ଗୁଣପୁର ରେ ମିଳିତ ଶ୍ରମିକ ସଂଗଠନ ତରଫରୁ
ଦେଶବ୍ୟାପୀ ଧର୍ମଘଟ ଓ ହଡତାଲ।ରାୟଗଡ଼ା ଜିଲ୍ଲା ଗୁଣପୁର ରେ ଆଜି ଦକ୍ଷୀଣ ଓଡିଶା ପାଚିକା ଓ ସହାୟିକା ମହାସଂଘ ( AICCTU) ଓ ଅଖିଲ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା (AIARLA) ର ଉପଦେଷ୍ଟା ତ୍ରିପତି ଗମାଙ୍ଗଙ୍କ ନେତୃତ୍ବରେ ଗୁଣପୁର ନାଗଭୂଷଣ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ବାଇପାସ୍ ଛକ ଠାରେ ରାସ୍ତା ଅବରୋଧ କରିଥିଲେ। ଏହା କରିବା ସହ ଏକ ଶୋଭାଯାତ୍ରା ବାହାରି ଗୁଣପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୧୭ ଦଫା ଦାବି ନେଇ ଉପ ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l
ସ୍କିମ୍ ଶ୍ରମିକ ମାନଙ୍କୁ ସରକାରୀ କର୍ମଚାରୀ ର ମାନ୍ୟତା ଓ ମାସିକ ୨୬ ହଜାର ଟଙ୍କା, ପେନସନ ପ୍ରଦାନ କରିବା , ପାଚିକା ମାନଙ୍କୁ ସାମାଜିକ ନିରାପତ୍ତା ପ୍ରଦାନ କରିବା, ୪ ଟି ଶ୍ରମ କୋଡ଼ ବାତିଲ କରିବା, ନୁତନ ଶିକ୍ଷା ନିତି ୨୦୨୦ କୁ ବାତିଲ କରିବା, ବିଦ୍ୟୁତ୍ ବିଭାଗ ର ଘରୋଇ କରଣ ବନ୍ଦ କରିବା, କୃଷକ ବିରୋଧି କୃଷି ଆଇନ୍ ବାତିଲ କରିବା, ଓପିଏସ୍ କୁ ଲାଗୁକରିବା ଓ ଏନପିଏସ ଓ ୟୁପିଏସ କୁ ବାତିଲ କରିବା, ୨୦୦ ଦିନ କାମ ପାଇ ଦୈନିକ ୬୦୦ ମଜୂରୀ ପ୍ରଦାନ କରିବା, କର୍ପୋରେଟ ଲୁଟ ବନ୍ଦ୍ କରିବା, ଜଙ୍ଗଲ ଆଇନ ୨୦୨୩ ବାତିଲ କରିବା, ସମସ୍ତ ଙ୍କୁ ମାଗଣା ବୈଜ୍ଞାନିକ ଶିକ୍ଷା ପ୍ରଦାନ କରିବା, EPF, ESIC ରେ ମଜୁରୀ ସିମା ଉଛେଦ କରିବା, କୃଷି ରୁଣ ଉପରେ ସବସିଡି ପ୍ରଦାନ କରିବା, କୃଷି ଉତ୍ପାଦନ ସର୍ବନିମ୍ନ ସହାୟକ ମୂଲ୍ୟ ର ଆଇନ ଗତ ଗ୍ୟାରେଣ୍ଟି ପ୍ରଦାନ ଇତ୍ୟାଦି ଧର୍ମଘଟର ମୁଖ୍ୟ ଦାବି ଥିଲା। ଏହି ଆନ୍ଦୋଳନରେ ମୁନି ଶବର (ଜିଲ୍ଲା ସଭାପତି) ମୁକ୍ତି ଲତା ଶବର, କୈଳାସ ଶବର, ନିରଞ୍ଜନ ବିଡିକା, ମୋଜେସ ବିଡିକା, ସିମାଦ୍ରୀ ପାତିକା, ମୁରଲୀ ମୋହନ ମୁଟୁକା, ମିନ ଶବର, ମୁଟୁକା ତ୍ରିପତି, ପ୍ରତିମା ଶବର, ସମ୍ବରl ଶବର ଓ ଅଗୟ ଶବର ଉପସ୍ଥିତ ଥିଲେ।
ଗୁଣପୁର ରୁ ଗଣେଶ କୋଲାଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମ୍ସ।