ଡମ୍ବସରା ଗ୍ରାମପଞ୍ଚାୟତକୁ ବ୍ଲକ ମାନ୍ୟତା ଦାବୀ

ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଡମ୍ବସରା ଗ୍ରାମପଞ୍ଚାୟତକୁ ବ୍ଲକ ମାନ୍ୟତା ଦାବୀରେ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଉଦ୍ଧେଶ୍ୟରେ ଏକ ସ୍ମାରକ ପତ୍ର ଡମ୍ବସରା ନୂତନ ବ୍ଲକ ଘୋଷଣା କମିଟି ତରଫରୁ ପ୍ରଦାନ କରାଯାଇଛି। ଡ଼ମ୍ବସରା ଅଞ୍ଚଳର ଶତାଧିକ ଲୋକ ଏକ ବାଇକ ଶୋଭାଯାତ୍ରାରେ ବାହାରି ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚି ଡ଼ମ୍ବସରାକୁ ବ୍ଲକ ମାନ୍ୟତା ଆମର ଦାବୀ ନାରାରେ ପରିବେଶ ପ୍ରକମ୍ପିତ ହୋଇଥିଲା।

ଦାବୀ ସମୂହ ହେଲା ଜିଲ୍ଲାର ଗୁଣୁପୁର ବ୍ଲକ ସହ ଡମ୍ବସରା, ବାଗଶାଳା, ଘଣାତ୍ରୀ, ଭୀମପୁର, ଟିଟିମିରି ଓ ଚାଲକାମ୍ବା ୬ ଗୋଟି ପଞ୍ଚାୟତ ସଂଯୁକ୍ତ ରହିଥିବା ବେଳେ ସମସ୍ତ ପଞ୍ଚାୟତ ୧୦ କି.ମି. ଠାରୁ ୨୨ କି. ମି. ଦୂରତା। ଏହି ୬ ଗୋଟି ପଞ୍ଚଯାତର ସମୂହ ଜନସଂଖ୍ୟା ୫୧୬୦୦ ।

ଭୌଗଳିକ ଦୃଷ୍ଟି କୋଣରୁ ଡମ୍ବସରା ୬ ଗୋଟି ପଞ୍ଚାୟତର କେନ୍ଦ୍ର ସ୍ଥଳୀ ସହିତ ନୂତନ ବ୍ଲକ ନିମନ୍ତେ ଯାହା ଯାହା ମାନଦଣ୍ଡ ଆବଶ୍ୟକତା ବାଳକ ଉଚ୍ଚ ବିଦ୍ୟାଳୟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ( ଅନୁସୂଚିତ ଜାତି ଓ ଜନଜାତି ),+୨ କଲେଜ ଓ ±୩ ଡିଗ୍ରୀ କଲେଜ, ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର, ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ, ଭାରତୀୟ ଷ୍ଟେଟ ବ୍ୟାଙ୍କ, ପ୍ରାଣୀ ନିରୀକ୍ଷକ କାର୍ଯ୍ୟାଳୟ, ଉପଡାକଘର, ᴛᴩꜱᴏᴅʟ ꜱ𝚞𝚋-𝚂𝚝𝚊𝚝𝚒𝚘𝚗, ɪᴏᴄ 𝙿𝚎𝚝𝚛𝚘𝚕 𝙱𝚞𝚗𝚔, ଚାଉଳ କଳ, ପ୍ରାଥମିକ ବିଦ୍ୟାଳୟ, ଇଂରାଜୀ ମାଧ୍ୟମିକ ସ୍କୁଲ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଅଙ୍ଗନବାଡି କେନ୍ଦ୍ର, ମିଶନ ଶକ୍ତି ଗୋଷ୍ଠୀ, ଇତ୍ୟାଦି ଇତ୍ୟାଦି ରହିଛି। ଅଞ୍ଚଳରେ ପ୍ରତି ଜନସାଧାରଣ ଡ଼ମ୍ବସରା ଉପରେ ନିର୍ଭର କରିଥାନ୍ତି ।

ଏହି ଅବସରରେ ଗୁଣୁପୁର ଉପଜିଲ୍ଲାପାଳ ଦୁଧାଳ ଅଭିସେକ ଦିଲ୍ଲୀପ ଡମ୍ବସରା ନୂତନ ବ୍ଳକ ଘୋଷଣା କମିଟି ସହିତ ଆଲୋଚନା କରି ସ୍ମାରକ ପତ୍ରକୁ ଗ୍ରହଣ କରିଥିଲେ। ସେ ସଂକ୍ରାନ୍ତରେ ଜିଲ୍ଲାପାଳଙ୍କୁ ଜଣାଇବେ ବୋଲି କଥା ଦେଇଥିଲେ। ଉକ୍ତ ଦାବୀରେ ଡମ୍ବସରା ବ୍ଲକ ଗଠନ କମିଟିର ଆବାହକ ନରେନ୍ଦ୍ର କୁମାର ସାହୁ,ଅଶ୍ୱିନୀ ଗମାଙ୍ଗ, ରାଜେନ୍ଦ୍ର ପ୍ରସାଦ ସାହୁକାର ପ୍ରମୁଖଙ୍କ ସମେତ ଶତାଧିକ ଲୋକେ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି।
ରାୟଗଡା ରୁ ପ୍ରସାଦ ଲିମା ରିପୋର୍ଟ…।

Leave a Reply

Your email address will not be published. Required fields are marked *