ଡାଲମିଆଁ ସିମେଣ୍ଟ ର ଜନବିରୋଧୀ କାର୍ଯ୍ୟ ଅଟେ। ଏହା ତଦନ୍ତ କରି ଏହାର ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ କରିବା ଉଚ

ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି “we state you investigate” ଆମ ନ୍ୟୁଜ ଚ୍ୟାନେଲ ସରକାରଙ୍କୁ ଏବଂ ସରକାରୀ ବାବୁ ମାନଙ୍କୁ ଚ୍ୟାଲେଞ୍ଜ ଦେଇ କହୁଛି ଯେ ଏହି କାର୍ଯ୍ୟ ଡାଲମିଆଁ ସିମେଣ୍ଟ ର ଜନବିରୋଧୀ କାର୍ଯ୍ୟ ଅଟେ। ଏହା ତଦନ୍ତ କରି ଏହାର ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ କରିବା ଉଚିତ୍। ନଦୀଜଳ ହେଉଛି ଲାଇଫ୍ଲାଇନ୍। ଏହାକୁ ଦୂଷିତ କରିବା କୌଣସି ବ୍ୟକ୍ତିବିଶେଷ କିମ୍ବା କମ୍ପାନୀର ଅଧିକାର ନାହିଁ। ଏଥିରେ କର୍ତ୍ତବ୍ୟରେ ହେଳା କରିଥିବା ସରକାରୀ ଅଫିସର ଏଥିପାଇଁ ଉତ୍ତରଦାୟୀ। ସେ ଯାହାବି ହେଉ


ରାଜଗାଙ୍ଗପୁର ସୁରୁଡି ଗ୍ରାମର ପଦା ନଦୀରେ ଡାଲମିଆ ସିମେଣ୍ଟ କାରଖାନା ର କେମିକାଲ ଯୁକ୍ତ ମଇଳା ପାଣି ଛାଡିବାକୁ ନେଇ ଜନ ଅସନ୍ତୋଷ। ରାଜଗାଙ୍ଗପୁର ପୈରପାଳିକା ଅନ୍ତର୍ଗତ ସୁରୁଡି ଗ୍ରାମର ପଦା ନଦୀରେ ଡାଲମିଆ ସିମେଣ୍ଟ କାରଖାନା ର ମଇଳା ଏବଂ କେମିକାଲ ଯୁକ୍ତ ପାଣି ଛାଡିବାକୁ ନେଇ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି। ପଦା ନଦୀରେ ପୁର୍ବରୁ ସ୍ଥାନୀୟ ଗ୍ରାମବାସୀମାନେ ପିଇବା ପାଣି, ଗାଧୋଇବା, କପଡା ସଫା କରିବା ସହିତ ଘରର ଦୈନଦିନ କାର୍ଯ୍ୟ ପାଇଁ ନଦୀର ପାଣି ବ୍ୟାବହାର କରୁଥିଲେ।

ମାତ୍ର କେମିକାଲ ଯୁକ୍ତ ମଇଳା ପାଣି ଯୋଗୁ ଉକ୍ତ ପାଣି ଆଉ କେହି ବ୍ୟାବହାର କରୁନଥିବା ଓ ଆବର୍ଜନା ପାଣି ଯୋଗୁ ସମଗ୍ର ଅଞ୍ଚଳ ଦୁର୍ଗନ୍ଧରେ ଫାଟି ପଡୁଅଛି। ସେମାନେ ଅଭିଯୋଗ କରିଥିଲେ ଯେ ଯଥାଶୀଘ୍ର ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ ତତ୍ପର ହେଉ।
ରାଜଗାଙ୍ଗପୁରରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ଦେବବ୍ରତ ମିତ୍ରଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *