଶୁଭଖୁଣ୍ଟି ସ୍ଥାପନ ହୋଇଯାଇଛି। ପାରମ୍ପରିକ ବାଦ୍ୟରେ ମାଁ ଠାକୁରାଣୀ ଘଟପର୍ବ ପୂଜା କମିଟି ତରଫରୁ କର୍ତ୍ତାଙ୍କୁ ପାଛୋଟି ନେଇ ଥିଲେ।କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କର୍ତ୍ତା ଭାବେ ମାଁ ଠାକୁରାଣୀ ଘଟପର୍ବ ଟାଉନ ପୂଜା କମିଟି ସଭାପତି ଶ୍ରୀ ବିଷ୍ଣୁ ଦେଓ ଓ ଧର୍ମପତ୍ନୀ ଶ୍ରୀମତି ସରୋଜିନୀ ଦେଓ ଉପସ୍ଥିତ ରହିଥିବା ବେଳେ ଆଚାର୍ଯ୍ୟ ଉଦ୍ଧବ ମହାପାତ୍ର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସମ୍ପାଦନା କରିଥିଲେ । ଏହି ଅବସରରେ ଗୁଡାରି ପ୍ରଶାସନିକ କ୍ଷେତ୍ରରେ ବିଡ଼ିଓ ଶୁଚିସ୍ମିତା ବେହେରା, ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀମତି ସମର୍ପିତା ସ୍ୱାଇଁ, ପରିଷଦ ନିର୍ବାହୀ ଅଧିକାରୀ ପ୍ରସନ କୁମାର ପାଢ଼ୀ, ରାଜସ୍ବ ନିରୀକ୍ଷକ ଗୁଡ଼ାରୀ ଶ୍ରୀ ପ୍ରସାଦ ନିମାଲୁ ପ୍ରମୁଖ ଯୋଗଦେଇଥିବା ବେଳେ ମାଁ ଠାକୁରାଣୀ ଘଟପର୍ବ ଟାଉନ ପୂଜା କମିଟିର ସମସ୍ତ ସଦସ୍ୟ, ସହରର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ଜନସାଧାରଣ ମାନେ ଉପସ୍ଥିତ ରହିଥିଲେ। ଶୁଭଖୁଣ୍ଟି ସ୍ଥାପନ ପରେ ସ୍ଥାନୀୟ ମାଁ ଠାକୁରାଣୀ ମନ୍ଦିରକୁ ଯାଇ ମାଁ ଠାକୁରାଣୀଙ୍କୁ ଆସନ୍ତା ଘଟପର୍ବ ଉପଲକ୍ଷେ ନିମନ୍ତ୍ରଣ ପୂର୍ବକ ପୂଜାର୍ଚ୍ଚନା ପରେ ମାଁ ଘରକୁ ଯାଇ ନିମନ୍ତ୍ରଣ ଜଣାଇଥିଲେ। ଏହି କ୍ଷେତ୍ରରେ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଖୁସି ଓ ପ୍ରଶଂସାର ଶୁଅ ଛୁଟିଛି।
ରାୟଗଡ଼ାରୁ ଫଟୋ ନ୍ୟୁଜ ଟାଇମସ୍ ର ସ୍ୱତନ୍ତ୍ର ପ୍ରତିନିଧି ପ୍ରସାଦ ଲିମାଙ୍କ ରିପୋର୍ଟ।
ଗୁଡ଼ାରୀରେ ଘଟପର୍ବ ଉପଲକ୍ଷେ ଶୁଭଖୁଣ୍ଟି ସ୍ଥାପନ।
