ଚାରି ଲକ୍ଷ ଟଙ୍କା ଇନାମ ଥିବା ଦୁର୍ଦ୍ଦାନ୍ତ ମାଓବାଦୀ କୁଞ୍ଜମ ହିଡିମା ଗିରଫ।

ଚାରି ଲକ୍ଷ ଟଙ୍କା ଇନାମ ଥିବା ଦୁର୍ଦ୍ଦାନ୍ତ ମାଓବାଦୀ କୁଞ୍ଜମ ହିଡିମା ଗିରଫ।

ଦୁର୍ଦ୍ଧାନ୍ତ ମାଓବାଦୀ କୁଞ୍ଜମ ହିଡିମା ଏଲିୟସ ମୋହନ ଗିରଫ ।
ବୈପାରିଗୁଡ଼ା ଥାନା ପେଟଗୁଡ଼ା ଜଙ୍ଗଲରୁ ଗିରଫ ହୋଇଛି ।
ଛତିଶଗଡ ରାଜ୍ୟ ବିଜାପୁର ଜିଲ୍ଲା ଉସୁରୁ ଥାନା ଜାନାଗୁଡ଼ା ଗ୍ରାମର ବୋଲି ସୂଚନା ଦେଇଛନ୍ତି କୋରାପୁଟ ଏସପି ରୋହିତ ବର୍ମା। ତାକୁ ଧରିବା ପାଇଁ ୪ଲକ୍ଷ ଟଙ୍କା ପୁରସ୍କାର ରହିଥିଲା ।

ଛତିଶ ଗଡ ସରକାର ୮ଲକ୍ଷ ପୁରସ୍କାର ରଖିଥିବା ପୋଲିସ କହିଛି । ସେ ଛତିଶ ଗଡ ଓ ଓଡ଼ିଶାରେ ମାଓ ହିଂସା କାଣ୍ଡରେ ଜଡ଼ିତ ଥିଲା ।କୋରାପୁଟ ଜିଲ୍ଲାର ୪ଟି ଓ ମାଲକାନଗିରି ଜିଲ୍ଲାର ୩ଟି ବଡ ମାଓ ହିଂସା କାଣ୍ଡରେ ଜଡ଼ିତ। ୨୦୦୭ ମସିହାରେ ମାତ୍ର ୧୪ ବର୍ଷ ବୟସରେ ମାଓ ସଙ୍ଗଠନ ରେ ସାମିଲ ହୋଇଥିଲା ।

ଆନ୍ଧ୍ର- ଓଡ଼ିଶା ବୋର୍ଡର ଜୋନାଲ କୋରାପୁଟ ପୋଲିସକୁ ମିଳିଛି ବଡ ସଫଳତା । ଏକ ୪୭ ବନ୍ଧୁକ,୩୫ ରାଉଣ୍ଡ ଜୀବନ୍ତ ଗୁଳି,ଗୋଟାଏ ମାଗାଜିନ୍, ୨୭ଟି ଡିଟୋନେଟର,୯୦ ଗୋଟି ତାର ବିହୀନ ଡିଟୋନେଟର, ଗ୍ରାନାଇଟ ପାଉଡର ୨କିଲୋ, ୨ଟି ଷ୍ଟିଲ ଟିଫିନ୍ ବାକ୍ସ ,୨ଟି ରେଡ଼ିଓ , ୨ ଟି ଇୟର ଫୋନ୍, ଗୋଟାଏ ୱାକିଟକି ,୨ଟି ଛୁରୀ, ୪ଟି ଟର୍ଚ୍ଚ ଲାଇଟ ମାଓ ପୁସ୍ତକ, ମେଡିସିନ ,ପୋଷାକ ଆଦି ମାଓ ସାମଗ୍ରୀ ଜବତ କରିଛି ପୋଲିସ ।

କୋରାପୁଟର ନନ୍ଦପୁରରୁ ଫଟୋ ନ୍ୟୁଜ ଟାଇମ୍ସର ସାମ୍ୱାଦିକ ଦୁର୍ଗା ପ୍ରସାଦ ପାଢ଼ୀ ଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *