ଦୁଇଟି ଚିତା ବାଘ ଚମଡ଼ା ଜବତ,୪ ଅଭିଯୁକ୍ତ ଗିରଫ। ମୁମ୍ବାଇ ଜୋନାଲ ୟୁନିଟର ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ଏନ.ଏଚ ୩୨୬ ଜାତୀୟ ରାଜପଥ କୋଲନରା ନିକଟ ରାସ୍ତା ପାର୍ଶ୍ୱରେ ଚାରି ଜଣ ଅଭିଯୁକ୍ତଙ୍କୁ ଧରିବା ସହିତ ଦୁଇଟି ଚିତାବାଘ ଚମଡ଼ା ଜବତ କରିଛି।

ଏନେଇ ଆଜି ବନ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ଏହି ସୂଚନା ଦେଇଛନ୍ତି। ଗତ ୩୦ ତାରିଖ ଦିନ ମୁମ୍ବାଇ ରୁ ଏକ ଟିମ୍ ରାୟଗଡ଼ାରେ ପହଞ୍ଚି ତନାଘନା କରି ସଫଳତା ପାଇଥିଲା।

ଚାରି ଅଭିଯୁକ୍ତ ହେଲେ ପ୍ରଭାକର ନାୟକ,ରାଜ କୁମାର ଗୁପ୍ତା, ଉଭୟ ମହାରାଷ୍ଟ୍ର ନାଗପୁର ଅଞ୍ଚଳର ହୋଇଥିବା ବେଳେ ମହେଶ ହୁଇକା ଗୁଣୁପୁର ଉପଖଣ୍ଡ ମାଛଖୁଣ୍ଟି, ଓ ଅଞ୍ଜର ସିଂ ଅରଫ ଜିସାୟା ଗମାଙ୍ଗୋ ଗୁଣୁପୁର ଉପଖଣ୍ଡ ପୁଟାସିଂ ଏମାନଙ୍କୁ ୩୧.୦୮.୨୦୨୫ ତାରିଖରେ ଡିଆରଆଇ ଦଳ ରେଞ୍ଜ ଅଧିକାରୀ ରାୟଗଡ଼ା କୁ ଜବତ ହୋଇଥିବା ବାଘ ଚାଲ ହସ୍ତାନ୍ତର କରିଥିଲେ। ଏନେଇ ରେଞ୍ଜ ଅଧିକାରୀ ରାୟଗଡ଼ା ୨୦୨୫-୨୬ ର OR ନମ୍ବର -୯୩ ଅନୁଯାୟୀ ଏକ ବନ୍ୟପ୍ରାଣୀ ମାମଲା ରୁଜୁକରି ଚାରି ଅଭିଯୁକ୍ତଙ୍କୁ SDJM କୋର୍ଟ ହାଜର କରିବା ପରେ ଜେଲ କୁ ପଠାଇଥିଲେ। ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।
