ନିୟମଗିରି ଅର୍ଥକାରୀ ଚାଷ ପାଇଁ ସାଜିଛି ପ୍ରୟୋଗଶାଳା।

“ନିୟମଗିରି” ଅର୍ଥକାରୀ ଚାଷ ପାଇଁ ସାଜିଛି ପ୍ରୟୋଗଶାଳା। ବହୁ ଅର୍ଥକାରୀ ଫସଲ ଏହି ଜିଲ୍ଲାରେ ଚାଷ କରି ବ୍ୟକ୍ତିବିଶେଷ ମାନେ ସଫଳ ଚାଷୀ ହୋଇପାରିଛନ୍ତି। ଏହି ଭିତରୁ ନିୟମଗିରିର ଷ୍ଟ୍ରବେରୀ ଅନ୍ୟତମ।
ନିୟମଗିରିର ବଣ ପାହାଡରୁ ନିଜର ଜିବାକା ନିର୍ବାହ କରୁଥିବା ଡଙ୍ଗରିଆ ଏବେ ଆରମ୍ଭ କରିଛନ୍ତି ଷ୍ଟ୍ରବେରୀ ଚାଷ । ସମୁଦ୍ର ପତ୍ତନ ଠାରୁ ପ୍ରାୟ ୧୫୦୦ ଫୁଟ ଉଚ୍ଚ ପାହାଡରେ ପ୍ରଥମ ଥର ପାଇ ଆରମ୍ଭ ହୋଇଛି ଏହି ଚାଷ । ଏଥିପାଇଁ ସହାୟତାର ହାତ ବଢାଇଛନ୍ତି ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ଓ ଓପିଲିପି । ଚାଷ ଉପଯୋଗି ଜଳବାୟୁ ଓ ପରିବେଶ ଏହି ଷ୍ଟ୍ରବେରୀ ଚାଷ ପାଇଁ ଅନୁକୁଳ ଥିବାରୁ ଲକ୍ଷାଧିକ ଟଙ୍କା ଲାଭ ପାଇବା ପାଇ ଆଶା ରଖିଛନ୍ତି ଡଙ୍ଗରିଆ। ରାୟଗଡା ଜିଲ୍ଲାର ଡ଼ଙ୍ଗରିଆଙ୍କ
ଆବାସ ସ୍ଥଳି ନିୟମଗିରି ବେଷ ସୁପରିଚିତ । ଏଠାରେ ବାସ କରୁଥିବା ଆଦିମ ଜନଯାତି ଡଙ୍ଗରିଆଙ୍କ ଜିବନ ଜିବିକା ନିୟମଗିରି ପାହାଡରୁ ପାଇଥାନ୍ତି । ଏହି ପାହାଡରେ ସେମାନେ ସପୁରୀ, କମଳା, ପଣସ ଭଳି ବିଭିନ୍ନ ଫଳ ଓ ଅଦା, ହଳଦୀ ଭଳି ବିଭିନ୍ନ ଚାଷ କରି ଜିବିକା ନିର୍ବାହ କରିଥାନ୍ତି । ସାଧାରଣତଃ ଏମାନେ ପାହାଡର ଢାଲୁ ଅଞ୍ଚଳରେ ଏହିସବୁ ଚାଷ କରିବାରେ ସମର୍ଥ ହୋଇଥାନ୍ତି । ତେବେ କୁର୍ଲି ଗ୍ରାମର ଲାକୁନୁ ଜାକେସିକା ଦିର୍ଘ ବର୍ଷଧରି ପରିବା ଚାଷ କରିଆସୁଥିଲେ। ନିୟମଗିରିର ଅନୁକୁଳ ଜଳବାୟୁ ଷ୍ଟ୍ରବେରୀ ଚାଷ ପାଇଁ ଉପଯୁକ୍ତ ଓ ୧ ଏକର ସମତଳ ଜାଗା ଥିବାରୁ ଲାକୁନୁକୁ ଷ୍ଟ୍ରବେରୀ ଚାଷ ପାଇଁ ପରିକ୍ଷାମୁଳକ ଭାବେ ସହାୟତାର ହାତ ବଢାଇଛନ୍ତି ଡିକେଡିଏ ଓ ଓପିଲିପି। ଏହି ଷ୍ଟ୍ରବେରୀ ଚାଷ କରି ବେଶ ଦିପଇସା ଲାଭ ପଇବାକୁ ଆଶା ରଖିଛନ୍ତି ଏହି ଡଙ୍ଗରିଆ ଜୁବକ। ତେବେ ଅଂଚଳରେ ପ୍ରଥମଥର ଏଭଳି ଚାଷ କରାଇଥିବାରୁ ଡିକେଡିଏ ଓ ଓପିଲିପିକୁ ଧନ୍ୟବାଦ ଜଣାଇଛନ୍ତି ସ୍ଥାନୀୟ ଡ଼ଙ୍ଗରିଆ।
ଷ୍ଟ୍ରବେରୀ ଚାଷ ଭାରତରେ ସିମଲା, ହିମାଚଳ ପ୍ରଦେଶ ଓ ବାଙ୍ଗଲୋର ଭଳି ଶିତ ପ୍ରଧାନ ଅଞ୍ଚଳ ମାନଙ୍କରେ ଅଧିକ ପରିମାଣରେ ଚାଷ କରାଯାଇଥାଏ। ସେହିଭଳି ସମୁଦ୍ର ପତ୍ତନ ଠାରୁ ପ୍ରାୟ ୧୫୦୦ ଫୁଟ ଉଚ୍ଚରେ ରହିଥିବା ନିୟମଗିରି ପାର୍ବତ୍ୟାଞ୍ଚଳର ତାପମାତ୍ରା ସର୍ବାଧିକ ୨୦ଡିଗ୍ରି ରହିଥିବା ଯୋଗୁଁ ଷ୍ଟ୍ରବେରୀ ଚାଷ ଅତ୍ୟନ୍ତ ଅନୁକୁଳ। ତେଣୁ ଡଙ୍ଗରିଆଙ୍କୁ ଆର୍ଥୀକ ଓ ଉନ୍ନତ ଜ୍ଞାନ କୌଶଳ ଯୋଗାଇ ଏକ ଏକର ଯାଗାରେ ୨୦ ହଜାର ଷ୍ଟ୍ରବେରୀ ଚାରା ଲଗାଇବାରେ ସହାୟତା କରିଛି ଡିକେଡିଏ ଓ ଓପିଲିପି ସଂସ୍ଥା। ଆଶା ମୁତାବକ ଚାରା ରୋପଣର ୪୫ ଦିନ ପରେ ଫଳ ଉତ୍ପାଦନ ଆରମ୍ଭ ହେବାବେଳେ ହାରାହାରି ୭୦ କ୍ଵିଣ୍ଟାଲ ଷ୍ଟ୍ରବେରୀ ଅମଳ ହେବାନେଇ ଆଶା ରଖିଛନ୍ତି ସଂସ୍ଥା କର୍ତ୍ତୃପକ୍ଷ। ଯାହାର ଫଳ ସ୍ୱରୂପ ଆନୁମାନିକ ୧୨ ରୁ ୧୫ଲକ୍ଷ ଟଙ୍କା ସମ୍ପୃକ୍ତ ଯୁବକ ପାଇପାରିବେ ବୋଲି କହିଛନ୍ତି ଓପିଲିପି କର୍ତ୍ତୃପକ୍ଷ।ରାୟଗଡ଼ାରୁ ଫଟୋ ନ୍ୟୁଜ ଟାଇମସ୍ ର ସାମ୍ବାଦିକଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *