ନୂଆପଡା ଉପନିର୍ବାଚନ ବାଇ ଇଲେକ୍ସନ ରେ ବିଜେଡିର ପାର୍ଥି ଘୋଷଣା ଏକ ପ୍ରମୁଖ ଖବର। ଓଡିଶା ବାସି ଚାହିଁ ବସିଛନ୍ତି ବିଜେଡିର ନୂଆ ଫର୍ମୁଲାକୁ କିନ୍ତୁ ପୁରୀ ଜିଲ୍ଲାର ବିଜେଡ଼ି ଦଳର ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ଯେକି ଜଣେ ଭିକେ ପାଣ୍ଡିଆଙ୍କ ଆନୁଗତ୍ୟ ଅଟନ୍ତି। ସେ ପୁରୀ ଶ୍ରୀ ମନ୍ଦିର ରତ୍ନଭଣ୍ଡାର ସମ୍ପର୍କରେ ସାମ୍ବାଦିକଙ୍କ ପାଖରେ ମତ ରଖୁଛନ୍ତି। ନୂଆପଡା ପ୍ରସଙ୍ଗକୁ ଏଡ଼େଇଵା ପାଇଁ ଏହା ଏକ ପ୍ରୋୟୋଜିତ କାର୍ଯ୍ୟକ୍ରମ ନୁହେଁ କି। ମୁଖ୍ୟମନ୍ତ୍ରୀ କିନ୍ତୁ ପୁରୀରେ ସରକାରୀ ବ୍ୟବସ୍ଥାକୁ ସୁବିଧା କରି ହବିଷ କରୁଥିବା ଲୋକମାନଙ୍କ କଥା ବୁଝିବା ପାଇଁ ଯାଇଥିଲେ। ରାସ୍ତାରେ ପଇଡ ପିଇବା ଏବଂ ସାଧାରଣ ଜନତାଙ୍କ ସୁଖ ଦୁଃଖରେ ଭାଗିହେଵା ଯୋଗୁଁ ସାଧାରଣରେ ପ୍ରଶଂସାର ପାତ୍ର ହୋଇଛନ୍ତି।
ରତ୍ନ ଭଣ୍ଡାର ପ୍ରସଙ୍ଗ ଉପରେ ବିଜେଡି ର ସାମ୍ବାଦିକ ସମିଳନୀ I

ବିଜେପି ସରକାର ଉପରେ ବିଜେଡି ଆଣିଲା ସାଙ୍ଘାତିକ ଅଭିଯୋଗ। ଶ୍ରୀମନ୍ଦିର ରତ୍ନଭଣ୍ଡାରରୁ ବିଜେପି ସରକାର ରତ୍ନ ଅଳଙ୍କାର ଲୁଟ କରିଛନ୍ତି ବୋଲି ଅଭିଯୋଗ କଲେ ବିଜେଡି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ I
ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତିମଣତି କରିବେ ବୋଲି ବିଜେପି ତାର ଇସ୍ତାହାର ରେ କହିଥିଲା ଓ ଏହାର ଚିଠା ପ୍ରସ୍ତୁତ କରିବେ ବୋଲି କହିଥିଲେ। ଚାବି ଭାଙ୍ଗିଲେ ରତ୍ନ ଅନ୍ୟତ୍ର ନେଲେ ପୁଣି ରତ୍ନ ଗଣତିମଣତି କଲେନି। ପୁଣି ନେଇ ରତ୍ନଭଣ୍ଡାରରେ ପୁରେଇ ଚାବି ପକାଇ ରଖିଦେଲେ। ହେଲେ ଯେଉଁ କଥା କହିଥିଲେ ତାହା ହେଲାନି। ଏଥିରୁ ସ୍ପଷ୍ଟ ଯେ ରତ୍ନଭଣ୍ଡାରରୁ ରତ୍ନ ବିଜେପି ସରକାର ଲୁଟ କରିଛନ୍ତି। ସରକାରଙ୍କୁ ଅନୁରୋଧ ତୁରନ୍ତ ଜନସାଧାରଣଙ୍କ ସାମ୍ନାରେ ରତ୍ନ ଅଳଙ୍କାରର ଗଣତିମଣତି କରାଯାଉ ଓ ଏହାର ହିସାବ ସର୍ବ ସମ୍ମୁଖରେ ବିଜେପି ସରକାର ରଖନ୍ତୁ। ଯଦି ତାହା ନକରିବେ ତାହେଲେ ରତ୍ନ ଅଳଙ୍କାର ଶ୍ରୀମନ୍ଦିର ରୁ ଲୁଟ ହୋଇଛି ଓ ଏହାର ଜବାବ ଆଗାମୀ ଦିନରେ ଓଡ଼ିଶାବାସୀଙ୍କୁ ଦେବେ।

ପୁରୀ ଯିବା ରାସ୍ତାରେ ସତ୍ୟବାଦୀ ନିକଟରେ ପଇଡ ପିଇଲେ ମୁଖ୍ୟମନ୍ତ୍ରୀ। ପଇଡ ବିକ୍ରେତା ଶ୍ରୀଧରଙ୍କ ସହ ସୁଖଦୁଃଖ ହେଲେ ‘ଲୋକଙ୍କ ମୁଖ୍ୟମନ୍ତ୍ରୀ’। ଲୋକଙ୍କ ମୁଖ୍ୟମନ୍ତ୍ରୀ ସାଧାରଣ ଲୋକଙ୍କ ସହିତ ମିଶିବା, ଦୁଃଖ ସୁଖ ହେବା ଓ ସେମାନଙ୍କ ସମସ୍ୟା ଶୁଣିବାକୁ ସବୁବେଳେ ଗୁରୁତ୍ୱ ଦେଇଥାନ୍ତି ।

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୁରୀ ଗସ୍ତ ସମୟରେ ବାଟରେ କାଦୁଆ ଠାରେ ଅଟକି ଜଣେ ପଇଡ ବିକ୍ରେତା ଠାରୁ ପଇଡ କିଣି ପିଇଥିଲେ ଏବଂ ପଇଡ ବିକ୍ରେତା ଶ୍ରୀଧର ମହାପାତ୍ରଙ୍କ ସହିତ ଦୁଃଖ ସୁଖ ହୋଇଥିଲେ । କିଭଳି ବ୍ୟବସାୟ ଚାଲିଛି, କେତେବର୍ଷ ଧରି ବ୍ୟବସାୟ କଲେଣି ଓ ସରକାରୀ ସୁବିଧା ପାଉଛନ୍ତି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କୁ ଜଣେ ସାଧାରଣ ଗ୍ରାହକ ହିସାବରେ ନିକଟରେ ପାଇ ଶ୍ରୀଧର ଖୁସିରେ ବିଭୋର ହୋଇଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସରଳ ଓ ସହୃଦୟତା ପୂର୍ଣ୍ଣ ବ୍ୟବହାର ଶ୍ରୀଧର ଓ ଉପସ୍ଥିତ ଜନସାଧାରଣଙ୍କ ମନରେ ଖୁସି ଓ ଆନନ୍ଦ ଆଣିଥିଲା।
ଫଟୋ ନ୍ୟୁଜ ଟାଇମ୍ସର ସାମ୍ବାଦିକ ଗିରିଧାରୀ ଲାଲ ଷଡ଼ଙ୍ଗୀଙ୍କ ରିପୋର୍ଟ।
