ଟିଟିଲାଗଡ ବ୍ଲକ କାର୍ଯ୍ୟାଳୟ ରେ ଜିପିଏଲ୍ଏଫ୍ କର୍ମୀ ସଙ୍ଘ ର ଗଣ ଧାରଣା।

ଅଲ ଓଡ଼ିଶା ଜିପିଏଲଏଫ୍ କର୍ମୀ ସଙ୍ଘ ତରଫ ରୁ ଦିଆଯାଇଥିବା କାର୍ଯ୍ୟ ବନ୍ଦ ଡାକରା କୁ ସମର୍ଥନ କରି ଟିଟିଲାଗଡ ଶାଖା ପକ୍ଷରୁ ମଧ୍ୟ ଆଜିଠାରୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଟିଟିଲାଗଡ ବ୍ଲକ ର ଜିପିଏଲଏଫ୍ କର୍ମୀ ସଙ୍ଘ ଗଣ ଧାରଣା ରେ ବସିଛନ୍ତି। ଆଜକୁ ପ୍ରାୟ ୬ ମାସ ପୂର୍ବ ରୁ ପୂର୍ବ ପାରିଶ୍ରମିକ ଅନୁସାରେ ଦରମା ଦେବା କୁ ଦାବି କରାଯାଇଥିଲେ ମଧ୍ୟ ତାହା ସମାଧାନ ହୋଇପାରିନାହିଁ । ଆଗରୁ ଗତ ୧୫ ତାରିଖ ରେ ଉପରିସ୍ଥ ଅଧିକାରୀଙ୍କ ନିକଟରେ ଦାବି ଜଣାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟକାରୀ ହୋଇନାହିଁ। ଫଳରେ ରାଜ୍ୟ ଶାଖାର ଆହ୍ଵାନକ୍ରମେ ରାଜ୍ୟର ୩୧୪ ଟି ବ୍ଲକ ଆଗରେ ଗଣ ଧାରଣା ଦେଉଥିବା ଜିପିଏଲଏଫ୍ କର୍ମୀ ସଙ୍ଘ ପ୍ରକାଶ କରିଛନ୍ତି। ଟିଟିଲାଗଡ ବ୍ଲକ ର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ଚନ୍ଦ୍ରମଣି ନାଗ ଙ୍କୁ ଦାବି ପତ୍ର ଦେଇ ତତ୍ ସଙ୍ଗେ ସଙ୍ଗେ ବ୍ଲକ ର ଓ.ଏଲ.ଏମ କାର୍ଯ୍ୟାଳୟ କୁ ତାଲା ପକାଇଛନ୍ତି। ନିଜର ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଗଣ ଧାରଣା ଚାଲୁରହିବ ବୋଲି ଟିଟିଲାଗଡ ଶାଖା ଜି ପି ଏଲ ଏଫ୍ କର୍ମୀ ସଙ୍ଘ ପକ୍ଷ ରୁ ଜଣା ପଡ଼ିଛି।
ବଲାଙ୍ଗୀର ରୁ ଜିଲ୍ଲା ସ୍ତରୀୟ ସାମ୍ବାଦିକ ଗିରିଧାରୀ ମହାନନ୍ଦ ଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *