ଗୋପାଳପୁର ବେଳାଭୂମି ମହୋତ୍ସବ

 

ଗୋପାଳପୁର ବେଳାଭୂମି ମହୋତ୍ସବର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଆଜିର ସନ୍ଧ୍ୟା କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ‘ଗୋପାଳପୁର ବେଳାଭୂମି ଗଞ୍ଜାମ ଜ଼ିଲ୍ଲା ସହିତ ମୋର ଅନେକ ସ୍ମୃତି ଜଡିତ। ଅନେକ ବର୍ଷ ତଳେ ଖଲ୍ଲିକୋଟ ମହାବିଦ୍ୟାଳୟ ସାମ୍ନାରେ ହୋଇଥିବା ବିଶାଳ ପ୍ରତିବାଦ ସଭା ଆଜିବି ମୋ ସ୍ମୃତି ପଟରେ ଜୀବନ୍ତ ରହିଛି’।

ଏହା ଥିଲା ମନ୍ତ୍ରୀଙ୍କ ଉକ୍ତି। ଦୁଇ ବର୍ଷ ଧରି ଆୟୋଜିତ ହୋଇ ନଥିବା ମହୋତ୍ସବ ଆଜି ଆପଣ ମାନଙ୍କ ସମସ୍ତଙ୍କ ଆନ୍ତରିକ ଉଦ୍ୟମ ଫଳରେ ପୁଣି ଥରେ ଆରମ୍ଭ ହୋଇଛି। ଓଡ଼ିଶା ତଥା ଓଡ଼ିଶା ବାହାରେ ଅନେକ ମହୋତ୍ସବ ଦେଖିଛି, କିନ୍ତୁ ମୁଁ ଆଜିର ସମୁଦ୍ର ଆରତୀ ଓ ଅନ୍ୟାନ୍ୟ ଆୟୋଜନ ଦେଖିକି ସ୍ପଷ୍ଟ କହିପାରେ ଗୋପାଳପୁର ମହୋତ୍ସବ ଦେଶରେ ଅନ୍ୟତମ ଶ୍ରେଷ୍ଠ ମହୋତ୍ସବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।

ଆଜିର ମଞ୍ଚ କବିସୂର୍ଯ୍ୟ ବଳଦେବ ରଥ ଙ୍କ ନାମରେ ସମର୍ପିତ ଥିଲା। ଓଡିଶୀ, କାଲବେଲିଆ ରାଜସ୍ଥାନୀ, ମଡର୍ଣ୍ଣ ଡ୍ଯାନ୍ସ, ଆଦିବାସୀ ନୃତ୍ଯ, କାଠପଦାର ନବଦୂର୍ଗା, ମହାରାଷ୍ଟ୍ରର ଲବଣୀ, ବଲିଉଡ୍ ଫ୍ରି ଷ୍ଟାଇଲ୍, ପଶୁମୁଖା ନୃତ୍ୟ, ସମ୍ବଲପୁରୀ ନୃତ୍ଯ, ମାଲଖମ୍ବ , ଆସାମର ବିହୁ, ଘୁମର ଚକ୍ରି କାଲବେଲିଆ ଓ ଅନ୍ୟାନ୍ୟ ଲୋକନୃତ୍ଯ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ମହୋତ୍ସବ ମଞ୍ଚରେ ଆଜିର କ୍ରୀଡାର ବିଜେତା ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ।

ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଭି କିର୍ତ୍ତି ୱାସନ, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶ୍ରୀ ଶୁଭେନ୍ଦୁ ପାତ୍ର, ବିଏମସି କମିଶନର ଶ୍ରୀ ପ୍ରଥମେଶ ଅରବିନ୍ଦ ରାଜସିର୍କେ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର ସମସ୍ତ କାର୍ଯ୍ୟକ୍ରମର ସୁପରିଚାଳନା କରିବା ସହିତ ସହଯୋଗ ପାଇଁ କୃତଜ୍ଞତା ଜଣାଇଥିଲେ । ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ପୃଷ୍ଟି ସ୍ବାଗତ ଭାଷଣ ଦେଇଥିଲେ।

ଗଞ୍ଜାମ ରୁ ପୁପୁନ କୁମାର ଷଡ଼ଙ୍ଗୀ ଙ୍କ ରିପୋର୍ଟ ଫୋଟୋ ନିଉଜ ଟାଇମ୍ସ।

Leave a Reply

Your email address will not be published. Required fields are marked *