ଦାନ୍ତ ଦୁଇଟିର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ବୋଲି ଜଣାପଡିଛି

ବୌଦ୍ଧ ଜିଲ୍ଲାରେ ବନବିଭାଗ ସହିତ ଜଙ୍ଗଲ ମାଫିଆ ମାନଙ୍କର ମଧୁଚନ୍ଦ୍ରିକା ପ୍ରମାଣିତ ହୋଇଅଛି। ଆମର ଏହି ନ୍ୟୁଜ ସେଗମେଣ୍ଟ ହେଉଛି “we state you investigate” ହାତୀଦାନ୍ତ ଡିଲ ବେଳେ ମାଡି ବସିଲା ଏସ.ଟି.ଏଫ୍.। ବୌଦ୍ଧ ବନ ବିଭାଗ କେମିତି ପାଇପାରୁନି ଚୋରାଚାଲାଣର କୌଣସି ସୁରାଗ l

ବୌଦ୍ଧ ଜିଲ୍ଲାରେ ହାତୀଦାନ୍ତ ଡିଲ୍ ବେଳେ ମାଡି ବସିଲା ଏସ.ଟି.ଏଫ୍. l ଦୁଇଟି ହାତୀ ଦାନ୍ତ ଜବତ୍ ସହିତ ମାଫିଆ ଗିରଫ ହୋଇ ଥିବା ଖବର ସାମ୍ନାକୁ ଆସିଥିବା ବେଳେ, ଦାନ୍ତ ଦୁଇଟିର ଆନୁମାନିକ ମୂଲ୍ୟ ୫୦ ଲକ୍ଷ ବୋଲି ଜଣାପଡିଛି l ସୂଚନା ମତେ ବୌଦ୍ଧ ଜିଲ୍ଲା ଆଦର୍ଶ ଥାନା ତେଲିବନ୍ଦ ଛକ ନିକଟ ରେ ରବିବାର ଦିନ ସନ୍ଧ୍ୟା ରେ ଯୋଜନା ବଧ ଭାବେ ମାଡି ବସିଲା ଏସ.ଟି.ଏଫ୍. l ଭୁବନେଶ୍ୱରରୁ ଏସ.ଟି.ଏଫ୍. ଟିମର ନେତୃତ୍ୱ ନେଇଥିଲେ ଡିଏସପି ରଶ୍ମି ରଞ୍ଜନ ପଟ୍ଟନାୟକ। ଟିମ ରେ ଇନିସପେକ୍ଟର ଜିତୁ ମୋହନ ବସେରା ଓ ଏହିଟିମ ହାତୀଦାନ୍ତ ମାଫିଆ ପ୍ରମୋଦ ପରିଡାଙ୍କୁ ଦୁଇଟି ହାତୀ ଦାନ୍ତ ସହିତ ଗିରଫ କରିବାରେ ସଫଳ ହୋଇଛି l ବିଶେଷ ସୂତ୍ରରୁ ଖବର ପାଇ ଉକ୍ତ ଟିମ୍ ଦୁଇଦିନ ଧରି ବୌଦ୍ଧ ଅଞ୍ଚଳରେ ରହି ପ୍ରମୋଦ କୁ ବୌଦ୍ଧ ଆଦର୍ଶ ଥାନା ତେଲିବନ୍ଦ ଛକ ନିକଟରେ ହାତୀଦାନ୍ତ ଡିଲ କରୁଥିବା ବେଳେ ମାଡି ବସିଥିଲେ l ମାଫିଆ ପ୍ରମୋଦଙ୍କ ଘର ବୌଦ୍ଧ ଥାନା ପଦମନ ପୁର ପଞ୍ଚାୟତ ଚରଦା ଗ୍ରାମର ହୋଇଥିବା ବେଳେ ଗତ ରବିବାର ଦିନ ସନ୍ଧ୍ୟା ସମୟରେ ହାତୀ ଦାନ୍ତ ଡିଲ କରୁଥିଲା l ଆସାମୀ ଙ୍କୁ ବୌଦ୍ଧ ଏ.ସି.ଏଫ୍. କୁ ହସ୍ତାନ୍ତର କରି ଘଟଣାର ଅଧିକ ତଦନ୍ତ କରିବା ସହ ଦୋଷୀ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏସ୍ ଟି ଏଫ୍ ପକ୍ଷରୁ ନିର୍ଦ୍ଧେଶ ଦିଆଯାଇଥିବା ସୂଚନା ମିଳିଛି l

ଏପଟେ ଆସାମୀକୁ ଧରି ଘଟଣାର ଅଧିକ ତଦନ୍ତ ବୌଦ୍ଧ ବନ ବିଭାଗ ଚଳାଇଥିବା ବେଳେ ଘଟଣା ସମ୍ପର୍କରେ ଜାଣିବା ପାଇଁ ବୌଦ୍ଧ ଡ଼ିଏଫ୍ଓ ଦେବପ୍ରିୟ କମ୍ପ ଓ ଏ.ସି.ଏଫ୍. ଆଶିଷ କହଁର ଙ୍କୁ ଯୋଗା ଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ l ଅନ୍ୟ ପଟେ ଏହି ପ୍ରମୋଦ ବିଭିନ୍ନ ସମୟରେ ଗଞ୍ଜେଇ, ଡାବୁ, ବଜ୍ରକାପ୍ତା ସହ ବିଭିନ୍ନ ଜଙ୍ଗଲି ଜନ୍ତୁଙ୍କ ଅଙ୍ଗ ବେପାରରେ ସାମିଲ ରହୁଥିବା ବିଷୟ ଅଞ୍ଚଳରେ ଜୋର୍ ଚର୍ଚ୍ଚା ଧରିଛି l ସୂଚନା ଥାଉକି ବୌଦ୍ଧ ଜିଲ୍ଲା ରେ ପୂର୍ବରୁ ଅନେକଥର ଏସଟିଏଫ୍ ଟିମ ବାଘ ଛାଲ ଠୁ ଆରମ୍ଭ କରି ବଜ୍ରକାପ୍ତା ଭଳି ଜଙ୍ଗଲି ଜନ୍ତୁ କାରବାର ରୋକିବାରେ ସଫଲ ହୋଇଥିବା ବେଳେ ବୌଦ୍ଧ ବନଖଣ୍ଡ ଅଧିକାରୀ କିପରି ଜାଣି ପାରୁ ନାହାଁନ୍ତି l ଏହା ପ୍ରମାଣ କରୁଛି ଯେ ମାଫିଆ ମାନଙ୍କ ସହ ବନ କର୍ମଚାରୀଙ୍କ ମଧୁ ଚନ୍ଦ୍ରିକା ରହୁଛି। ଅନ୍ୟ ପଟେ ଜିଲ୍ଲାରେ ସର୍ବଦା ଜଙ୍ଗଲ ଜନ୍ତୁ ବାଘ ଛାଲ, ସିଂଘ, ହାତୀ ଦାନ୍ତ,ବଜ୍ରକାପ୍ତା ଭଳି କାରବାର କ୍ଷେତ୍ରରେ ତସ୍କରିଙ୍କ ପାଦ୍ରୁଭାବ କୁ ରୋକି ପାରୁନାହିଁ ବନ ବିଭାଗ।

ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଡଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

Leave a Reply

Your email address will not be published. Required fields are marked *