ଘଟଗାଁ ରେ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମ ଶତ ବାର୍ଷିକୀ

 

ସାରା ଦେଶ ପାଳନ କରୁଛି ଜନ ଜାତୀୟ ଗୌରବ ଦିବସ। ଏହି ଅବସରରେ ଘଟଗାଁ ବ୍ଲକ ଛୋଟରାୟ ପୁର ଗ୍ରାମ ବୀର ବିର୍ସା ମୁଣ୍ଡା ସୋସାଇଟି ଦ୍ୱାରା ପାଳନ ହୋଇଛି ସହିଦ ବିର୍ସା ମୁଣ୍ଡା ଙ୍କ ୧୫୦ତମ ଜନ୍ମ ଶତ ବାର୍ଷିକ ସମାରୋହ।

ସୋସାଇଟି ସଭାପତି କୀର୍ତନ ବିହାରୀ ସଏଁୟା ଓ ଉପଦେଷ୍ଟା ସିଙ୍ଗରାଇ ବାନରା ଦ୍ୱାରା ଆୟୋଜିତ ଉତ୍ସବ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇଛନ୍ତି ଘଟଗାଁ ଥାନା ଅଧିକାରୀ ଶୁଭ୍ରାନ୍ତ କୁମାର ଜେନା ଏବଂ ସମ୍ମାନିତ ଅତିଥି ଭାବରେ ଘଟଗାଁ ମଣ୍ଡଳ ବିଜେପି ସଭାପତି ରବି ନାରାୟଣ ଦେହୁରୀ।ବିର୍ସା ମୁଣ୍ଡା ଭାରତର ଜଣେ ଦେଶ ପ୍ରେମୀ ଭାବରେ ବିଖ୍ୟାତ।ଉନବିଂଶ ଶତାବଧିରେ ଭାରତରେ ଇଂରେଜ ଶାସନ କାଳରେ ବିର୍ସା ବିହାର ଓ ଝାରଖଣ୍ଡ ଅଞ୍ଚଳର ଅନେକ ସ୍ୱାଧୀନ ସଂଗ୍ରାମୀ ମାନଙ୍କୁ ଏକତ୍ରିତ କରି ବଡ଼ ଧରଣ ବିପ୍ଳବ ଆରମ୍ଭ କରିଥିଲେ।୨୫ବର୍ଷ ବୟସ ବେଳକୁ ଭାରତର ସ୍ୱାଧୀନତା ସଂଗ୍ରାମର ଇତିହାସରେ ଏକ ନୂତନ ଫର୍ଦ ଯୋଡି ସାରିଥିଲେ।ସେ ନିଜ ଗାଁ ଓ ଆଖପାଖ ଅଞ୍ଚଳର ଯୁବକ ମାନଙ୍କୁ ଇଂରେଜ ସରକାର ବିରୋଧରେ ଲଢେଇ କରିବାକୁ ସଂଗଠିତ କରୁଥିଲେ। ତାଙ୍କର ଏହି ମହାନ ଦେଶ ପ୍ରେମ ପାଇଁ ସାରା ଭାରତ ବର୍ଷରେ ଆଜି ଚିର ସ୍ମରଣୀୟ ହୋଇଛନ୍ତି।

ତାଙ୍କର ବଳିଦାନକୁ ମନେ ରଖିବା ପାଇଁ ସାରା ଦେଶ ଆଜି ତାଙ୍କରି ନାମରେ ପାଳନ କରୁଛି ଜନ ଜାତୀୟ ଗୌରବ ଦିବସ।ତେବେ ଆସନ୍ତୁ ଏସମ୍ପର୍କରେ ଅତିଥି କଣ କହୁଛନ୍ତି ଥରେ ନଜର ପକାଇବା।


ଘଟଗାଁ ରୁ ମନୋଜ କୁମାର ପାତ୍ରଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *