ଝରୀଗାଁ ବ୍ଲକ ଅଧିନ ବଡ଼ନୀ ରେ ଚାଲିଛି ଜୁଆ ଖେଳ

ନବରଙ୍ଗପୁର :-ଝରିଗାଁ ବ୍ଲକ ବଡନି ଗ୍ରାମରେ ଆଦିବାସୀ ମଣ୍ଡେଇ ପାଳିତ ହୋଇଯାଇଛି। ଏହି ଅବସରରେ ବଜାର ବସିଥିବା ବେଳେ ରାତ୍ରୀରେ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଝରୀଗାଁ ବ୍ଲକ ଏକ ଆଦିବାସୀ ଅଧୁଷିତ ଅଞ୍ଚଳ ହୋଇଥିବା ବେଳେ ବର୍ତ୍ତମାନ ଚାଷୀ ନିଜ ଚାଷ ଅମଳ କରି ବିକିବା ସମୟ.। କିନ୍ତୁ ଏହି ସମୟରେ ଜୁଆ ଖେଳାଳି ମାନେ ସଜାଗ ହୋଇ ନିରୀହ ଗରିବ ଆଦିବାସୀ ଚାଷୀ ମାନଙ୍କୁ ନାଟ ବଜାର ଯାତ୍ରା ମଣ୍ଡେଇ ଠାରେ ଲୁଟିବା ପାଇଁ ଏହି ଖୁଡ଼ ଖୁଡି ଖେଳ ଆରମ୍ଭ କରନ୍ତି। ଆଜି ବଡ଼ନୀ ଗ୍ରାମରେ ମଣ୍ଡେଇ ବଜାର ରେ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଉପସ୍ଥିତି ଥିଲେ ଝରିଗାଁ ବିଧାୟକ,ଅନ୍ୟ ପଟେ ପୋଲିସର ଉପସ୍ଥିତିରେ ଖୁଲମ ଖୁଲା ଚାଲିଥିଲା ଖୁଡ଼ ଖୁଡି ଜୁଆ ଖେଳ । ଏବିଷୟରେ ଝରିଗାଁ ଥାନାକୁ ମଧ୍ୟ ଯୋଗାଯୋଗ କରା ଯାଇଥଲା। ନବରଙ୍ଗପୁର ଏସପିଙ୍କ ଅଫିସକୁ ବି ଫୋନ ଯୋଗେ ଯାଗାଯୋଗ କରା ଯାଇଥିଲି କିନ୍ତୁ ଦୁଃଖର ବିଷୟ ଏହି ଜୁଆ ଖେଲକି ବନ୍ଦ କରିପାରିଲାନି ପ୍ରଶାସନ। ଯେଉଁ ସ୍ଥାନରେ ଏହି ଜୁଆ ଖେଳ ଚାଲିଥିଲା ସେହି ସ୍ଥାନଠୁ ମାତ୍ର 50 ମିଟର ଦୂରରେ ଅଛି ଆଦିବାସୀ ଛାତ୍ରଙ୍କ ହଷ୍ଟେଲ। ଛଟ ଛଟ କୋମଳ ମତି ଛାତ୍ରଙ୍କ ଭବିଷ୍ୟତ ଉପରେ ଏହାର କିଭଳି ପ୍ରଭାବ ପଡୁଥିବା ଆପଣ ମାନେ ଜାଣି ପାରୁଥିବେ।ଏଭଳି ଜୁଆ ଖୁଡ଼ ଖୁଡି ଖେଳ ସ୍ଥାନୀୟ ଗରିବ ନିରୀହ ଆଦିବାସୀ ଚାଷୀ ଙ୍କ ପାଇଁ କାଳସାଜୁଛି । ରବିବାର ରାତ୍ରିରେ ପ୍ରାୟ 15 ଟି ଖେଳ ଚାଲିଥିଲା। ଖାଲି ବଡ଼ନୀ ନୁହଁ ଝରିଗାଁ ବ୍ଲକର ଗାଁ ଗହଳିରେ ଖୁଡ଼ ଖୁଡି ଜୁଆ ଭଳି ନିନ୍ଦନୀୟ ପ୍ରଥା ଚାଲି ଆସୁଛି ସ୍ଥାନୀୟ ପୋଲିସ ପ୍ରଶାସନ ସବୁ ଜାଣି ମଧ୍ୟ ନୀରବ ଦ୍ରଷ୍ଟା ସାଝିଛି। ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଏସବୁ ଅସାମାଜିକ କାର୍ଯ୍ୟକୁ ବନ୍ଦ କଲେ ନିରୀହ ଆଦିବାସୀ ଧନ ଜୀବନ ସୁରକ୍ଷିତ ରହିଥାନ୍ତା।
ଝରିଗାଁ ରୁ ଅପରାଜିତା ରାୟଙ୍କ ରିପୋର୍ଟ ଭଞ୍ଜଦୁତ ।

Leave a Reply

Your email address will not be published. Required fields are marked *