ଜଙ୍ଗଲୀ ବାବୁଙ୍କ ପଶୁ ପ୍ରକୃତି। ରାୟଗଡା ଜିଲ୍ଲା ପଦ୍ମପୁର ଥାନା ଅଧୀନରେ ଥିବା ଗୁଡାରୀ ଫରେଷ୍ଟ ରେଞ୍ଜ ଅଧୀନସ୍ଥ କେନ୍ଦୁଗୁଡା ସେକ୍ସନ୍ ର ଫରେଷ୍ଟର ନରସିଂହ ଶତପଥିଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। କେସ୍ ନଂ ୪୪ ରେ ମାମଲା ରୁଜୁକରି ତଦନ୍ତ ଜାରିରଖିଛନ୍ତି। ପ୍ରକାଶ ଥାଉକି ଜଣେ ୧୨ ବର୍ଷୀୟ ନାବାଳିକାକୁ ଏହି ୫୯ ବର୍ଷୀୟ ଫରେଷ୍ଟର ବାବୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଦିନ ପ୍ରାୟ ୧୧ ଟା ସମୟରେ ନରସିଂହ ତାଙ୍କ ଘର ପଡ଼ିଶାରେ ଅଜା ଘରେ ରହି ପାଠ ପଢୁଥିବା ଜଣେ ୧୨ ବର୍ଷୀୟ ନାବାଳିକାକୁ ପ୍ରଲୋଭନ ଦେଖାଇ ଘର ଭିତରକୁ ଡ଼ାକି ବଳାତ୍କାର ଉଦ୍ୟମ କରିଥିଲେ। ତେବେ ଏହି ସମୟରେ ନାବାଳିକାଙ୍କ ସହିତ ଥିବା ଅନ୍ୟ ଜଣେ ଝିଅ ନାବାଳିକାଙ୍କ ପରିବାର ବର୍ଗଙ୍କୁ ଜଣାଇଥିଲେ। ପରିବାରବର୍ଗ ଖବର ପାଇ ଫରେଷ୍ଟର ନରସିଂହଙ୍କ ଘରକୁ ଯାଇ ନାବାଳିକାଙ୍କୁ ଉଦ୍ଧାର କରିଥିଲେ। ଏହା ପରେ ଗ୍ରାମବାସୀ ନରସିଂହକୁ କାବୁ କରିଥିଲେ। କେନ୍ଦୁଗୁଡା ଫାଣ୍ଡି ପୋଲିସ ସୂଚନା ପାଇ ପଦ୍ମପୁର ଥାନା ଆଇ.ଆଇ.ସି. ଧରଣୀଧର ପ୍ରଧାନଙ୍କୁ ସୂଚନା ଦେବା ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେଠାରୁ ନରସିଂହକୁ ଡକ୍ଟର ମଇନା ପରେ ଗିରଫ କରି ପଦ୍ମପୁର ଆଣି କେସ ନଂ ୪୪ରେ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଆଇ.ଆଇ.ସି. ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ପଦ୍ମପୁର ପୋଲିସ ଗୁଣପୁର କୋର୍ଟ ଚାଲାଣ କରିବା ପ୍ରକ୍ରିୟା ଜାରିରଖିଛନ୍ତି। ଏହି ଅଶୋଭନୀୟ ଘଟଣାକୁ ବୁଦ୍ଧିଜୀବୀ ମାନେ ପଶୁ ପ୍ରକୃତି ସହ ତୁଳନା କରିଛନ୍ତି। ଏମାନଙ୍କୁ ଫରେଷ୍ଟ ବିଭାଗ ଯଥେଷ୍ଠ ପରିମାଣରେ ଛୁଟି ଦେବା ଆବଶ୍ୟକ। ସାଧାରଣରେ ଚର୍ଚ୍ଚା ହେଉଛି ଯେ ରାଜନୈତିକ ଦଳର କିଛି ବ୍ୟକ୍ତି ଏଭଳି ଏକ ଅମାନୁଷିକ ମାମଲାକୁ ଆପୋସ ବୁଝାମଣା ମାଧ୍ୟମରେ ରଫା-ଦଫା କରିବା ପାଇଁ ଚେଷ୍ଟା ଜାରିରଖିଛନ୍ତି। ସେ ଯାହାବି ହେଉ ଗଣମାଧ୍ୟମର ତତ୍ପରତା ଏବଂ ସଠିକ ସମୟରେ ଉକ୍ତ କେସ୍ କୁ ଲୋକ ଲୋଚନକୁ ଆଣିବା ଦ୍ଵାରା ଅସାଧୁ କାଠ ବ୍ୟବସାୟୀ ତଥା ରାଜନୈତିକ ଦଳର କର୍ମୀଙ୍କର ଏହି ପ୍ରଚେଷ୍ଟା ସଫଳ ହୋଇପାରିଲାନାହିଁ। ଏହି ପରିସ୍ତିତିରେ ପୋଲିସ ବିଭାଗ, ଆଇ.ଆଇ.ସି. ଶ୍ରୀ ପ୍ରଧାନ ଗଣମାଧ୍ୟମକୁ ବାଇଟ ଦେବା ପରିବର୍ତ୍ତେ ସହଯୋଗ କରିନଥିଲେ। ଆମେ ଫୋଟ ନ୍ୟୁଜ ଟାଇମସ୍ ତରଫରୁ ରାୟଗଡା ଏସପି ସ୍ଵା.ସ୍ୱାର୍ଥ.ଏସ୍. କୁମାରଙ୍କୁ ଅବଗତ କରାଉଛୁ ଯେ ପୋଲିସ ବିଭାଗ ଗଣମାଧ୍ୟମକୁ ସହଯୋଗ କରନ୍ତୁ , ଯାହାକି ପୋଲିସକୁ ଜନସାଧାରଣଙ୍କର ବିଶ୍ଵାସ ଭାଜନ କରିପାରିବ। ରାୟଗଡ଼ାରୁ ଜିଲ୍ଲା ସାମ୍ବାଦିକ ମନୋରଞ୍ଜନ ଶତପଥି ଏବଂ ଗୁଣପୁର ରୁ ଗଣେଶ କୋଲାଙ୍କ ରିପୋର୍ଟ୍।
ଜଙ୍ଗଲୀ ବାବୁଙ୍କ ପଶୁ ପ୍ରକୃତି।
