ଚଳିତ ରଥଯାତ୍ରାରେ ଘଟିଥିବା ଘଟଣା, ଅଘଟଣ

ଚଳିତ ରଥଯାତ୍ରାରେ ଘଟିଥିବା ଘଟଣା, ଅଘଟଣ, ପ୍ରଶଂସା ଏବଂ ସମାଲୋଚକ ମାନଙ୍କ ମନ୍ତବ୍ୟକୁ ନେଇ ଫଟୋ ନ୍ୟୁଜ ଟାଇମସର ଉପସ୍ଥାପନା। ବିଚାରକ ଆପଣମାନେ। ସୁଚିନ୍ତିତ ଏବଂ ନିର୍ବିକ ମତାମତ ଆପଣମାନଙ୍କ ଠାରୁ ଆମ ନ୍ୟୁଜ ଚ୍ୟାନେଲ ଆସା କରୁଅଛି। ରଥଖଳାରେ ରଥ ନିର୍ମାଣ, ଆବଶ୍ୟକ ଶ୍ରମଦାନ ପ୍ରାୟତଃ ଶୃଙ୍ଖଳାର ସହିତ ହୋଇଥିଲା। କିନ୍ତୁ ବଦଳିଯାଇଥିଲେ ପୁରୀର ଜିଲ୍ଲାପାଳ ଏବଂ ଏସ.ପି.। ଜଗନ୍ନାଥଙ୍କ ମୋଦକ ଚୋରି ପ୍ରତ୍ୟକ ଗଣମାଧ୍ୟମର ଖବର ପାଲଟିଲା। ଏଥିପାଇଁ ଜଗନ୍ନାଥ ସେନା ତରଫରୁ ଥାନାରେ ଏତଲା ଦିଆଗଲା ଏବଂ ପ୍ରେସ ବିବୃତିରେ ଜଗନ୍ନାଥ ସେନାର ମୁଖ୍ୟ ତଦନ୍ତ ଦାବିକରି ଏହାକୁ ନିନ୍ଦାକଲେ। ଏହାପରେ ରଥଯାତ୍ରା ଦିନ ପୋଲିସ କାର୍ଯ୍ୟର ଅବହେଳା ପ୍ରଶାସକ ଏବଂ ପୋଲିସ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଭକ୍ତମାନଙ୍କ ମଧ୍ୟରେ ଦଳାଚକଟା ଏବଂ ସାମ୍ବାଦିକ ମାନଙ୍କୁ ପୋଲିସର ଠେଲାପେଲା ପରୋକ୍ଷରେ ଆହାତ କରିବା ଏବଂ ସେମାନଙ୍କର କାର୍ଯ୍ୟଶୈଳୀରେ ପ୍ରତିରୋଧ ସୃଷ୍ଟି କରିଥିଲେ। ରଥଯାତ୍ରାର ଦ୍ୱିତୀୟ ଦିନରେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡ଼ିବା ଆରମ୍ଭ କଲା। ପ୍ରାୟତଃ ଏମିତି କେବେ ହୋଇନାହିଁ ବୋଲି ବୁଦ୍ଧିଜୀବୀ ମାନେ ମତ ଦେଇଛନ୍ତି। ଜଣେ କଳାକାର କହିଛନ୍ତି ମୁଁ ଆଜି ରଥ ଟାଣିବାର ସୁଯୋଗ ପାଇଲି ଯେକି ଦାସିୟାବାଉରୀ, ଭକ୍ତସାଲବେଗଙ୍କ ପରେ ଏହି ତୃତୀୟ ବ୍ୟକ୍ତିଙ୍କ ଯୋଗୁଁ। ପରୋକ୍ଷରେ ସେ ଏହି ତୃତୀୟ ବ୍ୟକ୍ତି ଅଦାନୀର ମୁଖ୍ୟ ବୋଲି ସ୍ପଷ୍ଟ କରୁଥିଲେ। କିନ୍ତୁ ଜଗନ୍ନାଥ ସେନାର ମୁଖ୍ୟ ସିଧାସଳଖ ଅଦାନୀଙ୍କ ନାମ ନେଇଥିଲେ। ରଥଯାତ୍ରାର ଦ୍ୱିତୀୟ ଦିନ ବିଳମ୍ବିତ ରାତ୍ରିରେ ଅଘଟଣ ଘଟିଲା। ୭ ଜଣରୁ ଉର୍ଦ୍ଧ ବ୍ୟକ୍ତି ଦଳାଚକଟାରେ ମୁର୍ତ୍ୟୁ ବରଣ କଲେ ଏବଂ ପ୍ରାୟ ୧୦୦ରୁ ଉର୍ଦ୍ଧବ୍ୟକ୍ତି ଆହାତ ହେଲେ। ଏଠାରେ ବହୁ ପରିଚାଳନା ଗତ ତୃଟୀ ଯୋଗୁଁ ଏହା ଘଟିଥିଲା। ଏଥିରେ ମୁଖ୍ୟ ତ୍ରୁଟି ଥିଲା ଭିୟାଇପି ମାନଙ୍କ ଦର୍ଶନ ପାଇଁ କରାଯାଇଥିବା କରିଡର ଏବଂ ପୋଲିସର ସିଫ୍ଟ ଚେଞ୍ଜ ରେ ଅନିୟମିତତା। ଏହାପରେ କଂଗ୍ରେସ ଦଳ, ବିଜେଡ଼ି ଦଳ ମାନଙ୍କର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମର ତଦନ୍ତ ପରେ ସରକାରୀ ସ୍ତରରେ ତତ୍ପରତା ବଢିଲା। କିଛି ପୋଲିସ ଅଫିସର ନିଲମ୍ବିତ ହେଲେ। ଏସ.ପି. ଏବଂ କଲେକ୍ଟରଙ୍କୁ ବଦଳି କରାଯାଇ ପୂର୍ବତନ କଲେକ୍ଟର ଏବଂ ଏସପି କାର୍ଯ୍ୟଭାର ଗ୍ରହଣ କଲେ। ବାହୁଡା଼ଯାତ୍ରା ଏବଂ ସୁନାବେଶ ସୂଚାରରୂପେ ସମ୍ପର୍ଣ୍ଣ ହେଲା। ଏହିଥର ଭକ୍ତମାନଙ୍କ ଭିଡ଼ ପୂର୍ବବର୍ଷ ମାନଙ୍କ ଅପେକ୍ଷା ବହୁତ ଅଧିକା ଥିଲା। ଏହା ଆମ ନିଜସ୍ୱ ମନ୍ତ ଯେ ଜଗନ୍ନାଥ ଙ୍କ ରଥ ପାଇଁ ଭିଡ଼ ସହିତ ସରକାରଙ୍କ ଓରମାସ ମେଳା, ବାଲୁକା ଶିଳ୍ପୀମାନଙ୍କ ଦ୍ୱାରା କରାଯାଇଥିବା କାରୁକାର୍ଯ୍ୟାମେଳା ଆଦି ଭକ୍ତମାନଙ୍କର ସ୍ଥାନକୁ ଅବରୋଧ କରିବା ଅନୁଚିତ। ଏହି ସବୁ କାର୍ଯ୍ୟକ୍ରମ ଦଶକିଲୋମିଟର ଦୂରରେ ଥିବା ବେଲେଶ୍ୱର ସମୁଦ୍ର କୂଳରେ କରିଥିଲେ ଭଲ ହେଇଥାନ୍ତା।
ଫଟୋ ନ୍ୟୁଜ ଟାଇମସର ରାଜ୍ୟସ୍ତରୀୟ ସାମ୍ବାଦିକ ଗିରିଧାରି ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *