ନୂଆପଡାର ଭୋଟର ମାନେ ଜ୍ଞାନୀ ଓ କୁଶଳୀ

ନୂଆପଡା ନିର୍ବାଚନ ମଣ୍ଡଳୀରେ ଭୋଟର ମାନେ ଚାରି ଭାଗରେ ବିଭକ୍ତ ହୋଇଛନ୍ତି।

ପ୍ରଥମତ ଆଦିବାସୀ ଭୋଟ ଦ୍ୱିତୀୟରେ ରାଜେନ୍ଦ୍ର ଢୋଲକୀୟଙ୍କର ନିଜସ୍ୱ ଭୋଟ ଯାହାକି ସେ ଜନ କଲ୍ୟାଣ କାର୍ଯ୍ୟକ୍ରମ ଯଥା,ଗଣ ବିବାହ, ଚକ୍ଷୁ ପରୀକ୍ଷା ଓ ମାଗଣା ଚଷମା ପ୍ରଦାନ ପାଇଁ କରିଥିବା ସ୍ୱତନ୍ତ୍ର ଟିମ ଏବଂ ଯୁବକ ମାନଙ୍କ ପାଇଁ ଖେଳ ସାମଗ୍ରୀ ବଣ୍ଟନ ବ୍ୟବସ୍ଥା ଯୋଗୁଁ ସମ୍ଭବ ହୋଇପାରିଛି। ତୃତୀୟଟି ହେଉଛି ମହିଳା ଭୋଟ ଏବଂ ଚତୃର୍ଥଟି ହେଉଛି ବଳକା ରହିଥିବା ସବୁ ବର୍ଗର ଭୋଟ। ଏହି ଆଦିବାସୀ ଭୋଟ ମୁଖ୍ୟତଃ କଂଗ୍ରେସ ପାର୍ଥି ପାଖକୁ ଯାଏ, କିନ୍ତୁ ଚଳିତ ନିର୍ବାଚନରେ ସ୍ୱାଧୀନ ପାର୍ଥିମାନେ ଏହି ଭୋଟରୁ କିଛି କିଛି ଭାଗ ନେଇଯିବେ। ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିୟାଙ୍କ ଭୋଟକୁ ନିଜ ସପକ୍ଷରେ ନେବାପାଇଁ ବିଜେଡ଼ି ପାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆ ଆପ୍ରାଣ ଉଦ୍ୟମ କରୁଛନ୍ତି। କିନ୍ତୁ ବାଧକ ସାଜିଛି ଜୟ ଢୋଲକିୟାଙ୍କ “ବାପ – ପୁଅ”ର ସମ୍ପର୍କ। ମହିଳା ଭୋଟ ମୁଖ୍ୟତଃ ବିଜେଡ଼ି ସପକ୍ଷରେ ଯାଏ।

କିନ୍ତୁ ସେମାନଙ୍କୁ ଆଣିବା ପାଇଁ ବିଜେପି ବହୁ ପ୍ରଲୋଭନ ଦେଖାଉଛି ଏବଂ ଉପହାର ମାଧ୍ୟମରେ ନିଜ ଦଳକୁ ଆଣିବା ପାଇଁ ଚେଷ୍ଟା ଚଲାଇଛି। ବାକି ଯେଉଁ ଗ୍ରୁପ ଭୋଟର ମାନେ ରହିଲେ ସେମାନେ ଲକ୍ଷ୍ମୀ ଠାକୁରାଣୀଙ୍କ ପରି ଚଳଚଞ୍ଚଳା। ଆମେ ଏଠାରେ ନୂଆପଡାରୁ ସ୍ନେହାଙ୍ଗିନୀ ଛୁରିଆଙ୍କର ରୋଡ଼ ସୋର ଏକ ଭିଜୁଆଲ ପଦର୍ଶିତ କରୁଅଛୁ। ତତ ସହିତ କଂଗ୍ରେସର ଭକ୍ତ ଦାସଙ୍କ ପୁଅ ଆମ କ୍ୟାମେରା ଟିମକୁ ଦେଇଥିବା ମତ ଓ ମନ୍ତବ୍ୟରେ ସେ କହିଛନ୍ତି କଂଗ୍ରେସ ଦଳତ ପ୍ରଥମ ସ୍ଥାନ ନେବ କିନ୍ତୁ ଦ୍ୱିତୀୟ ସ୍ଥାନରେ କେଉଁ ଦଳ ଆସିବ ସେ କହିପାରିବେ ନାହିଁ। କିନ୍ତୁ ବାସ୍ତବ କ୍ଷେତ୍ରରେ କଂଗ୍ରେସ କେଉଁ ସ୍ଥାନରେ ରହିବ ତାହା ଅସସ୍ପଷ୍ଟ।
ନୂଆପଡାରୁ ଫଟୋ ନ୍ୟୁଜ ଟାଇମ୍ସର ଏଡିଟର ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ।

Leave a Reply

Your email address will not be published. Required fields are marked *