ଦୁର୍ନୀତି ଏକ ସାମାଜିକ ବ୍ୟାଧି

 

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରୁଣ୍ଡିମହୁଲ ପଞ୍ଚାୟତ କାର୍ଯ୍ୟାଳୟରେ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସପ୍ତାହ ର ଚତୁର୍ଥ ଦିବସ ରେ ଦୁର୍ନୀତି ନିବାରଣ ଉପଲକ୍ଷେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି l ଦୁର୍ନୀତି ନିବାରଣ ବିଭାଗ ଉପ ଆରକ୍ଷୀ ଅଧୀକ୍ଷକ ଜଗବନ୍ଧୁ ଅଙ୍କରିଆଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ କଣ୍ଟାମାଳ ଗୋଷ୍ଟୀ ଉନ୍ନୟନ ଅଧିକାରୀ ସାମ୍ମି ଜୟ ଶ୍ରୀ ରେଡ଼ି ଯୋଗ ଦେଇଥିଲେ l

ସମ୍ମାନୀତ ଅତିଥି ଭାବରେ ସରପଞ୍ଚ ପଞ୍ଚାନନ ସାହୁ, କନିଷ୍ଠ ଯନ୍ତ୍ରୀ ଶୁଭାଶିଷ ରଥ ଯୋଗ ଦେଇଥିଲେ l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରି ତାକାନ୍ତି ବଳିୟାର ସିଂହ ସମସ୍ତ ଙ୍କୁ ସ୍ଵାଗତ କରି ସଚେତନତା ସପ୍ତାହ ର ଉଦ୍ଦେଶ୍ୟ ଜ୍ଞାପନ ସହିତ ସଭା କୁ ପରିଚାଳନା କରିବା ସହିତ ସମସ୍ତ ଙ୍କୁ ଶପଥ ପାଠ କରାଇଥିଲେ ଏବଂ କାର୍ଯ୍ୟକ୍ରମ ଶେଷରେ ରୁଣ୍ଡିମହୁଲ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଜ୍ଞାନ ରଞ୍ଜନ ମିଶ୍ର ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l

ୱାର୍ଡ ମେମ୍ବର ବିଶ୍ଵନାଥ ଭଣ୍ଡକି, ସୁଶାନ୍ତ ପ୍ରଧାନ, ଭିଜିଲାନ୍ସ ବିଭାଗ, ବୌଦ୍ଧ ଶାଖା ର କର୍ମଚାରୀ ମକରଧ୍ବଜ ଦିଶ୍ରୀ, ପଲକ ବେହେରା, ଗୋପବନ୍ଧୁ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହିବା ପୂର୍ବକ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ୱାର୍ଡର ନିର୍ବାଚିତ ସଦସ୍ୟ ମାନଙ୍କ ସମେତ ବହୁ ସି.ଆର.ପି, ଏମ.ବି.କେ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟା, ଅଙ୍ଗନବାଡି କର୍ମୀ, ଆଶା କର୍ମୀ, ଋଣ୍ଡିମହୁଲ ତଥା ଅଖପାଖ ଗ୍ରାମର ଜନସାଧାରଣ ମାନେ ଯୋଗ ଦେଇଥିଲେ l ସମସ୍ତ ଅତିଥି ନିଜ ବକ୍ତବ୍ୟ ରେ ଦୁର୍ନୀତିର ବିରୁଦ୍ଧରେ ରେ ସ୍ୱର ଉତ୍ତୋଳନ କରିବା ପାଇଁ ଆହ୍ୱାନ ଦେବା ସହ ଏହା ଆମ ର ସାମୁହିକ ଦାୟିତ୍ୱ ବୋଲି ମତବ୍ୟକ୍ତ କରିଥିଲେ l
ବୌଦ୍ଧ ଜିଲ୍ଲା ପ୍ରତିନିଧି ବାସୁଦେବ ଷlଣ୍ଢ ଙ୍କ ରିପୋର୍ଟ ଫଟୋ ନ୍ୟୁଜ୍ ଟାଇମ୍ସ।

Leave a Reply

Your email address will not be published. Required fields are marked *