ନବୀନ ନିବାସରେ ପାଣ୍ଡିଆନ ହଟାଅ ସ୍ଲୋଗାନ

ବିଜେଡିରେ ବିବାଦ, “ପାର୍ଟି ବଡ଼ ନା ପାଣ୍ଡିଆନ”।
ନବୀନ ନିବାସରେ ପାଣ୍ଡିଆନ ହଟାଅ ସ୍ଲୋଗାନ।
ନବୀନ ନିବାସରେ ପ୍ରଥମଥର ପାଇଁ ପାଣ୍ଡିଆନ ହଟାଅ, ବିଜେଡି ବଞ୍ଚାଅ ଏବଂ ପାଣ୍ଡିଆନ ଗୋ ବ୍ୟାକ ସ୍ଲୋଗାନ ଶୁଭିଛି। ସାସଂଦ ମୁନ୍ନା ଖାଁଙ୍କ ସହ ଯାଇଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟି ଫେରିଲାବେଳେ ଏହି ସ୍ଲୋଗାନ ଦେଇଛନ୍ତି । ପ୍ରଥମଥର ପାଇଁ ଏଭଳି ସ୍ଲୋଗାନ ନବୀନ ନିବାସରେ ଶୁଣିବାକୁ ମିଳିଛି।
ରାଜନୀତିରୁ ସନ୍ନ୍ୟାସ ନେବାକଥା ଘୋଷଣା କରି ନବୀନ ନିବାସରେ ରହି ବିଜେଡିକୁ ପରିଚାଳନା କରୁଥିବା ପାଣ୍ଡିଆନଙ୍କ ବିରୋଧରେ ଦଳରେ ତୀବ୍ର ଅସନ୍ତୋଷ ବଢ଼ିଥିବାବେଳେ, ସୋମବାର ସିଧାସଳଖ ଏହା ନବୀନ ନିବାସରେ ପହଞ୍ଚୁଛି । ରାଜ୍ୟସଭାରେ ୱାକଫ ସଂଶୋଧନ ବିଲକୁ ସମର୍ଥନ କରିବା ନେଇ ଯେଉଁ ଖେଳ ହୋଇଛି, ତାହା ପାଣ୍ଡିଆନ କରିଛନ୍ତି ବୋଲି ବିଜେଡିରେ କାହାରିକୁ ବୁଝିବାକୁ ବାକି ନାହିଁ । ସେହି କ୍ରୋଧରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ନବୀନ ନିବାସ ଭିତରେ ‘ପାଣ୍ଡିଆନ ହଟାଅ-ଓଡ଼ିଶା ବଞ୍ଚାଅ’ ସ୍ଲୋଗାନ ଦେଇଛନ୍ତି ।
ନବୀନ ଧର୍ମନିରପେକ୍ଷତାର ପରିଚୟ ଦୋହରାଇଲେ।
ନବାନ ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇ ଭଉଣୀମାନେ ଆଜି ଅପରାହ୍ନରେ ନବୀନ ନିବାସରେ ବିଜୁ ଜନତା ଦଳ ସଭାପତି ନବୀନ ପଟନାୟକଙ୍କୁ ଭେଟି ୱାକଫ ବିଲ୍ ସମ୍ପର୍କରେ ଆଲୋଚନା କରିଥିଲେ। ଶ୍ରୀ ପଟ୍ଟନାୟକ କଥା ଶୁଣିଥିଲେ ଏବଂ କହିଥିଲେ ଯେ ବିଜୁ ଜନତାଦଳ ସବୁବେଳେ ସଂଖ୍ୟାଲଘୁ ଭାଇ ଭଉଣୀମାନଙ୍କ ସାଥିରେ ରହିଛି ଏବଂ ରହିଥିବ । ସେମାନଙ୍କ ଉନ୍ନତି ପାଇଁ ବିଜେଡି ସରକାର ଅନେକ କାମ କରିଛି ।
ଧର୍ମ ନିରପେକ୍ଷ ଆଦର୍ଶରେ ବିଜେତି ଅଟଳ ରହିଛି।ଏ ଆଦର୍ଶ ପାଇଁ ୨୦୦୯ରେ ବିଜେଡି ମେଣ୍ଟରୁ ବାହାରି ଯାଇଥିଲା। ତେଣୁ ସଂଖ୍ୟଲଘୁମାନଙ୍କ ସ୍ବାର୍ଥ ପାଇଁ ବିଜେଡି ତା’ର ଲଢେଇ ଜାରି ରଖିବ। ବିଜୁବାବୁ ସଂଖ୍ୟାଲଘୁ ମାନଙ୍କ ସହ ଥିଲେ, ମୁଁ ମଧ୍ୟ ରହିଛି । ଏହି ସାକ୍ଷାତ ସମୟ ରେ ସାଂସଦ ମୁନ୍ନା ଖାଁ, ବିଜେଡିର ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର ଓ ସଞ୍ଜୟ ଦାସ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ।
ବିଜେଡି ସବୁବେଳେ ସଂଖ୍ୟାଲଘୁ ଭାଇ ଭଉଣୀଙ୍କ ସହ ରହିଛି ଓ ରହିବ।
ଧର୍ମ ନିରପେକ୍ଷ ଆଦର୍ଶରେ ବିଜେଡି ଅଟଳ ରହିଛି ଓ ରହିବ।
ସଂଖ୍ୟାଲଘୁ ଙ୍କ ସ୍ୱାର୍ଥର ସୁରକ୍ଷା ଲାଗି ବିଜେଡି ପ୍ରତିଶ୍ରୁତିବଦ୍ଧ।
ଭୁବନେଶ୍ବରରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକ ଗିରିଧାରୀ ଲାଲ ଷଡଙ୍ଗୀଙ୍କ ରିପୋର୍ଟ୍।

Leave a Reply

Your email address will not be published. Required fields are marked *