ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଯୋଗୁଁ ଖ୍ୟାତିଗ୍ରସ୍ତଙ୍କୁ ସହାୟତାର ହାତ ବଡ଼ାଇଲେ ୭ ଯୁବ ସାମ୍ବାଦିକ

ଲାଞ୍ଜିଗଡ଼ ଦୁର୍ଗମ ଅଞ୍ଚଳରେ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ଯୋଗୁଁ ଖ୍ୟାତିଗ୍ରସ୍ତଙ୍କୁ ସହାୟତାର ହାତ ବଡ଼ାଇଲେ ୭ ଯୁବ ସାମ୍ବାଦିକ। କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ଦିନକୁ ଦିନ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବଡ଼ୁଥିବା ବେଳେ ମୂଷାନାଲ ସେକ୍ସନ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଢୋଡ଼ୱାଲୀ ଗାଁରେ ଦୁଇଟି ପରିବାରର ଦୁଇଟି ଘର ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଦେଇ ରାସନ ସାମଗ୍ରୀ ସହିତ ଆସବାପତ୍ର ନଷ୍ଟ କରି ଦେଇଥିଲେ ।ସୂଚନା ମତେ ପାହାଡ଼ପଦର ପଞ୍ଚାୟତ ଅନ୍ତର୍ଗତ ପଟାଙ୍ଗପଦର ଗାଁର ଦୁଇ ପରିବାର କିଛି ବର୍ଷ ହେବ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଢୋଡ଼ୱାଲୀ ଗାଁରେ ରହି ପୋଡୁଚାଷ କରି ଆସୁଥିଲେ। ହେଲେ ବିଳମ୍ବିତ ରାତିରେ ୨୨ଟିକିଆ ହାତୀ ପଲ ଗାଁକୁ ଆସି ଦୁଇଟି ଘର ସମ୍ପୂର୍ଣ୍ଣ ଭାଙ୍ଗି ଦେଇଥିବା ବେଳେ ଦୁଇଟି ପରିବାର ଅଳ୍ପକେ ବର୍ତ୍ତୀ ଯାଇଥିଲେ। କିନ୍ତୁ ଏବେ ଯାଏଁ ପ୍ରଶାସନ ପକ୍ଷରୁ ଦୁଇ ପରିବାରକୁ କୌଣସି ସହାୟତା ମିଳିପାରିନାହିଁ l ଏହି ପରିପ୍ରେକ୍ଷୀରେ ଆଜି ଲାଞ୍ଜିଗଡ଼ ସାମ୍ବାଦିକ ସମୂହ ସାମ୍ବାଦିକ ସୁଶାନ୍ତ ମାଝୀ, ଦିଲ୍ଲୀପ ନାଏକ, ମନୋଜ ଦୋରା, ତୁଳସୀ ରାମ ପ୍ରଧାନୀ, ସାଗର ବେନାଲ, ପ୍ରଦାନ ମାଝୀ ସମେତ ଦେବାନନ୍ଦ ମାଝୀ ଘଟଣା ସ୍ଥଳରେ ପହଞ୍ଚି ଦୁଇ ପରିବାରର ଦୁଗୀ ମାଝୀ ଓ ପୁରାଣା ମାଝୀଙ୍କୁ ସାକ୍ଷାତ କରି ଆର୍ଥିକ ସହାୟତା ସହ ରାସନ ସାମଗ୍ରୀ ପ୍ରଦାନ କରିଥିଲେ।ତେବେ ଉକ୍ତ ଅଞ୍ଚଳରେ ଏତେବଡ଼ ଅଘଟଣରୁ ଦୁଇ ପରିବାର ଅଳ୍ପକେ ବର୍ତ୍ତୀଯାଇଥିଲେ ସୁଦ୍ଧା ଘଟଣା ସ୍ଥଳକୁ କୌଣସି ରାଜ ନେତା କିମ୍ବା ପ୍ରଶାସନ ଆସିନାହାନ୍ତି ବୋଲି ଦୁଇ ପରିବାର ଲୋକେ ପ୍ରକାଶ କରିବା ସହ ସହାୟତାର ହାତ ବଢ଼ାଇଥିବା ଉକ୍ତ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।
କଳାହାଣ୍ଡି ଜିଲ୍ଲା ପ୍ରତିନିଧି ସୁଶାନ୍ତ ମାଝୀ ଙ୍କ ରିପୋର୍ଟ ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *