ଜୁନ ୨୦ରେ ଓଡିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ।
ଓଡିଶାର ବିକାଶ ପାଇଁ ୨୦୩୬ର ରୋଡ୍ମ୍ୟାପ୍ ଘୋଷଣା କରିଛନ୍ତି।
କେନ୍ଦ୍ର ସରକାରଙ୍କ ୧୧ବର୍ଷ, ଓଡିଶା ସରକାରଙ୍କ ୧ବର୍ଷ ପୂର୍ତି ଉପଲକ୍ଷେ ଓଡିଶା ଆସିଛନ୍ତି।
ବିମାନବନ୍ଦରରୁ ଜନତା ମୈଦାନ ପର୍ଯ୍ୟନ୍ତ ରୋଡ୍ ଶୋ, ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଛନ୍ତି।
ରାଜ୍ୟର ସବୁ ବିଧାନସଭାର କାର୍ଯ୍ୟକର୍ତା ମୋଦିଙ୍କ ସଭାରେ ସାମିଲ ହୋଇଛନ୍ତି। ଓଡିଶାର ସାମଗ୍ରିକ ବିକାଶରେ ମୋଦିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଓଡିଶାର ବିଜେପି ଦଳ ଦୃଢ଼କ୍ତି ପ୍ରକାଶ କରିଛନ୍ତି।
ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱ କେନ୍ଦ୍ର ସରକାର ଯୁବକ, କୃଷକ ଓ ମହିଳା କେନ୍ଦ୍ରୀକ ଯୋଜନା ଆଧାରିତ ବିଭିନ୍ନ ଯୋଜନାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରୁଛନ୍ତି । ଆନ୍ତରୀଣ ଓ ବାହ୍ୟ ସୁରକ୍ଷାରେ ଭାରତବର୍ଷ ଆଜି ସଶକ୍ତ ହୋଇଛି । ଦେଶର ଅର୍ଥନୀତି ଆଜି ବିଶ୍ୱର ଚତୁର୍ଥ ସ୍ଥାନକୁ ଉନ୍ନିତ ହୋଇଛି । ଦେଶ ବିଦେଶରେ ଭାରତବର୍ଷର ମାନ ଓ ସମ୍ମାନ ବୃଦ୍ଧି ପାଇଛି । ରାଜ୍ୟରେ ଏକାକୀ ବିଜେପି ସରକାର ଗଠନ ହୋଇଛି । ଭାରତୀୟ ଜନତାପାର୍ଟି ନେତୃତ୍ୱାଧୀନ ସରକାର ଓଡିଶାରେ ୧ବର୍ଷ ଓ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରକୁ ୧୧ବର୍ଷ ପୂରଣ ହୋଇଛି । ଏହି ପରିପ୍ରେକ୍ଷୀରେ ମାର୍ଗ ଦର୍ଶନ ଦେବାକୁ ଜୁନ ୨୦ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଓଡିଶା ଆସିଛନ୍ତି । ଗତ ଏକ ବର୍ଷର ଅବଧିରେ ଷଷ୍ଠ ଥର ପାଇଁ ଓଡିଶା ଗସ୍ତରେ ଆସିଥିବା ଏବଂ ଓଡିଶାକୁ ଅତ୍ୟନ୍ତ ଭଲ ପାଉଥିବା ପ୍ରଧାନମନ୍ତ୍ରୀ ୨୦ ତାରିଖ ଅପରାହ୍ନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି। ଓଡିଶାର ବିକାଶ ପାଇଁ ୨୦୩୬ର ରୋଡ୍ମ୍ୟାପ୍ ଘୋଷଣା କରିଛନ୍ତି।
ରାଜ୍ୟ ସରକାର ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ପାଇଁ ସଂକଳ୍ପବଦ୍ଧ ଏବଂ ଏନେଇ ଜୋରଦାର ପ୍ରୟାସ ଆରମ୍ଭ ହୋଇଯାଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିପାଇଁ ପୂର୍ଣ୍ଣ ସହଯୋଗ କରୁଛନ୍ତି ବୋଲି ବିଜେପି ପାର୍ଟି ର ନେତା ଓ କର୍ମକର୍ତା ମାନେ ମତ ରଖିଛନ୍ତି । ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀ ଠାରୁ ଆରମ୍ଭ କରି ନୌସେନା ଦିବସ, ପ୍ରବାସୀ ଭାରତୀୟ ଦିବସ, ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଯାଇଛି । ସେହିପରି ରାଜ୍ୟରେ ରେଳ, ସଡକ, ବିମାନ ସେବା ଏବଂ ଭିତିଭୁମିକୁ ସୁଦୃଢ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କ ନିର୍ଭର ପ୍ରତିଶୃତି କାରଣରୁ ଓଡିଶାକୁ ଆଜି ବଡ ବଡ ଶିଳ୍ପଦ୍ୟୋଗୀମାନେ ଶିଳ୍ପ ପ୍ରତିଷ୍ଠା ପାଇଁ ଆଗଭର ହୋଇଛନ୍ତି । ପ୍ରଧାନମନ୍ତ୍ରୀ ବୟୋବନ୍ଦନା ଯୋଜନା ଜରିଆରେ ୭୦ ଏବଂ ୭୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦେଇ ମୋଦିଜୀ ସ୍ୱାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତନ ଆଣିଦେଇଛନ୍ତି । ମୋଦିଙ୍କ ଗ୍ୟାରେଂଟି, ଓଡିଶାର ଉନ୍ନତି । ରାଜ୍ୟ ତଥା ରାଜ୍ୟବାସୀଙ୍କ ସାମୁହିକ ବିକାଶ ପାଇଁ ମୋଦିଜୀ ସଂକଳ୍ପ ନେଇଛନ୍ତି ।
ଏହା ହେଉଛି ବିଜେପି ଦଳର ୧ବର୍ଷ ପୂର୍ତ୍ତି ଉପଲକ୍ଷେ ଜନସାଧାରଣଙ୍କୁ ବାର୍ତା।
ଭୁବନେଶ୍ୱର ଏୟାରପୋର୍ଟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ପହଁଚିବା ପରେ ନିକଟ ବିଜୁ ପଟ୍ଟନାୟକ ଛକରୁ ଏକ ବିରାଟ ରୋଡ୍ ଶୋ ମାଧ୍ୟମରେ ଏଜି ଛକ, ରାଜଭବନ ଛକ, କଳିଙ୍ଗ ଷ୍ଟାଡିୟମ ଛକ, ଜୟଦେବ ଭବନ ଛକ ଦେଇ ସଭାସ୍ଥଳ ଜନତା ମଇଦାନରେ ପହଞ୍ଚିଥିଲେ। ତ୍ରିରଙ୍ଗା ଯାତ୍ରା ଏବଂ ପାଖାପାଖି ୧୦ଟି ସ୍ଥାନରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ମୋଦିଜୀ ଓଡିଶା ଭିଜନ – ୨୦୩୬ ଓ ୨୦୪୭ ପୁସ୍ତିକାକୁ ଉନ୍ମୋଚନ କରିଥିଲେ । ବିଭିନ୍ନ ଶିଳାନ୍ୟାସ ଓ ପ୍ରକଳ୍ପଗୁଡିକୁ ଭିସି ଜରିଆରେ ଲୋକାର୍ପଣ କରିଥିଲେ ।
ଅପରାହ୍ନରେ ମୋଦିଜୀ ଜନସଭାକୁ ସମ୍ବୋଧନ କରିଥିଲେ । ଏହା ପରେ ମୋଦିଜୀ ବିମାନବନ୍ଦରରୁ ଦିଲ୍ଲୀ ଅଭିମୁଖେ ପ୍ରତ୍ୟାବର୍ତନ କରିଥିଲେ।
ଭୁବନେଶ୍ୱର ସହର ସମେତ ରାଜ୍ୟର ପ୍ରମୁଖ ସ୍ଥାନକୁ ସୁସଜ୍ଜିତ କରାଯିବା ସହିତ ଧନ୍ୟବାଦ ମୋଦିଜୀ ହୋର୍ଡିଂ ଲାଗିଥିଲା । ଲକ୍ଷାଧିକ ଜନସମାଗମ ହେଇଥିଲା।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ରାଜ୍ୟସଭାପତି ମନମୋହନ ସାମଲ ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ।
ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ରାଜ୍ୟ ମୁଖପାତ୍ର ସୁଦିପ୍ତ ରାୟ, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ ଓ ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ପ୍ରମୁଖ ସହଯୋଗ କରିଥିଲେ ।
ଭୁବନେଶ୍ୱରରୁ ଫଟୋ ନ୍ୟୁଜ ଟାଇମସ ର ସାମ୍ବାଦିକ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ।