ମାଁ ବଙ୍କେଶ୍ୱରୀ ସାତଭଉଣୀଙ୍କ ଆବିର୍ଭାବ। ବିଶ୍ୱାସ ଅନ୍ଧବିଶ୍ୱାସ କୁ ନେଇ ଆମର ଏହି ନ୍ୟୁଜ। ସେ ଯାହାବି ହେଉ ଆଦିବାସୀ ବହୁଳ ଅଞ୍ଚଳରେ ସାକ୍ଷରତା ଅଭାବ ଯୋଗୁଁ ଏହା ଦେଖିବାକୁ ମିଳୁଛି। ରାୟଗଡା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ସଦର ଗାନ୍ଧୀନଗର ଜୋନ୍ ଶାନ୍ତି ନଗର ବସ୍ତି ବାସିନ୍ଦା ଗରିବ ଦିନ ମଜୁରିଆ ବୁଜି ଗାଣ୍ଟାଙ୍କ ଘରେ ମାଁ ବାଙ୍କେଶ୍ବରୀ ସାତ ଭଉଣୀ ଆବିର୍ଭାବ ହୋଇଛି । ମାଁ ଙ୍କ ସେବାୟତ ୧୭ ବର୍ଷୀୟ ହରି ଗଣ୍ଟାଙ୍କ ଶରୀରରେ ମାଁ ବଙ୍କେଶ୍ୱରୀ ସବାର ହୋଇ କହିଥିଲେ।

ଘଟଣାଟି ଅନ୍ଧ ବିଶ୍ୱାସ ହେଲେ ମଧ୍ୟ,ଯେତିକି ଆଶ୍ଚର୍ଯ୍ୟ ସେତିକି ଲୋକମାନେ ବିଶ୍ୱାସ କରୁଛନ୍ତି । କାରଣ ଜଣେ ୧୭ ବର୍ଷୀୟ ନାବାଳକ ହରି ୧୬ ବର୍ଷ ପାରି ହେବାପରେ ତାର ଚାଲି ଚଳନ ଗତିବିଧିରେ ପରିବର୍ତ୍ତନ ଦେଖା ଦେଇଥିଲା।

ଗତ ସପ୍ତାହ ତଳେ ହରି ଶୋଇଥିବା ଅବସ୍ଥାରେ ଘୁଙ୍ଗୁରର ରୁଣୁଝୁଣୁ ଶବ୍ଦ ଶୁଣିଥିଲା, ମାଁ ରୂପରେଖ ଆଖି ଆଗରେ ନାଚି ଯାଇଥିଲା ଏବଂ ସ୍ୱପ୍ନାଦେଶ ହୋଇଥିବା ହରି ପ୍ରକାଶ କରିଥିଲେ । ଏହି ପରିପ୍ରେକ୍ଷୀରେ ସେବାୟତ ହରି ହାତରେ ଶଙ୍ଖା, ଗୋଡ଼ରେ ପାଉଞ୍ଜି, ପାଦ ଆଙ୍ଗୁଠିରେ ମୁଦି, ବସ୍ତ୍ର ଆକାରରେ ଶାଢ଼ୀ ପିନ୍ଧି ଆଜି ମାଁଙ୍କ ନବକଳେବର ଅବସରରେ ମାଁଙ୍କୁ ବିଭିନ୍ନ ପ୍ରକାରର ଭୋଗଲାଗି କରାଯାଇଛି।

ଏପରିକି ଶରୀରରେ ମାଁ ସବାର ହୋଇ ପାରମ୍ପରିକ ବାଦ୍ୟର ତାଳେ ତାଳେ ଗାଁ ଦାଣ୍ଡରେ ବେଜୁନାଚ ନାଚି ଥିଲେ।
ରାୟଗଡା ରୁ ପ୍ରସାଦ ଲିମାଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
