ନୂଆପଡା ଲଢେଇର ଯୋଦ୍ଧାମାନେ

 

ନୂଆପଡା ବିଧାନସଭା ଉପନିର୍ବାଚନର ଆଜି ଥିଲା ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ। ଜଣେ ବି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନାହାନ୍ତି। ୧୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ହେବ ପ୍ରତିଦ୍ୱନ୍ଦିତା। ୭୧-ନୂଆପଡା ବିଧାନସଭା ଉପନିର୍ବାଚନ ନେଇ ଆଜି ଥିଲା ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଏବଂ ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ଦିବା ୧୧ ଘଟିକାରୁ ଅପରାହ୍ନ ୩ ଘଟିକା ପର୍ଯ୍ୟନ୍ତ ସମୟ ପ୍ରାର୍ଥୀମାନଙ୍କୁ ପ୍ରଦାନ କରାଯାଇଥିଲା । ଜଣେ ବି ପ୍ରାର୍ଥୀ ନାମାଙ୍କନ ପତ୍ର ପ୍ରତ୍ୟାହାର କରିନାହାନ୍ତି । ଅତଏବ, ୧୪ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ନୂଆପଡା ବିଧାନସଭା ଉପନିର୍ବାଚନରେ ହେବ ପ୍ରତିଦ୍ୱନ୍ଦିତା । ଭାରତୀୟ ଜନତା ଦଳରୁ ଶ୍ରୀ ଜୟ ଢୋଲକିଆ, ବିଜୁ ଜନତା ଦଳରୁ ସ୍ନେହାଙ୍ଗିନୀ ଛୁରିଆ, ଭାରତୀୟ ଜାତୀୟ କଂଗ୍ରେସରୁ ଘାସିରାମ ମାଝୀ, ସମାଜବାଦୀ ପାର୍ଟିରୁ ରମାକାନ୍ତ ହାତୀ, ବହୁଜନ ମୁକ୍ତି ପାର୍ଟି ରୁ ହେମନ୍ତ ତାଣ୍ଡି, ଓଡ଼ିଶା ଜନତା ଦଳରୁ ଶୁକଧର ଦଣ୍ଡସେନାଙ୍କ ସମେତ ୮ ଜଣ ସ୍ୱାଧୀନ ପ୍ରାର୍ଥୀ ଶ୍ରୀ ଆଶ୍ରୟ ମହାନ୍ଦନ, ଚକ୍ରାନ୍ତ ଜେନା, ଭୁବନ ଲାଲ ସାହୁ, କିଶୋର କୁମାର ବାଗ, ନୀତା ବାଗ, ଲକ୍ଷ୍ମୀକାନ୍ତ ତାଣ୍ଡି, ଭକ୍ତବନ୍ଧୁ ଧରୁଆ ଓ ଲୋଚନ ମାଝୀ ପ୍ରମୁଖ ଏହି ଉପନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ । ସୂଚନାଯୋଗ୍ୟ ଯେ, ପ୍ରାର୍ଥୀ ପତ୍ର ଯାଞ୍ଚ ସମୟରେ ମୋଟ ୫ଟି ନାମାଙ୍କନ ପତ୍ର ନାକଚ କରାଯାଇଥିଲା । ନାକଚ କରାଯାଇଥିବା ବ୍ୟକ୍ତିମାନେ ହେଉଛନ୍ତି ବହୁଜନ ସମାଜ ପାର୍ଟିର ପ୍ରାର୍ଥୀ ରାଜାରାମ ସାହୁ, ରାଷ୍ଟ୍ରୀୟ ପରିବର୍ତ୍ତନ ଦଳର ପ୍ରାର୍ଥୀ ସୀତାରାମ ବେହେରା ଏବଂ ତିନି ସ୍ୱାଧୀନ ପ୍ରାର୍ଥୀ – କମଳ କୁମାର ଛତ୍ରିଆ, ପୁରୁଷୋତ୍ତମ ବେହେରା ଏବଂ ଭୁଜବଳ ଆଡବଙ୍ଗ ଅଟନ୍ତି । ନଭେମ୍ବର ୧୬ ତାରିଖ (ରବିବାର) ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସମ୍ପୂର୍ଣ ହେବ।
ଭୁବନେଶ୍ୱର ଏବଂ ନୂଆପଡାରୁ ସୂର୍ଯ୍ୟ ନାରାୟଣ ମହାନ୍ତି ଏବଂ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ, ଫଟୋ ନ୍ୟୁଜ ଟାଇମସ।

Leave a Reply

Your email address will not be published. Required fields are marked *