ଛାତ୍ରୀ ଆତ୍ମ ହତ୍ୟା ପାଇଁ ସମସ୍ତ ଦୋଷୀ ଙ୍କୁ ନାୟିକ ତଦନ୍ତ ସହ କଠୋର ଦଣ୍ଡ ଦେବା ପାଇଁ ଓଡିଶା ବନ୍ଦ

ଏଫ ଏମ କଲେଜ ବାଲେଶ୍ୱର ର
ଛାତ୍ରୀ ଆତ୍ମ ହତ୍ୟା ପାଇଁ ସମସ୍ତ ଦୋଷୀ ଙ୍କୁ ନାୟିକ ତଦନ୍ତ ସହ କଠୋର ଦଣ୍ଡ ଦେବା ପାଇଁ ଓଡିଶା ବନ୍ଦ ଡାକରା ରେ ଗୁଣପୁର ରେ ବାମପନ୍ତି ତରଫରୁ ବନ୍ଦ ଆନ୍ଦୋଳନ। ରାୟଗଡ଼ା ଜିଲ୍ଲା ଗୁଣପୁରରେ ଆଜି ମିଳିତ ବାମପନ୍ଥୀ ଦଳ ତରଫରୁ ଓଡିଶା ବନ୍ଦ ପାଳନ କରିବା ଅବସରରେ ସିପିଆଇ (ଏମ୍ଏଲ) ଲିବରେସନ ଓ ସିପିଆଇ (ଏମ୍ଏଲ) ଏନ ଡି ତରଫରୁ ଗୁଣପୁର ଏସ ପି ଗୁଡା ଛକ ଠାରେ ଚକା ଜାମ କରିବା ସହ ଟୈର ଜାଳି ରାସ୍ତା ଅବରୋଧ କରିଥିଲେ।
ଫକୀର ମୋହନ ସ୍ଵଂୟ ଶାସିତ ମହାବିଦ୍ୟାଳୟ ର ଛାତ୍ରୀ ସୌମ୍ୟା ଶ୍ରୀ ଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦରବ ଆତ୍ମାହୁତି ଲାଗି ଉଦ୍ୟମ କରିଥିଲେ, ଫଳରେ ତାଙ୍କ ଦେହରେ ୯୫% ଭାଗ ପୋଡି ଯାଇଥିଲା ଓ ତାଙ୍କୁ ଭୁବନେଶ୍ୱର ସ୍ଥିତ ଏମ୍ସ ଡାକ୍ତର ଖାନା କୁ
ଅଣାଯାଇଥିଲା।
ଗତକାଲି ତା ୧୪/୭/୨୫ ରେ ଡାକ୍ତର ଖାନା ପକ୍ଷରୁ ରାତ୍ର ୧୧. ୪୬ ରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଘୋଷଣା କରାଗଲା। କଲେଜ ର ସହକାରୀ ପ୍ରାଧ୍ୟାପକ ସମୀର କୁମାର ସାହୁ ତାଙ୍କୁ ମାନସିକ ଯନ୍ତ୍ରଣା ଦେବା ସହ ଯୌନ ଶୋଷଣ ଲାଗି ବାଧ୍ୟ କରୁଥିଲେ।
ସୌମ୍ୟାଶ୍ରୀ ଏହାର ପ୍ରତିବାଦ କରି ଅଧ୍ୟକ୍ଷ, କଲେଜ ର ଅଭ୍ୟନ୍ତରିଣ୍ୟ ଅଭିଯୋଗ କମିଟି, ସ୍ଥାନୀୟ ବିଧାୟକ, ସାଂସଦ, ଉଚ୍ଚଶିକ୍ଷା ମନ୍ତ୍ରି, କେନ୍ଦ୍ର ଶିକ୍ଷା ମନ୍ତ୍ରି, ମୁଖ୍ୟ ମନ୍ତ୍ରୀ ସମସ୍ତଙ୍କୁ ଜଣାଇଥିଲେବି କେହି ସୁରକ୍ଷା ଦେଇ ପାରିଲେ ନାହିଁ।ଘଟଣା ଦିନ ଅଧକ୍ଷ ସୁରକ୍ଷା ଦେବା
ପରିବର୍ତ୍ତେ ମୁଖ୍ୟ ଅଭିଯୁକ୍ତ ସହକାରୀ ପ୍ରଧ୍ୟାପକ ଙ୍କ ସହ ବୁଝାମଣା କରିବା ଲାଗି ଚାପ ଦେଲେ।ନ୍ୟାୟ ନ ପାଇ ମାନସିକ ଭରସାମ୍ୟ ହରାଇ ସୌମ୍ୟାଶ୍ରୀ ବିଶି ଅଧକ୍ଷ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଭଳି ଦୁଃଖଦ ପଦପେକ୍ଷ ନେବାକୁ ବାଧ୍ୟ ହେଲେ।
ପ୍ରକାଶ ଥାଉକି ସୌମ୍ୟାଶ୍ରୀ ଏବିଭିପି ର ଆଗଧାଡିର ସଭ୍ୟା।ଓଡିଶାରେ ଆଇନ ର ଶୃଙ୍ଖଳା ଭୁସୁଡ଼ି ପଡିବା, ନାରୀ ନିର୍ଯ୍ୟାତନା ଓ କର୍ପୋରେଟ ଲ୍ଲୁଣ୍ଠନ ବଢ଼ି ବଢ଼ି ଚାଲିଛି ଏହା ବିରୁଦ୍ଧରେ କରିବା ସହ ଘଟଣାର ନ୍ୟାୟିକା ତଦନ୍ତ କରିବା, ନୈତିକ ଦୃଷ୍ଟିରୁ ଉଚ୍ଚ ଶିକ୍ଷାମନ୍ତ୍ରୀ, ବାଲେଶ୍ବର ସାଂସଦ ଓ ବାଲେଶ୍ଵର ବିଧାୟକ ଇସ୍ତଫା ଦେବା, ସାଂସଦ, ବିଧାୟକ, ଜିଲ୍ଲାପାଳ, ଏବଂ ଏସ ପି କୁ ପରିସର ଭୁକ୍ତ କରିବା, ପାଇଁ ଜିଲ୍ଲା ସମ୍ପାଦକ ତ୍ରିପତି ଗମାଙ୍ଗ ଓ ବୁଦ୍ଧ ଦେବ ଶବର ଦାବି କରିଛନ୍ତ ଓ ଏଠାରେ କଂଗ୍ରେସ ଦଳ ମଧ୍ୟ ବନ୍ଦ ଡାକରା ଦେଇଥିଲେ ।
ଏହି ଆନ୍ଦୋଳନରେ କୈଳାସ ଶବର , ପଦାକା ଗିରି, ଚିତ୍ରସେନ ଶବର, ନିରଞ୍ଜନ ବିଡିକା, ସିମାଦ୍ରୀ ପାତିକା, ମୁରୋଲି ମୁଟୁକା,ମୋଜେସ ବିଡିକା, ମୋହନ ପାତିକା, କିଲାକା ରାମାରାଓ, ତ୍ରିପତି ମୁଟୁକା, ଅର୍ଜୁନ ଗମାଙ୍ଗ ଉପସ୍ଥିତ ଥିଲେ ।

ଗୁଣପୁର ରୁ ଗଣେଶ କୋଲାଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *