ଜିଲ୍ଲାସ୍ତରୀୟ ରବିଋତୁ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ l

ଜିଲ୍ଲାସ୍ତରୀୟ ରବିଋତୁ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ l
ମଇ ମାସ ୨୦ରୁ ଆରମ୍ଭ ହେବ ଧାନ ମଣ୍ଡି l ଚାଷୀ ମାନଙ୍କୁ ଉଚିତ ମୂଲ୍ୟ ପ୍ରଦାନ କରିବାକୁ ନିର୍ଦେଶ।

ଆସନ୍ତା ମଇ ମାସ ୨୦ତାରିଖରୁ ରାୟଗଡା ଜିଲ୍ଳାରେ ଖୋଲିବ ରବିଋତୁ ଧାନ ମଣ୍ଡି । ଏ ନେଇ ଆଜି ଜିଲ୍ଳାସ୍ତରୀୟ ରବି ଋତୁ ଧାନ ସଂଗ୍ରହ କମିଟି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି । ରାୟଗଡ ଜିଲ୍ଳାପାଳ ଶ୍ରୀମତୀ ପାରୁଲ ପଟାୱରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମାନ୍ୟବର କୋରାପୁଟ ସଂlସଦ ସପ୍ତଗିରି ଉଲାକା, ରାୟଗଡା ବିଧାୟକ
କାଡ୍ରାକା ଆପାଲସ୍ୱାମୀ,ଵିଷମ କଟକ ବିଧାୟକ, ନୀଳମାଧଵ ହିକକା,
ସିଡିଓ ତଥା ଇଓ ଜିଲ୍ଲାପରିଷଦ, ଅକ୍ଷୟ କୁମାର ଖେମୁଣ୍ଡୁ,


ମୁଖ୍ୟ ବେସାମାରିକ ଯୋଗାଣ ଅଧିକାରୀ ରାଜକିଶୋର ପାଣିଗ୍ରାହୀ, ଜିଲ୍ଲା ଯୋଗାଣ ଅଧିକାରୀ ଦାଶରଥି ସୋରେନ ,ଜିଲ୍ଳା ମୁଖ୍ୟ କୃଷି ଅଧିକାରୀ ବିଷ୍ଣୁ ପ୍ରସାଦ କରଙ୍କ ସମେତ ଚାଷୀପ୍ରତିନିଧି, ଉପ-ନିବନ୍ଧକ ସମବାୟ ସମିତି ଓ ଅନ୍ୟମାନେ ଯୋଗ ଦେଇଥିଲେ । ଚଳିତ ରବିଋତୁରେ ୮ହଜାର ୮୯୦କ୍ୱିଂଟାଲ ଧାନ
ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ୫୦୩ଜଣ ପଂଜୀକୃତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ କରାଯିବ ବୋଲି ବୈଠକରେ ଉପସ୍ଥାପନା କରାଯାଇଥିଲା ।
ଚଳିତ ବର୍ଷ ମଧ୍ୟ ମଣ୍ଡିରେ ଚାଷୀମାନେ ଯେପରି ଧାନ ବିକ୍ରୟ ସମୟରେ କୈାଣସିଅସୁବିଧା ନହୁଏ ସେଥି ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି l ଜିଲ୍ଲାରେ ଚାଷୀ ମାନଙ୍କ ଠରୁ ଶାନ୍ତି ଶୃଙ୍ଖଳା ସହ ଧାନ ସଂଗ୍ରହ କରାଯିବା ପାଇଁ ଓ ଅଧିକରୁ ଅଧିକ ପଞ୍ଜିକୃତ ଚାଷୀ ଧାନ ବିକ୍ରୟ କରି ପାରିବେ ସେଥିପାଇଁ ବିଭାଗୀୟ ଅଧିକାରୀ ମାନେ ଧ୍ୟାନ ଦେବାକୁ ଜନପ୍ରତିନିଧି ମାନେ କହିଥିଲେ l


ଧାନର କ୍ରୟମୂଲ୍ୟ ଓଡିଶାର ଚାଷୀମାନଙ୍କ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ୨୩୦୦ଟଙ୍କା ସହିତ Input assistance ଟ୮୦୦. ୦୦ କରାଯାଇଛି l ଅନ୍ୟରଜ୍ୟର ସୀମାନ୍ତ ଅଂଚଳ ଗୁଡିକରେ କଡା ନଜର ରଖିବା ପାଇଁ ଉଭୟ ଆର.ଏମ.ସି ସମ୍ପାଦକ ମାନଙ୍କୁ ନିର୍ଦେଶ ଦେଇଥିଲେ l ଚାଷୀ ମାନଙ୍କ ଠାରୁ ଧାନ କିଣିବାର ୨୪ରୁ ୪୮ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧା ସଳଖ ଟଙ୍କା ଜମା କରାଯିବ l ଚାଷୀ ଏଫକ୍ୟୁ ମlନର ଧାନ ମଣ୍ଡିକୁ ଆଣିବେ l ଆର.ଏମ.ସି ତରଫରୁ ସମସ୍ତ ପ୍ରକାର ସୁବିଧା କରାଯିବ ଓ ଧାନର ଗୁଣବତ୍ତା ଚେକ କରିବାକୁ ତାଲିମ ପ୍ରାପ୍ତ ବ୍ୟକ୍ତିଙ୍କୁ ନିୟୋଜିତ କରାଯିବ ଲ ଚାଷୀ ମାନଙ୍କ ସୁବିଧା ନିମନ୍ତେ ଧାନ ବିକ୍ରୟ ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ଯୋଗାଣ ଅଧିକାରୀ ଉପସ୍ଥାପନା କରିଥିଲେ l ଜିଲ୍ଲାରେ ଖରିଫ ଧାନ ଆସନ୍ତା ମାସ ୨୦ତାରିଖରେ ବିଷମ କଟକ, ମୁନିଗୁଡା, ଗୁଡ଼ାରୀ, ପଦ୍ମପୁର, ରାମନାଗୁଡ଼ା ଓ କୋଳାନାରା ବ୍ଲକରେ ଶୁଭ ଆରମ୍ଭ କରାଯିବ ଓ ଆସନ୍ତା ୨୮ ତାରିଖରେ ଗୁଣୁପୁର ବ୍ଲକରେ ଧାନ ମଣ୍ଡି ଶୁଭାରମ୍ଭ କରାଯିବ l ଚାଷୀମାନଙ୍କ ଜାଣିବା ପାଇଁ ବିଭିନ୍ନ ମାଧ୍ୟମରେ ସଚେତନତା କରାଯିବ।


ରାୟଗଡାରୁ ଫଟୋ ନ୍ୟୁଜ ଟାଇମ୍ସର ପ୍ରତିନିଧି ମନୋରଞ୍ଜନ ଶତପଥିଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *