ଆଜି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ପିସ୍କାପଙ୍ଗା ଗ୍ରାମ ପାୟତର ସୁଣ୍ଡି ହିରିବା ଗାଁ ରେ ଧାନ ଖଳା ରେକୌଣସି କାରଣ ନିଆଁ ଲାଗି ଲକ୍ଷ୍ୟ।ଧିକ ଟଙ୍କାର ଧାନ ନଷ୍ଟ। ଏହି ସୁଣ୍ଡି ହିରିବା ଗ୍ରାମ ରେ ଆଦିବାସୀ ଓ ହରିଜନ ଜନ ଜାତିର ଲୋକ ମାନେ ବସ ବାସ କରନ୍ତି। ସେମାନେ ସାଧାରଣ ଚାଷ ବାସ ଓ ଋତୁ ଅନୁସାରେ ଫସଲ ଚାଷ ବାସ କରି ପରିବାର ଚଳାଇ ଥାନ୍ତି। ଖାଇ ଆସିବା ବେଳେ ଧାନ ଖଳା ରେ କୌଣସି ବସତ ନିଆଁ ଲାଗି ଯାଇଥିଲା l ଲୋକଙ୍କ ପାଟି ଶୁଣି ଗାଁ ଲୋକେ ରୁଣ୍ଡ ହେଇ ଦେଖିଲା ବେଳକୁ ଧାନ ଖଳା ର ନୀୟା ଲାଗି ଯାଇଥିଲା। ଗାଁ ଲୋକେ ମାନେ ଡକା ଡାକି ହୋଇ ନିଆଁ ଲିଭାଇ ଥିଲେ। ରାୟଗଡା ଅଞ୍ଚଳରେ ଧାନ ମଣ୍ଡିର ଅଭାବ ଯୋଗୁଁ ଚାଷୀମାନେ ସରକାରଙ୍କର ସବସିଡି ପାଇବାରୁ ବଞ୍ଚିତ ହେଉଛନ୍ତି ଏବଂ ବାଧ୍ୟ ହୋଇ ଦାଦନ ଖଟିବାକୁ ଯାଉଛନ୍ତି। ଏହି ଜଳିଯାଇଥିବା ଧାନ ଗୁଡିକ ମଧ୍ୟ ଦାଦନ ଖଟିବାକୁ ଯାଇଥିବା ରତ୍ନାକର ଦିହାଲ ଏବଂ ମାକାନ୍ତ ପାଳକା ଙ୍କର ହୋଇଥିବା ସୂଚନା ମିଳିଛି।
ରାୟଗଡାରୁ ମନୋରଞ୍ଜନ ଶତପଥୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।
